ହସ୍ପିଟାଲରୁ ଡିସଚାର୍ଜ ହେଲେ 'ଆଶିକି' ଷ୍ଟାର୍

ମୁମ୍ବାଇ: ‘ଆଶିକି’ ଫିଲ୍ମ ଜରିଆରେ ଲୋକପ୍ରିୟତା ହାସଲ କରିଥିବା ଅଭିନେତା ରାହୁଲ ରୟ ସୁସ୍ଥ ହୋଇ ହସ୍ପିଟାଲରୁ ଡିସଚାର୍ଜ ହୋଇଛନ୍ତି। ବ୍ରେନ୍ ଷ୍ଟ୍ରୋକର ଶିକାର ହୋଇଥିବା ରାହୁଲ୍ ହସ୍ପିଟାଲର ଭର୍ତ୍ତି ହୋଇଥିଲେ, ଯେଉଁଠାରେ ତାଙ୍କର ଦୀର୍ଘଦିନ ଧରି ଚିକିତ୍ସା ଚାଲିଥିଲା। ଏବେ ତାଙ୍କୁ ହସ୍ପିଟାଲରୁ ଛୁଟି ମିଳିଛି। ଖୋଦ୍ ରାହୁଲ ରୟ ସୋଶାଲ ମିଡିଆରେ ଏହାର ସୂଚନା ଦେଇଛନ୍ତି। ଏହାସହ ଘରେ ପହଞ୍ଚିବା ମାତ୍ରକେ ସେ ନିଜ ପରିବାର, ବନ୍ଧୁ ଓ ତାଙ୍କ ପାଇଁ ପ୍ରାର୍ଥନା କରିଥିବା […]

RAHUL

Ranjit Kumar Jena
  • Published: Thursday, 07 January 2021
  • , Updated: 07 January 2021, 07:00 PM IST

ମୁମ୍ବାଇ: 'ଆଶିକି' ଫିଲ୍ମ ଜରିଆରେ ଲୋକପ୍ରିୟତା ହାସଲ କରିଥିବା ଅଭିନେତା ରାହୁଲ ରୟ ସୁସ୍ଥ ହୋଇ ହସ୍ପିଟାଲରୁ ଡିସଚାର୍ଜ ହୋଇଛନ୍ତି। ବ୍ରେନ୍ ଷ୍ଟ୍ରୋକର ଶିକାର ହୋଇଥିବା ରାହୁଲ୍ ହସ୍ପିଟାଲର ଭର୍ତ୍ତି ହୋଇଥିଲେ, ଯେଉଁଠାରେ ତାଙ୍କର ଦୀର୍ଘଦିନ ଧରି ଚିକିତ୍ସା ଚାଲିଥିଲା। ଏବେ ତାଙ୍କୁ ହସ୍ପିଟାଲରୁ ଛୁଟି ମିଳିଛି। ଖୋଦ୍ ରାହୁଲ ରୟ ସୋଶାଲ ମିଡିଆରେ ଏହାର ସୂଚନା ଦେଇଛନ୍ତି। ଏହାସହ ଘରେ ପହଞ୍ଚିବା ମାତ୍ରକେ ସେ ନିଜ ପରିବାର, ବନ୍ଧୁ ଓ ତାଙ୍କ ପାଇଁ ପ୍ରାର୍ଥନା କରିଥିବା ଲୋକଙ୍କୁ ଧନ୍ୟବାଦ ଜଣାଇଛନ୍ତି।

ରାହୁଲ୍ ରୟ ଇନଷ୍ଟାଗ୍ରାମରେ ନିଜ ପରିବାର ସହ ଫଟୋ ଶେଆର୍ କରି ଲେଖିଛନ୍ତି, ଦୀର୍ଘ ଦିନ ପର୍ଯ୍ୟନ୍ତ ହସ୍ପିଟାଲରେ ଚିକିତ୍ସା କରାଇବା ପରେ ଏବେ ମୁଁ ଘରକୁ ଫେରିଛି। ମୁଁ ସୁସ୍ଥ ହେଉଛି ଏବଂ ସମ୍ପୂର୍ଣ୍ଣ ସୁସ୍ଥ ହେବା ପାଇଁ ଆହୁରି ଲମ୍ବା ଯାତ୍ରା କରିବାକୁ ବାକି ଅଛି। ମୁଁ ଆଜି ସେହି ଲୋକମାନଙ୍କୁ ଧନ୍ୟବାଦ ଜଣାଇବାକୁ ଚାହୁଁଛି, ଯେଉଁମାନେ କଠିନ ସମୟରେ ମୋ ସହ ଛିଡ଼ା ହୋଇଥିଲେ। ସମସ୍ତଙ୍କୁ ମୋର ଭଲପାଇବା।

 

View this post on Instagram

 

A post shared by Rahul Roy (@officialrahulroy)

ସୂଚନାଯୋଗ୍ୟ, ନଭେମ୍ବରରେ ରାହୁଲ୍ ରୟ ବ୍ରେନ୍ ଷ୍ଟ୍ରୋକର ଶିକାର ହୋଇଥିଲେ, ଯାହା ପରଠାରୁ ତାଙ୍କର ଚିକିତ୍ସା ଚାଲିଥିଲା। ଏହି ଭେଟେରାନ୍ ଅଭିନେତାଙ୍କୁ ତାଙ୍କର ଆଗାମୀ ଫିଲ୍ମ 'ଏଲଏସି: ଲିଭ୍ ଦ ବ୍ୟାଟଲ୍ ଇନ୍ କାର୍ଗିଲ'ର ଶୁଟିଂ କରୁଥିବା ବେଳେ ବ୍ରେନ୍ ଷ୍ଟ୍ରୋକ ହୋଇଥିଲା। ରାହୁଲଙ୍କୁ ମୁମ୍ବାଇର ନାନାବତୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା, ଯାହା ପରେ ତାଙ୍କୁ ଡିସେମ୍ବର ୮ ତାରିଖରେ ମୀରା ରୋଡ୍ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ତାଙ୍କର ସ୍ପିଚ୍ ଥେରାପି, ଫିଜିଓ ଥେରାପି ଓ ଅନ୍ୟାନ୍ୟ ଚିକିତ୍ସା ଚାଲିଥିଲା।

ରାହୁଲ୍ ଆଶିକି ଫିଲ୍ମ ଜରିଆରେ ବଲିଉଡରେ ଏଣ୍ଟ୍ରୀ କରିଥିଲେ। ଏହି ଫିଲ୍ମ ବକ୍ସ ଅଫିସରେ ସୁପରହିଟ୍ ସାବ୍ୟସ୍ତ ହୋଇଥିଲା। ଫିଲ୍ମର ଗୀତ ଆଜିବି ସମସ୍ତଙ୍କ ମନରେ ତାଜା ଅଛି। କିନ୍ତୁ ଏହା ପରଠାରୁ ରାହୁଲଙ୍କ ଆଉ କୌଣସି ଫିଲ୍ମ ବକ୍ସ ଅଫିସରେ ସେତେଟା କମାଲ୍ କରିନଥିଲା।

Related story