ବାହା ହେବେ ଦୀପିକା-ରଣବୀର, ଡେଟ୍‌ ଫାଇନାଲ୍‌!

ମୁମ୍ବାଇ: ବଲିଉଡ୍‌ର ରୋମାଣ୍ଟିକ୍‌ ଯୋଡ଼ି ରଣବୀର କପୁର ଓ ଦୀପିକା ପାଦୁକୋନ୍‌ଙ୍କ ବାହାଘରକୁ ନେଇ ବେଶ୍‌ କିଛି ଦିନ ହେବ ଚର୍ଚ୍ଚା ହେଉଛି। ପୂର୍ବରୁ ଶୁଣିବାକୁ ମିଳୁଥିଲା ଦୁହିଁଙ୍କର ନିର୍ବନ୍ଧ ହୋଇଯାଇଛି ଓ ବାହାଘର ନଭେମ୍ବର ୧୯ରେ ହେବ। କିନ୍ତୁ ସୂଚନା ମୁତାବକ ଏବେ ସେମାନଙ୍କ ବିବାହ ତାରିଖରେ ପରିବର୍ତ୍ତନ କରାଯାଇଛି। ନଭେମ୍ବର ୧୦ରେ ସେମାନଙ୍କ ବାହାଘର ହୋଇପାରେ ବୋଲି ସୂଚନା ଆସିଛି। ସୂଚନା ମୁତାବକ, ଏହି ଦୁଇ ଲଭ୍‌ବାର୍ଡଙ୍କ ନିର୍ବନ୍ଧ ଦୀପିକା ପାଦୁକୋନଙ୍କ ଜନ୍ମଦିନରେ କରାଯାଇଥିଲା। […]

deepika

Rakesh Mallick
  • Published: Friday, 22 June 2018
  • , Updated: 22 June 2018, 02:46 PM IST

ମୁମ୍ବାଇ: ବଲିଉଡ୍‌ର ରୋମାଣ୍ଟିକ୍‌ ଯୋଡ଼ି ରଣବୀର କପୁର ଓ ଦୀପିକା ପାଦୁକୋନ୍‌ଙ୍କ ବାହାଘରକୁ ନେଇ ବେଶ୍‌ କିଛି ଦିନ ହେବ ଚର୍ଚ୍ଚା ହେଉଛି। ପୂର୍ବରୁ ଶୁଣିବାକୁ ମିଳୁଥିଲା ଦୁହିଁଙ୍କର ନିର୍ବନ୍ଧ ହୋଇଯାଇଛି ଓ ବାହାଘର ନଭେମ୍ବର ୧୯ରେ ହେବ। କିନ୍ତୁ ସୂଚନା ମୁତାବକ ଏବେ ସେମାନଙ୍କ ବିବାହ ତାରିଖରେ ପରିବର୍ତ୍ତନ କରାଯାଇଛି। ନଭେମ୍ବର ୧୦ରେ ସେମାନଙ୍କ ବାହାଘର ହୋଇପାରେ ବୋଲି ସୂଚନା ଆସିଛି।

ସୂଚନା ମୁତାବକ, ଏହି ଦୁଇ ଲଭ୍‌ବାର୍ଡଙ୍କ ନିର୍ବନ୍ଧ ଦୀପିକା ପାଦୁକୋନଙ୍କ ଜନ୍ମଦିନରେ କରାଯାଇଥିଲା। ଜାନୁଆରୀ ୫ରେ ଦୀପିକାଙ୍କ ଜନ୍ମଦିନ ପାର୍ଟିରେ କିଛି ସଂପର୍କୀୟଙ୍କ ଉପସ୍ଥିତିରେ ଦୁଇ ଜଣଙ୍କ ନିର୍ବନ୍ଧ ସଂପନ୍ନ ହୋଇଥିଲା। ପୂର୍ବରୁ ଦୁଇ ଜଣଙ୍କ ବିବାହ ଉଦୟପୁରରେ ହେବ ବୋଲି ଶୁଣିବାକୁ ମିଳିଥିବା ବେଳେ ଏବେ ବେଙ୍ଗାଲୁରୁ ବା ଇଟାଲିରେ ଦୁହେଁ ବିବାହ କରିବେ ବୋଲି ଶୁଣାଯାଉଛି। ମୁମ୍ବାଇରେ ଦୁହେଁ ଭୋଜି ଦେବେ।

ତେବେ ନିର୍ବନ୍ଧ ହେଉ କି ବିବାହ ଏହି କଥାକୁ ସାର୍ବଜନୀନ ଭାବେ ଦୁହେଁ ସ୍ପଷ୍ଟ କରି ନାହାନ୍ତି।

 

 

Related story