ଇନଷ୍ଟାଗ୍ରାମରେ ଫଟୋ ପୋଷ୍ଟ ସହ ନିଜ ପତ୍ନୀର ପ୍ରଶଂସା କରିଛନ୍ତି ରିତେଶ

ମୁମ୍ବାଇ: ବଲିଉହ ଅଭିନେତା ରିତେଶ ଦେଶମୁଖ ଓ ତାଙ୍କ ଅଭିନେତ୍ରୀ ପତ୍ନୀ ଜେନେଲିଆ ଅଧିକାଂଶ ସମୟରେ ନିଜର ରୋମାଣ୍ଟିକ ମୁଡ୍‌ର ଫଟୋ ସୋସିଆଲ ମିଡିଆରେ ସେୟାର କରୁଥିବା ଦେଖାଯାଏ। ନିକଟରେ ରିତେଶ ଜେନେଲିଆଙ୍କ ସହ ଏମିତି ଆଉ ଏକ ଫଟୋ ଇନଷ୍ଟାଗ୍ରାମରେ ପୋଷ୍ଟ କରିଛନ୍ତି। କେବଳ ଫଟୋ ପୋଷ୍ଟ କରିନାହାନ୍ତି। ଫଟୋ ମାଧ୍ୟମରେ ଜେନେଲିଆଙ୍କ ପ୍ରଂଶସା ମଧ୍ୟ ନିଆରା ଢ଼ଙ୍ଗରେ କରିଛନ୍ତି।

ରିତେଶ ଫଟୋରେ ଜେନେଲିଆଙ୍କୁ ଟିନ୍‌ଏଜର ଗାର୍ଲ କହିଥିବା ବେଳେ ନିଜକୁ ତାଙ୍କର ବାପା ପରି ଦେଖାଯାଉଥିବାର କହିଛନ୍ତି।