ସଲମାନଙ୍କୁ 'ଆଞ୍ଜେଲ' ଆଖ୍ୟା ଦେଲେ ରେମୋଙ୍କ ପତ୍ନୀ

ନୂଆଦିଲ୍ଲୀ: ବଲିଉଡ୍ ଫିଲ୍ମ ନିର୍ମାତା ଓ ଜଣାଶୁଣା କୋରିଓଗ୍ରାଫର ରେମୋ ଡି’ସୌଜା ହସ୍ପିଟାଲରୁ ଡିସଚାର୍ଜ ହୋଇ ଘରେ ଅଛନ୍ତି। କିଛି ଦିନ ତଳେ ହୃଦଘାତ କାରଣରୁ ରେମୋଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା, ଯେଉଁଠାରେ ତାଙ୍କର ଆଞ୍ଜିଓପ୍ଲାଷ୍ଟି ସର୍ଜରୀ ହୋଇଥିଲା। ଏବେ ସେ ସୁସ୍ଥ ହୋଇ ଘରକୁ ଫେରିସାରିଛନ୍ତି। ଘରକୁ ଫେରିବା ପରେ ତାଙ୍କୁ ଜୋରଦାର ସ୍ୱାଗତ କରାଯାଇଥିଲା, ଭିଡିଓ ସେ ଶେଆର୍ କରିଥିଲେ।   View this post on Instagram   A post shared […]

lizelle

Ranjit Kumar Jena
  • Published: Friday, 25 December 2020
  • , Updated: 25 December 2020, 02:08 PM IST

ନୂଆଦିଲ୍ଲୀ: ବଲିଉଡ୍ ଫିଲ୍ମ ନିର୍ମାତା ଓ ଜଣାଶୁଣା କୋରିଓଗ୍ରାଫର ରେମୋ ଡି'ସୌଜା ହସ୍ପିଟାଲରୁ ଡିସଚାର୍ଜ ହୋଇ ଘରେ ଅଛନ୍ତି। କିଛି ଦିନ ତଳେ ହୃଦଘାତ କାରଣରୁ ରେମୋଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା, ଯେଉଁଠାରେ ତାଙ୍କର ଆଞ୍ଜିଓପ୍ଲାଷ୍ଟି ସର୍ଜରୀ ହୋଇଥିଲା। ଏବେ ସେ ସୁସ୍ଥ ହୋଇ ଘରକୁ ଫେରିସାରିଛନ୍ତି। ଘରକୁ ଫେରିବା ପରେ ତାଙ୍କୁ ଜୋରଦାର ସ୍ୱାଗତ କରାଯାଇଥିଲା, ଭିଡିଓ ସେ ଶେଆର୍ କରିଥିଲେ।

 

View this post on Instagram

 

A post shared by Liz (@lizelleremodsouza)

ସେହିପରି ରେମୋଙ୍କ ପତ୍ନୀ ଲିଜେଲ୍ ଡି'ସୌଜା ମଧ୍ୟ ଇନଷ୍ଟାଗ୍ରାମରେ ଏକ ସୁନ୍ଦର ଫଟୋ ଶେଆର୍ କରିଛନ୍ତି, ଯେଉଁଥିରେ ବିପଦ ବେଳେ ତାଙ୍କୁ ସାହାଯ୍ୟ କରିଥିବା ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଧନ୍ୟବାଦ ତାଲିକାରେ ରହିଛନ୍ତି ବଲିଉଡ୍ ସୁପର୍ ଷ୍ଟାର୍ ସଲମାନ୍ ଖାନ। ସଲମାନଙ୍କୁ ସେ ବିଶେଷ ଅନ୍ଦାଜରେ ଧନ୍ୟବାଦ ଜଣାଇଛନ୍ତି। ସଲ୍ଲୁଙ୍କୁ ଲିଜେଲ୍ 'ଆଞ୍ଜେଲ' ଆଖ୍ୟା ଦେଇଛନ୍ତି। ଲିଜେଲ୍ କ୍ୟାପସନରେ ଲେଖିଛନ୍ତି, ମୁଁ ସଲମାନ୍ ଖାନଙ୍କୁ ନିଜ ଅନ୍ତରରୁ ଧନ୍ୟବାଦ ଜଣାଉଛି। ଆପଣ ମୋ ପାଇଁ 'ଆଞ୍ଜେଲ'। ମୋ ସହ ସର୍ବଦା ରହିଥିବାରୁ ଧନ୍ୟବାଦ ଭାଇ।

 

View this post on Instagram

 

A post shared by Remo Dsouza (@remodsouza)

ସଲମାନଙ୍କ ବ୍ୟତୀତ ଲିଜେଲ୍ କୋକିଲାବେନ୍ ହସ୍ପିଟାଲର ସମସ୍ତ କର୍ମଚାରୀଙ୍କ ସମେତ ଆଉ କିଛି ଲୋକଙ୍କୁ ଆନ୍ତରିକତାର ସହ ଧନ୍ୟବାଦ ଜଣାଇଛନ୍ତି। ରେମୋ ଯେଉଁଦିନ ହସ୍ପିଟାଲରୁ ଡିସଚାର୍ଜ ହେଲେ, ତାଙ୍କୁ ପରିବାର ଲୋକେ ତାଙ୍କୁ ଭବ୍ୟ ସ୍ୱାଗତ କରିଥିଲେ। ଏହାର ଭିଡିଓ ଶେଆର୍ କରି ୪୬ ବର୍ଷୀୟ ରେମୋ ଲେଖିଛନ୍ତି, ସମସ୍ତଙ୍କ ଭଲପାଇବା, ପ୍ରାର୍ଥନା ଓ ଆଶୀର୍ବାଦ ପାଇଁ ଧନ୍ୟବାଦ। ମୁଁ ପୁଣିଥରେ ଫେରିଛି।

Related story