ସବୁଠୁ ଦାମୀ ଟିଭି କଳାକାର ସ୍ଥାନରେ କପିଲ ଶର୍ମା

ମୁମ୍ବାଇ: କମେଡି କିଙ୍ଗ୍‌ କପିଲ ଶର୍ମା ଟିଭି କଳାକାରଙ୍କ ମଧ୍ୟରେ ସବୁଠାରୁ ଦାମୀ କଳାକରରେ ସାମିଲ ହୋଇଛନ୍ତି। ‘ଦ କପିଲ ଶର୍ମା ଶୋ’ ପାଇଁ କପିଲଙ୍କ କଣ୍ଟ୍ରାକ୍ଟକୁ ଆହୁରି ଏକ ବର୍ଷ ଅର୍ଥାତ୍ ୨୦୧୭ ପର୍ଯ୍ୟନ୍ତ ବଢ଼ାଇ ଦିଆଯାଇଛି।

ଜାଣି ଆଶ୍ଚର୍ଯ୍ୟ ହେବେ, ଏହି ଶୋ’ ପାଇଁ କପିଲଙ୍କ ଫି ୧୦୦କୋଟିରୁ ଅଧିକ ବଢ଼ିଯାଇଛି। କପିଲ ଏବେ ବଲିଉଡର ‘ଏ’ ଷ୍ଟାର୍‌ କଳାକାରଙ୍କ ପରି ଫି ନେବାକୁ ଲାଗିଲେଣି।

କପିଲଙ୍କ ଶୋ’ ଏବେ ପର୍ଯ୍ୟନ୍ତ ଟିଭି ଏବଂ ଇଣ୍ଟରନେଟ୍‌ରେ ସବୁଠୁ ଅଧିକ ଟିଆରପି ସହିତ ଆଗକୁ ବଢ଼ୁଛି। ଏହାସହିତ ଆଜିର ତାରିଖରେ କପିଲ ଶର୍ମା ସବୁଠାରୁ ଅଧିକ ରୋଜଗାର କରୁଥିବା କମେଡିଆନ୍‌ ଏବଂ ଟିଭି କଳାକାର ସ୍ଥାନ ହାସଲ କରିଛନ୍ତି।