ପାର୍ଟିରେ ସାମିଲ୍ ହେଲେ ରିଆ, ଫଟୋ ଭାଇରାଲ

ମୁମ୍ୱାଇ: ବଲିଉଡ ସୁପରଷ୍ଟାର ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ପରେ ସୋଶାଲ ମିଡିଆରୁ ଦୁରେଇ ରହିଥିଲେ ଅଭିନେତ୍ରୀ ରିଆ ଚକ୍ରବର୍ତ୍ତୀ। ଡ୍ରଗ୍ସ ମାମଲାରେ ଗିରଫ୍ ହୋଇ ଜେଲରୁ ଫେରିବା ପରେ ମଧ୍ୟ ସେ ସୋଶାଲ ମିଡିଆରେ ଦୂରେଇ ରହିଥିଲେ। ଏବେ କିନ୍ତୁ ସେ ପରଦାକୁ ଆସିବାକୁ ପ୍ରୟାସ ଆରମ୍ଭ କରିଛନ୍ତି। ଯଦିଓ ସୁଶାନ୍ତଙ୍କ ମୃତ୍ୟୁକୁ ନେଇ ବଲିଉଡ ଦୁଇଟି ଶ୍ରେଣୀରେ ବିଭକ୍ତ ହୋଇଛି। ନିକଟରେ ରିଆ ତାଙ୍କ ଭାଇ ସୌଭିକ ସହିତ ଘର ଖୋଜୁଥିବା ଦେଖିବାକୁ ମିଳିଥିଲା। […]

rhea-with-rod-fame

Subhransu Sekhar
  • Published: Friday, 08 January 2021
  • , Updated: 08 January 2021, 01:03 PM IST

ମୁମ୍ୱାଇ: ବଲିଉଡ ସୁପରଷ୍ଟାର ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ପରେ ସୋଶାଲ ମିଡିଆରୁ ଦୁରେଇ ରହିଥିଲେ ଅଭିନେତ୍ରୀ ରିଆ ଚକ୍ରବର୍ତ୍ତୀ। ଡ୍ରଗ୍ସ ମାମଲାରେ ଗିରଫ୍ ହୋଇ ଜେଲରୁ ଫେରିବା ପରେ ମଧ୍ୟ ସେ ସୋଶାଲ ମିଡିଆରେ ଦୂରେଇ ରହିଥିଲେ। ଏବେ କିନ୍ତୁ ସେ ପରଦାକୁ ଆସିବାକୁ ପ୍ରୟାସ ଆରମ୍ଭ କରିଛନ୍ତି। ଯଦିଓ ସୁଶାନ୍ତଙ୍କ ମୃତ୍ୟୁକୁ ନେଇ ବଲିଉଡ ଦୁଇଟି ଶ୍ରେଣୀରେ ବିଭକ୍ତ ହୋଇଛି।

ନିକଟରେ ରିଆ ତାଙ୍କ ଭାଇ ସୌଭିକ ସହିତ ଘର ଖୋଜୁଥିବା ଦେଖିବାକୁ ମିଳିଥିଲା। ଏବେ ସେ ରୋଡିଜ ଫେମ୍ ରାଜୀବ ଲକ୍ଷ୍ଣଣଙ୍କ ସହ ଏକ ପାର୍ଟିରେ ସାମିଲ୍ ହୋଇଥିବା ଦେଖିବାକୁ ମିଳିଛି। ରାଜୀବ ରିଆଙ୍କୁ ଆଲିଙ୍ଗନ କରି ହସୁଥିବା ପୋଜରେ କ୍ୟାମେରାକୁ ଦେଖୁଛନ୍ତି। ଫଟୋ ଶେୟାର କରିବାବେଳେ ରାଜୀବ ଲେଖିଥିଲେ, 'my girl'।

 

View this post on Instagram

 

A post shared by Rajiv Lakshman (@rajivlakshman)

ନିକଟରେ ରିଆଙ୍କ ବନ୍ଧୁ ରୁମି ଜାଫ୍ରି ଏକ ଅନ୍ ଲାଇନ୍ ପୋର୍ଟାଲକୁ ସାକ୍ଷାତକାରରେ ରିଆଙ୍କ ପ୍ରତ୍ୟାବର୍ତ୍ତନ ବାବଦରେ କହିଥିଲେ।

 

Related story