ମୁମ୍ବାଇ: କଲିକତା ରାନାଘାଟ ରେଳ ଷ୍ଟେଶନରେ ‘ଏକ ପ୍ୟାର କା ନଗମା ହେ’ ଗୀତ ଗାଇ ରାତାରାତି ମିଡିଆ ସେନସେସନ ପାଲଟି ଯାଇଥିଲେ ରାନୁ ମଣ୍ଡଲ । ସୁଲଳିତ କଣ୍ଠରେ ଲତା ମଙ୍ଗେଶକରଙ୍କ ଗୀତ ଗାଇ ଖୁବ୍ କମ୍ ଦିନରେ ଷ୍ଟାର ପାଲଟି ଯାଇଥିବା ରାନୁ ମଣ୍ଡଳଙ୍କୁ ସଙ୍ଗୀତ ନିର୍ଦ୍ଦେଶକ ତଥା ଗାୟକ ହିମେଶ ରେଶମିଆଁ ବଲିଉଡ୍ରେ ଗାଇବାର ସୁଯୋଗ ଦେଇଥିଲେ।
ରାତାରାତି ଷ୍ଟାରଡମ୍ ହାସଲ କରିଥିଲେ ରାନୁ। ପଶ୍ଚିମବଙ୍ଗର ରାନାଘାଟ ରେଲଓ୍ୱେ ଷ୍ଟେସନ୍ରେ ବୁଲି ଭିକ୍ଷା ମାଗୁଥିବା ରାନୁ ମଣ୍ଡଳ ପହଞ୍ଚି ଯାଇଥିଲେ ହିମେଶ ରେଶମିଆଙ୍କ ଷ୍ଟୁଡିଓରେ । ଏପରି ଭାଗ୍ୟ ଲୋକଙ୍କୁ କ୍ୱଚିତ ମିଲେ। ରାନୁ ମଣ୍ଡଳଙ୍କ ଜୀବନୀକୁ ଏବେ ବଡ଼ ପରଦାରେ ଦେଖିବେ ଦର୍ଶକ। ଖୁବ୍ ଶୀଘ୍ର ତାଙ୍କ ବାୟୋପିକ୍ ହେବାକୁ ଯାଉଛି।
ଏହି ଫିଲ୍ମର ଟାଇଟଲ୍ ହେଉଛି ‘ମିସ୍ ରାନୁ ମାରିଆ’ । ଏହାର ନିର୍ଦ୍ଦେଶନା ଦେବେ ଋଷିକେଶ ମଣ୍ଡଳ। ରାନୁଙ୍କ ଚରିତ୍ରରେ ଅଭିନୟ କରିବେ ଅଭିନେତ୍ରୀ ଇଶିକା ଡେ। ଇଶିକା ବହୁ ବଙ୍ଗାଳି ଓ ହିନ୍ଦି ଫିଲ୍ମରେ ଅଭିନୟ କରି ପ୍ରଶଂସା ସାଉଣ୍ଟି ସାରିଛନ୍ତି।
[caption id="attachment_672868" align="aligncenter" width="650"] ଇଶିକା ଡେ ଓ ରାନୁ ମଣ୍ଡଲ[/caption]
ଏନେଇ ଇଶିକା କହିଛନ୍ତି, “ଜଣେ କଳାକାର ହିସାବରେ ସବୁବେଳେ ଭଲ ଚରିତ୍ରର ସନ୍ଧାନରେ ଥାଏ । ମୋ ମତରେ ଯେଉଁ ଚରିତ୍ରରେ ବହୁ ରଙ୍ଗ ଥିବ, ତାହା ପରଦା ଉପରେ ଜୀବନ୍ତ ଲାଗିବ । ଭଲ ଚରିତ୍ରର ଲୋଭ ସବୁ କଳାକାରଙ୍କର ଥାଏ। ଏହା ମୋ ଝୁଲାରେ ପଡ଼ିଥିବାରୁ ମୁଁ ବହୁତ ଖୁସି ଅଛି। ମୋ ପାଖକୁ ଅଚାନକ ଏହି ପ୍ରସ୍ତାବ ଆସିଛି ଓ ମୁଁ ଖୁବ୍ ଖୁସି ଅଛି। ”
ଇଶିକା ବହୁ ହିନ୍ଦି ଫିଲ୍ମ ଯେପରି ‘ପରୀ’, ‘ଲାଲ କପ୍ତାନ’ରେ ଅଭିନୟ କରିଛନ୍ତି। ଏହାବାଦ ନେଟଫ୍ଲିକ୍ସ ପ୍ଲାଟଫର୍ମରେ ଆସିଥିବା ‘ସିକ୍ରେଡ ଗେମ୍ସ’ରେ ତାଙ୍କ ଫରଫରମାନ୍ସ ଖୁବ୍ ଦମଦାର ଥିଲା। ‘ମିସ୍ ରାନୁ ମାରିଆ’ର ଶୁଟିଂ ଖୁବ୍ ଜଲଦି ଆରମ୍ଭ ହୋଇଯିବ ବୋଲି ଇଶିକା କହିଛନ୍ତି। ମୁଖ୍ୟତଃ ଏହାକୁ କୋଲକତା ଓ ମୁମ୍ବାଇରେ ସୁଟ୍ କରାଯିବ, ଯେଉଁଠିକି ରାନୁ ମଣ୍ଡଳଙ୍କ ଯାତାୟତ ଥିଲା।
ରାନୁ ମଣ୍ଡଲଙ୍କୁ ହିମେଶ ବଲିଉଡ ମୁଭିରେ ଗାଇବାର ସୁଯୋଗ ଦେଇଥିବା ବେଳେ ଏହି ଫିଲ୍ମରେ ବି ସେ ନଜର ଆସିବେ କି ପ୍ରଶ୍ନର ଉତ୍ତରରେ ଇଶିକା କହିଛନ୍ତି, ଫିଲ୍ମର ଡାଇରେକ୍ଟର ତାଙ୍କ ସହ ଯୋଗାଯୋଗ କରିଛନ୍ତି । ସେ ମଧ୍ୟ ଆମ ସହ ଯୋଡ଼ି ହେବେ ବୋଲି ଆଶା କରୁଛୁ।
ରାନୁ ମଣ୍ଡଲଙ୍କ ଲୁକ୍ ପାଇଁ ଇଶିକାଙ୍କୁ ଖୁବ୍ ପରିଶ୍ରମ କରିବାକୁ ପଡ଼ୁଛି। ଏହି ଚରିତ୍ର ପାଇଁ ଗତ ୨ ମାସରେ ସେ ୧୦ କେଜି ଓଜନ କମ୍ କରିଥିବା କହିଛନ୍ତି। ଇଶିକା ଏ ଯାଏ ରାନୁଙ୍କୁ ସାକ୍ଷାତ କରି ନ ଥିବା ବେଳେ ଖୁବ୍ ଶୀଘ୍ର ଭର୍ଚୁଆଲ ମୋଡରେ ତାଙ୍କ ସହ ସାକ୍ଷାତ କରିବେ ବୋଲି କହିଛନ୍ତି। ଆସନ୍ତା ନଭେମ୍ବରରୁ ଏହି ଫିଲ୍ମର ସୁଟିଂ ଆରମ୍ଭ ହେବ । ଏହାବାଦ ଆସନ୍ତା ବର୍ଷ ମାର୍ଚ୍ଚ-ଏପ୍ରିଲ ସୁଦ୍ଧା ଏହାକୁ ରିଲିଜ କରାଯିବ ବୋଲି ଜଣାଯାଇଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।