ଓସ୍କାରରେ ‘ଗଲି ବୟ’ ଭାରତର ଅଫିସିଆଲ ଏଣ୍ଟ୍ରି

ମୁମ୍ବାଇ: ଓସ୍କାର ୨୦୨୦ ପାଇଁ ଗଲି ବୟକୁ ଭାରତର ଅଫିସିଆଲ ଏଣ୍ଟ୍ରି ଭାବେ ମନୋନୀତ କରାଯାଇଛି। ଏହି ଫିଲ୍ମରେ ରଣବୀର ସିଂହ ଏବଂ ଆଲିଆ ଭଟ୍ଟ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି। ଜୋୟା ଅଖତର ନିର୍ଦ୍ଦେଶିତ ଏହି ଫିଲ୍ମରେ ରଣବୀର ଜଣେ ମୁମ୍ବାଇର ଏକ ବସ୍ତିର ଜଣେ ରାପର୍‌ ଭୂମିକା ନିଭାଇଛନ୍ତି। ସେ ଷ୍ଟାର ହେବାକୁ ସ୍ୱପ୍ନ ଦେଖୁଛନ୍ତି। ବାରମ୍ବାର ବିଫଳତାର ସ୍ୱାଦ ଚାଖିବା ପରେ ସେ କେମିତି ପ୍ରସିଦ୍ଧ ହୋଇଯାଉଛନ୍ତି ଏହି ଫିଲ୍ମରେ ତା’ର କାହାଣୀ […]

Gully

Gully

Subrat Kumar Nayak
  • Published: Saturday, 21 September 2019
  • Updated: 22 September 2019, 08:23 AM IST

Sports

Latest News

ମୁମ୍ବାଇ: ଓସ୍କାର ୨୦୨୦ ପାଇଁ ଗଲି ବୟକୁ ଭାରତର ଅଫିସିଆଲ ଏଣ୍ଟ୍ରି ଭାବେ ମନୋନୀତ କରାଯାଇଛି। ଏହି ଫିଲ୍ମରେ ରଣବୀର ସିଂହ ଏବଂ ଆଲିଆ ଭଟ୍ଟ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି।

ଜୋୟା ଅଖତର ନିର୍ଦ୍ଦେଶିତ ଏହି ଫିଲ୍ମରେ ରଣବୀର ଜଣେ ମୁମ୍ବାଇର ଏକ ବସ୍ତିର ଜଣେ ରାପର୍‌ ଭୂମିକା ନିଭାଇଛନ୍ତି। ସେ ଷ୍ଟାର ହେବାକୁ ସ୍ୱପ୍ନ ଦେଖୁଛନ୍ତି। ବାରମ୍ବାର ବିଫଳତାର ସ୍ୱାଦ ଚାଖିବା ପରେ ସେ କେମିତି ପ୍ରସିଦ୍ଧ ହୋଇଯାଉଛନ୍ତି ଏହି ଫିଲ୍ମରେ ତା’ର କାହାଣୀ ରହିଛି। ଏହାର କାହାଣୀ ଡିଭାଇନ୍‌ ଏବଂ ନାଏଜୀ ନାମକ ୨ଜଣ ରାପର୍‌ଙ୍କ ଜୀବନ ଉପରେ ଆଧାରିତ।

ଏହି ଫିଲ୍ମର ଅନ୍ୟତମ ପ୍ରଯୋଜକ ଫରହାନ୍‌ ଅଖତାର ଏହି ବିଷୟରେ ପ୍ରଥମେ ଘୋଷଣା କରିଥିଲେ। ସେ ଏହି ଫିଲ୍ମର ଲୋକପ୍ରିୟ ସଂଳାପ ଅପ୍‌ନା ଟାଇମ୍‌ ଆଏଗାର ହ୍ୟାଶ୍‌ ଟ୍ୟାଗ୍‌ ବ୍ୟବହାର କରିଛନ୍ତି। ସୂଚନାଯୋଗ୍ୟ ଯେ, ଚଳିତ ବର୍ଷ ଫେବୃଆରୀ ମାସରେ ଏହି ଫିଲ୍ମ ବର୍ଲିନ୍‌ ଚଳିଚ୍ଚିତ୍ର ଉତ୍ସବରେ ପ୍ରଦର୍ଶିତ ହୋଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos