କରନ୍‌ଙ୍କ ଆଗାମୀ ଫିଲ୍ମରେ ରଣବୀର

ମୁମ୍ବାଇ: ଚଳିତ ବର୍ଷ ‘ବେଫିକ୍ରେ’ ଓ ‘ପଦ୍ମାବତୀ’ ଫିଲ୍ମ ପାଇଁ ବ୍ୟସ୍ତଥିବା ‘ବାଜିରାଓ ମସ୍ତାନୀ’ ଷ୍ଟାର ରଣବୀର ସିଂହ ଆସନ୍ତା ବର୍ଷ ପ୍ରଯୋଜକ କରନ ଜୋହରଙ୍କ ଫିଲ୍ମରେ ନଜର ଆସିବେ। ୯୦ ଦଶକର ସୁପରହିଟ୍‌ ଫିଲ୍ମ ‘ରାମ୍‌ଲଖନ’ର ସିକୁଏଲରେ ତାଙ୍କୁ ଦେଖିବାକୁ ମିଳିବ। ସେ ଓ କରନ ଜୋହର ମିଶି କାମ କରିବାକୁ ନେଇ ବି ଟାଉନ୍‌ରେ ଚର୍ଚ୍ଚା ଜୋର ଧରିଛି। ତେବେ ଏବେ ‘ବିଫିକ୍ରେ’ ପାଇଁ ରଣବୀର ଫ୍ରାନ୍ସରେ ଅଛନ୍ତି। ତାଙ୍କ ସହ କରନ ଫୋନ୍‌ […]

ranveer-singh

Rakesh Mallick
  • Published: Saturday, 23 July 2016
  • , Updated: 23 July 2016, 06:36 PM IST

ମୁମ୍ବାଇ: ଚଳିତ ବର୍ଷ ‘ବେଫିକ୍ରେ’ ଓ ‘ପଦ୍ମାବତୀ’ ଫିଲ୍ମ ପାଇଁ ବ୍ୟସ୍ତଥିବା ‘ବାଜିରାଓ ମସ୍ତାନୀ’ ଷ୍ଟାର ରଣବୀର ସିଂହ ଆସନ୍ତା ବର୍ଷ ପ୍ରଯୋଜକ କରନ ଜୋହରଙ୍କ ଫିଲ୍ମରେ ନଜର ଆସିବେ।

୯୦ ଦଶକର ସୁପରହିଟ୍‌ ଫିଲ୍ମ ‘ରାମ୍‌ଲଖନ’ର ସିକୁଏଲରେ ତାଙ୍କୁ ଦେଖିବାକୁ ମିଳିବ। ସେ ଓ କରନ ଜୋହର ମିଶି କାମ କରିବାକୁ ନେଇ ବି ଟାଉନ୍‌ରେ ଚର୍ଚ୍ଚା ଜୋର ଧରିଛି। ତେବେ ଏବେ ‘ବିଫିକ୍ରେ’ ପାଇଁ ରଣବୀର ଫ୍ରାନ୍ସରେ ଅଛନ୍ତି। ତାଙ୍କ ସହ କରନ ଫୋନ୍‌ ଯୋଗେ ଏନେଇ କଥା ହୋଇଥିଲେ ଏବଂ ଖୁବ୍‌ ଶୀଘ୍ର ଉଭୟଙ୍କ ମଧ୍ୟରେ ଭେଟ ହେବ ଆଶା କରାଯାଉଛି। କରନ୍‌ଙ୍କ ଧର୍ମା ପ୍ରଡକ୍ସସନ୍ସର ‘ରାମ୍‌ଲଖନ-୨’ରେ ରଣବୀର ଅଭିନୟ କରିବା ଏକ ପ୍ରକାର ସ୍ପଷ୍ଟ ହୋଇଛି ବୋଲି ଚର୍ଚ୍ଚା ହେଉଛି। ଶୁଣାଯାଉଛି କି ରଣବୀରଙ୍କ ସହ କରନ ଫିଲ୍ମ ନିର୍ମାଣର ତାରିଖ, ପ୍ରାପ୍ୟ ଓ ସୁଟିଂ ସ୍ଥାନ ସ୍ଥିର କରିବେ। ଏହାପରେ ଫିଲ୍ମର ଅନ୍ୟ କିଏ ସବୁ ଅଭିନୟ କରିବେ ତାହା ସ୍ଥିର ହେବ।

ଏହି ଚଳଚିତ୍ରଟି ଆସନ୍ତାବର୍ଷ ନଭେମ୍ବରରେ ରିଲିଜ୍‌ ହେବ।

Related story