ରିଲିଜ୍ ହୋଇଛି ଐତିହାସିକ ଫିଲ୍ମ ‘ବାଜିରାଓ ମସ୍ତାନୀ’ର ଟିଜର୍

ମୁମ୍ବାଇ:  ରିଲିଜ ହୋଇଛି  ଐତିହାସିକ ଫିଲ୍ମ ‘ବାଜିରାଓ ମସ୍ତାନୀ’ର ଟିଜର୍। ମରାଠା ପେଶବା ବାଜିରାଓ ଭୂମିକାରେ ନଜର ଆସିଛନ୍ତି ରଣବୀର ସିଂ। ଟିପିକାଲ ଲୁକକୁ ଆପଣାଇବାକୁ ଯାଇ ଲଣ୍ତା ହୋଇଛନ୍ତି ସେ । ବାଜିରାଓଙ୍କ ପ୍ରଥମ ପତ୍ନୀ ଭୂମିକାରେ ଦେଖିବାକୁ ମିଳିବେ ପ୍ରିୟଙ୍କା ଚୋପ୍ରା। ପିସି ଏଥିରେ କାଶୀବାଇ  ରୋଲ୍ ପ୍ଲେ କରିଛନ୍ତି। ତ୍ରିକୋଣୀୟ ପ୍ରେମ କାହାଣୀ ହେଉଛି ବାଜିରାଓ ମସ୍ତାନୀର ଥିମ୍। ବାଜିରାଓଙ୍କ ପ୍ରେମିକା ଏବଂ ଦ୍ୱିତୀୟ ପତ୍ନୀ ଭାବେ ଦିପିକା ଜଣେ ଯୋଦ୍ଧା ରୋଲ୍ […]

bajirao

Rakesh Mallick
  • Published: Saturday, 25 July 2015
  • , Updated: 25 July 2015, 09:23 AM IST

ମୁମ୍ବାଇ:  ରିଲିଜ ହୋଇଛି  ଐତିହାସିକ ଫିଲ୍ମ ‘ବାଜିରାଓ ମସ୍ତାନୀ’ର ଟିଜର୍। ମରାଠା ପେଶବା ବାଜିରାଓ ଭୂମିକାରେ ନଜର ଆସିଛନ୍ତି ରଣବୀର ସିଂ। ଟିପିକାଲ ଲୁକକୁ ଆପଣାଇବାକୁ ଯାଇ ଲଣ୍ତା ହୋଇଛନ୍ତି ସେ । ବାଜିରାଓଙ୍କ ପ୍ରଥମ ପତ୍ନୀ ଭୂମିକାରେ ଦେଖିବାକୁ ମିଳିବେ ପ୍ରିୟଙ୍କା ଚୋପ୍ରା। ପିସି ଏଥିରେ କାଶୀବାଇ  ରୋଲ୍ ପ୍ଲେ କରିଛନ୍ତି। ତ୍ରିକୋଣୀୟ ପ୍ରେମ କାହାଣୀ ହେଉଛି ବାଜିରାଓ ମସ୍ତାନୀର ଥିମ୍। ବାଜିରାଓଙ୍କ ପ୍ରେମିକା ଏବଂ ଦ୍ୱିତୀୟ ପତ୍ନୀ ଭାବେ ଦିପିକା ଜଣେ ଯୋଦ୍ଧା ରୋଲ୍ ପ୍ଲେ କରିଛନ୍ତି। ସଂଜୟ ଭନସାଲୀଙ୍କ ଏଇ ଫିଲ୍ମକୁ ନେଇ ଦର୍ଶକଙ୍କ ମଧ୍ୟରେ ଦେଖିବାକୁ ମିଳିଛି  ପ୍ରବଳ ଉତ୍ସାହ। ଯୁଦ୍ଧ, ସଂଘର୍ଷ, ଆଉ ତା’ ଭିତରେ ପ୍ରେମ, ଏସବୁକୁ ଖୁବ୍ ସୁନ୍ଦର ଭାବେ ଚିତ୍ରଣ କରାଯାଇଛି ଏହି ଫିଲ୍ମରେ। ଡିସେମ୍ୱର ୧୮ରେ ରିଲିଜ ହେବ ଏହି ଫିଲ୍ମ।

Related story