ମୁମ୍ବାଇ: ପୁଣି ଥରେ ମିସ୍ରୁ ମିସେସ ପାଲଟିଗଲେ ଡ୍ରାମା କୁଇନ ରାକ୍ଷୀ ସାୱନ୍ତ । ଦୁଲହନ ବେଶରେ ସଜେଇ ହେଲେ । ଲାଲ୍ ରଙ୍ଗର ସୁଟ୍ ସାଙ୍ଗକୁ ଗଳାରେ ମାଳ ପକାଇ ଫଟୋ ପୋଜ ହେଲେ। ଏଥର ତାଙ୍କ ଦୁଲହା ସାଜିଛନ୍ତି ବୟଫ୍ରେଣ୍ଡ ଆଦିଲ ଦୁରାନୀ । ଉଭୟ ହାତରେ ବିବାହ ପ୍ରମାଣପତ୍ର ଧରିଥିବାର ଫଟୋ ଭାଇରାଲ ହେଉଛି। ତେବେ ଏହି ବିବାହ କେତେ ଦିନ ତିଷ୍ଠିବ ତାକୁ ନେଇ ଉଠିଛି ପ୍ରଶ୍ନ ।
ଗତକାଲି ରାକ୍ଷୀ ଇନଷ୍ଟାରେ ନିଜ ବିବାହ ଫଟୋ, ଭିଡିଓ ଓ ମ୍ୟାରେଜ ସାଟିଫିକେଟ ଶେଆର କରିଛନ୍ତି। ତେବେ ଏହି ଫଟୋ ୭ ମାସ ତଳର ବୋଲି ଜଣାପଡ଼ିଥିବା ବେଳେ ଗତକାଲି ସୋଶାଲ ମିଡିଆରେ ଏହା ଭାଇରାଲ ହେବାରେ ଲାଗିଛି।
[caption id="attachment_796358" align="aligncenter" width="650"] ରାକ୍ଷୀ ଓ ଆଦିଲ ।[/caption]
ରାକ୍ଷୀ ପୂର୍ବରୁ ରିତେଶ ନାମକ ଯୁବକଙ୍କୁ ବିବାହ କରିଥିଲେ ବି କେବେ ତାଙ୍କ ଫଟୋ ଶେଆର କରି ନ ଥିଲେ। ସିଧାସଳଖ ବିଗ୍ବସ୍ରେ ରିତେଶଙ୍କ ପରିଚୟ ଫ୍ୟାନ୍ସଙ୍କ ସହ କରାଇଥିଲେ। ହେଲେ ଏହି ବିବାହ ବେଶି ଦିନ ତିଷ୍ଠିଲା ନାହିଁ ଏବଂ ଉଭୟଙ୍କ ମଧ୍ୟରେ ବିଚ୍ଛେଦ ହୋଇଗଲା।
ଏହାପରେ ରାକ୍ଷୀଙ୍କ ଲାଇଫରେ ଏଣ୍ଟ୍ରି କରିଥିଲେ ଆଦିଲ । ଆଦିଲ ଜଣେ ବିଜନେସମ୍ୟାନ୍ ହୋଇଥିବା ବେଳେ ରାକ୍ଷୀଙ୍କୁ ଦାମିକିଆ କାର୍, ସାଙ୍ଗକୁ ଦୁବାଇରେ ଫ୍ଲାଟ୍, ସୁନା ଘଣ୍ଟା ଅଦି ଦାମିକିଆ ଉପହାର ଦେଇଛନ୍ତି। ଏନେଇ ରାକ୍ଷୀ ନିଜ ଫ୍ୟାନ୍ସଙ୍କୁ ଜଣାଇବା ସହ ଆଦିଲଙ୍କ ସହ ତାଙ୍କର ଇସ୍କ ଥିବା ବି ସୂଚାଇଥିଲେ। ହେଲେ ଆଦିଲ ବିବାହ ନାଁ ଧରୁ ନ ଥିବା ବେଳେ ୭ ମାସ ତଳେ ଉଭୟଙ୍କ ନିକାହ ହୋଇଥିବା ଜଣାଯାଇଛି।
[caption id="attachment_796359" align="aligncenter" width="650"] ରାକ୍ଷୀ ଓ ଆଦିଲ ।[/caption]
କିନ୍ତୁ ଏହି ବିବାହ କେତେଦିନ ତିଷ୍ଠିବ ତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ୟୁଜର୍ସ। କିଛି ଏହାକୁ ଏକ ଫେକ୍ ବିବାହ ବୋଲି କହିଥିବା ବେଳେ କିଛି ଦିନ ପରେ ଏହାବି ଭାଙ୍ଗିଯିବ ବୋଲି କହିଛନ୍ତି।
ରିତେଶଙ୍କ ପରି ଆଦିଲ ବି ତାଙ୍କୁ ଧୋକା ଦେବେ ବୋଲି ସନ୍ଦେହରେ ଅଛନ୍ତି ରାକ୍ଷୀ । ତେଣୁ ନିଜ ବିବାହ ଦୁନିଆ ସାମନାକୁ ଆଣିଥିବା କହିଛନ୍ତି। କିନ୍ତ ଆଦିଲଙ୍କ ତରଫରୁ ନିଜ ବିବାହକୁ ନେଇ କୌଣସି ଷ୍ଟେଟମେଣ୍ଟ ଆସି ନ ଥିବାରୁ ସେ ଏହାକୁ ନେଇ କେତେ ଖୁସି ତାହା ସ୍ପଷ୍ଟ ହୋଇପାରିନି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।