୨୦୧୭ରେ ଦୁଇଟି ଫିଲ୍ମ କରିବେ ପ୍ରିୟଙ୍କା

ମୁମ୍ବାଇ: ୨୦୧୭ରେ ପ୍ରିୟଙ୍କା ଚୋପ୍ରା ହଲିଉଡ ଓ ବଲିଉଡରେ ଦୁଇଟି ଫିଲ୍ମରେ କାମ କରିବେ। ଏହି ସୂଚନା ପ୍ରିୟଙ୍କା ମୁମ୍ବାଇ ମିରରକୁ ସାକ୍ଷାତକାରରେ ଜଣାଇଛନ୍ତି।

ଗଣମାଧ୍ୟମର ଖବର ମୁତାବକ ନିର୍ଦ୍ଦେଶକ ସଂଜୟ ଲୀଲା ଭନସାଲୀ ଜଣାଶୁଣା ଗୀତିକାର ଏବଂ ସାୟର ସାହୀର ଲୁଦ୍ଧିୟାନବିଙ୍କ ବାୟୋପିକ୍‌ ଉପରେ ଏକ ଫିଲ୍ମ ତିଆରି କରିବାକୁ ଯାଉଛନ୍ତି। ଏହ ଫିଲ୍ମରେ ଲେଖିକା ଅମୃତା ପ୍ରୀତମଙ୍କ ଚରିତ୍ରରେ ନଜର ଆସିବେ ପ୍ରିୟଙ୍କା ଚୋପ୍ରା। ଏହି ଫିଲ୍ମର ନାମ ‘ଗୁସ୍ତାଖିଆଁ’ ରଖାଯିବ ବୋଲି ସୂଚନା ରହିଛି।