ମୁମ୍ବାଇ: ରଣବୀର କପୁର ଓ କ୍ୟାଟ୍ରିନାଙ୍କ ଫିଲ୍ମ ‘ଜଗା ଜାସୁସ’ର ପ୍ରଥମ ଲୁକ୍ ସାମ୍ନାକୁ ଆସିଛି। ଏଥିରେ ରଣବୀର ଏକ ନୂଆ ଷ୍ଟାଇଲରେ ଡ୍ୟାନ୍ସ କରିବାର ନଜର ଆସିଛନ୍ତି। ରଣବୀରଙ୍କ ପ୍ରଥମ ଲୁକ୍ରେ ଗୋଟେ ଗୋଡ଼ ନଥିବା ପରି ଦେଖାଯାଇଛି। ହୋଇପାରେ ଫିଲ୍ମରେ ସେ ଏକ ଭିନ୍ନକ୍ଷମର ଅଭିନୟ କିମ୍ବା ଗୁଇନ୍ଦାଗିରି ଅଭିନୟର ଏକ ଅଂଶ ହୋଇପାରେ,ଯାହାକୁ ନେଇ କୌଣସି ସ୍ପଷ୍ଟ କରାଯାଇ ନାହିଁ।
ଖବର ମୁତାବକ ନିର୍ଦ୍ଦେଶକ ଅନୁରାଗ ବାସୁ ୨୦୧୪ର ଆରମ୍ଭରେ ଏହାର ସୁଟିଂ ଆରମ୍ଭ କରି ୨୦ ଦିନ ମଧ୍ୟରେ ସାରି ଦେଇଥିଲେ ମଧ୍ୟ ପରେ ଏହାର ଆଉଥରେ ସୁଟିଂ କରିଥିଲେ। ପୂର୍ବରୁ ୨୦୧୫ରେ ରିଲିଜ ହେବାକୁ ଥିବା ଏହି ଫିଲ୍ମ କୌଣସି କାରଣ ପାଇଁ ୭ ଅପ୍ରେଲ ୨୦୧୭ରେ କରାଯିବ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।