ଅନ୍ତର୍ଜାତୀୟ ରାମ୍ପ ଶୋରେ ଚାଲିଲେ ଅମିତାଭଙ୍କ ଝିଅ

ମୁମ୍ବାଇ: ରାମ୍ପରେ ଓହ୍ଲାଇଲେ ବିଗ୍‌ ବି ଅମିତାଭଙ୍କ ଝିଅ ଶ୍ୱେତା ନନ୍ଦା। ଖୁବ୍‌ ଜଣାଶୁଣା ଡିଜାଇନର ଅବୁ ଜାନୀ ଓ ସନ୍ଦୀପ ଖୋସଲାଙ୍କ ଡିଜାଇନର ଡ୍ରେସ ପିନ୍ଧି ରାମ୍ପ କରିଥିଲେ ସ୍ୱେତା। ଅନ୍ତର୍ଜାତୀୟ ରାମ୍ପରେ ଶ୍ୱେତାଙ୍କୁ ଚାଲିବା ଦେଖି ମେଗାଷ୍ଟାର ଅମିତାଭ ନିଜକୁ ଗୌରାବନ୍ୱିତ ମନେ କରୁଛନ୍ତି ବୋଲି ଟ୍ୱିଟର ମାଧ୍ୟମରେ ଜଣାଇଛନ୍ତି। ଏହି ଶୋ’ରେ ଅମିତାଭଙ୍କ ସହିତ ଜୟା ବଚ୍ଚନ ଓ ଅଭିଶେକ ଉପସ୍ଥିତ ଥିଲେ।

ରାମ୍ପରେ ଚାଲିବା ସମୟରେ ଅମିତାଭ ନିଜେ ଫୋନରେ ଶ୍ୱେତାଙ୍କ ଫଟୋ ଉଠାଇଥିବାର ଦେଖା ଯାଇଥିଲା। ଶୋ’ରେ ଶ୍ୱେତା ଏକ ଉଜ୍ଜଳ ରଙ୍ଗର ଗାଉନ ସହ ମୁଣ୍ଡରେ ଏକ ଛୋଟ ମୁକୁଟ ପିନ୍ଧି ଖୁବ୍ ଆକର୍ଷଣୀୟ ଦେଖାଯାଉଥିଲେ।