ଦୀପିକାଙ୍କୁ ଛାଡ଼ି ଆଲିୟାଙ୍କୁ ପ୍ରେମ ନିବେଦନ କଲେ ରଣବୀର

ମୁମ୍ବାଇ: ବଲିଉଡର ‘ବାଜିରାଓ’ ରଣବୀର ସିଂହ ତାଙ୍କ ପ୍ରେମିକା ଦୀପିକାଙ୍କୁ ଛାଡ଼ି ଏବେ ଆଲିୟା ଭଟ୍ଟଙ୍କ ସହିତ ପ୍ରେମ ବନ୍ଧନରେ ‍ବାନ୍ଧି ହୋଇଯାଇଛନ୍ତି। ଏହା କିଛି ଫଟୋରୁ ଜଣାପଡ଼ିଛି। ଏଭଳି ଏକ ଫଟୋ ସାମନାକୁ ଆସିଛି ଯେଉଁଥିରେ ରଣବୀର ତଳେ ଆଣ୍ଠେଇ ଆଲିୟାଙ୍କୁ ପ୍ରେମ ନିବେଦନ କରୁଥିବାର ଦେଖାଯାଉଛି। ରଣବୀରଙ୍କ ଏହି ରୋମିଓ ଅବତାରକୁ ଦେଖି ଆଲିୟା ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଥିବା ଜଣାପଡୁଛି। ସୂଚନାଯୋଗ୍ୟ ଯେ ନିକଟରେ ଏହି କ୍ୟୁଟ ଯୋଡ଼ି ଏକ ଟ୍ରାଭେଲ୍ ପୋର୍ଟାଲ ପାଇଁ […]

ranveer

Rakesh Mallick
  • Published: Tuesday, 19 July 2016
  • , Updated: 19 July 2016, 05:02 PM IST

ମୁମ୍ବାଇ: ବଲିଉଡର ‘ବାଜିରାଓ’ ରଣବୀର ସିଂହ ତାଙ୍କ ପ୍ରେମିକା ଦୀପିକାଙ୍କୁ ଛାଡ଼ି ଏବେ ଆଲିୟା ଭଟ୍ଟଙ୍କ ସହିତ ପ୍ରେମ ବନ୍ଧନରେ ‍ବାନ୍ଧି ହୋଇଯାଇଛନ୍ତି। ଏହା କିଛି ଫଟୋରୁ ଜଣାପଡ଼ିଛି।

ଏଭଳି ଏକ ଫଟୋ ସାମନାକୁ ଆସିଛି ଯେଉଁଥିରେ ରଣବୀର ତଳେ ଆଣ୍ଠେଇ ଆଲିୟାଙ୍କୁ ପ୍ରେମ ନିବେଦନ କରୁଥିବାର ଦେଖାଯାଉଛି। ରଣବୀରଙ୍କ ଏହି ରୋମିଓ ଅବତାରକୁ ଦେଖି ଆଲିୟା ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଥିବା ଜଣାପଡୁଛି।

ସୂଚନାଯୋଗ୍ୟ ଯେ ନିକଟରେ ଏହି କ୍ୟୁଟ ଯୋଡ଼ି ଏକ ଟ୍ରାଭେଲ୍ ପୋର୍ଟାଲ ପାଇଁ ଆଡ୍ ସୁଟ୍ କରିଥିଲେ। ଏହି ଆଡ୍ ସୁଟ୍‌ରେ କିଛି ମଜାଦାର ଫଟୋ ରଣବୀର ଇନ୍‌ଷ୍ଟାଗ୍ରାମରେ ସେୟାର କରିଛନ୍ତି ଯେଉଁଥିରୁ ଗୋଟିକରେ ଆଲିୟାଙ୍କ ସହିତ ତାଙ୍କ ଫଟୋ ଅଛି। ଅନ୍ୟ ଫଟୋରେ ରଣବୀର ‘ରାଜ ଦିଲୱାଲ’ ହୋଇ ପୋଜ ଦେଉଥିବାର ଦେଖା ଯାଉଛି।

ରଣବୀର ନିକଟରେ ତାଙ୍କ ଫିଲ୍ମ ‘ବେଫିକ୍ରେ’ ର ସୁଟିଂ ସାରି ମୁମ୍ବାଇ ଫେରିଛନ୍ତି। ଖବର ମୁତାବକ ଏହି ଦୁଇଜଣଙ୍କ ଯୋଡି ଜୋୟା ଆକ୍‌ତରଙ୍କ ଆଗାମୀ ଫିଲ୍ମରେ ରୋମାନ୍ସ କରୁଥିବା ନଜର ଆସିବେ। ଯଦି ଏଭଳି ହୁଏ ତାହାଲେ ପ୍ରଥମ ଥର ପାଇଁ ରଣବୀର ଏବଂ ଆଲିୟାଙ୍କ ଯୋଡି ସ୍କ୍ରିନିଂରେ ଦେଖିବାକୁ ମିଳିବ।

Related story