ରୋହିତ ଓ ଅନିତାଙ୍କୁ ନେଇ ଚାଲିଥିବା ସସ୍‌ପେନ୍ସରେ ପୂର୍ଣ୍ଣଛେଦ

ମୁମ୍ୱାଇ: ଟେଲିଭିଜନ୍‌ ଶୋ’ ‘ନଚ୍‌ ବଲିୟେ-୯’ର ଆଗାମୀ ଏପିସୋଡ୍‌ରେ ଅନିତା ହସନନ୍ଦାନୀ ଓ ରୋହିତ ରେଡ୍ଡୀଙ୍କ ଯୋଡ଼ିଙ୍କୁ ଦେଖିବାକୁ ମିଳିବ ନାହିଁ ବୋଲି ଗତ ସପ୍ତାହରେ ଶୁଣିବାକୁ ମିଳିଥିଲା। ଏହାର କାରଣ ରୋହିତ ହେପାଟାଇଟିସ୍‌ ଏ ରୋଗରେ ପୀଡ଼ିତ ଅଛନ୍ତି। ଏଥିପାଇଁ ଡାକ୍ତର ତାଙ୍କୁ ଆରାମ କରିବା ସହ ବଡ଼ ଷ୍ଟେଜ୍‌ ଶୋ’ ନ କରିବା ପାଇଁ ପରାମର୍ଶ ଦେଇଛନ୍ତି। ତେଣୁ ରୋହିତ ଓ ଅନିତା ଆଗାମୀ ଏପିସୋଡ୍‌ରେ ଭାଗ ନେବେ ନାହିଁ ବୋଲି କୁହାଯାଉଥିଲା। ତେବେ ବର୍ତ୍ତମାନର […]

rohit

rohit

Puspanjali Panda
  • Published: Thursday, 08 August 2019
  • Updated: 08 August 2019, 01:17 PM IST

Sports

Latest News

ମୁମ୍ୱାଇ: ଟେଲିଭିଜନ୍‌ ଶୋ’ ‘ନଚ୍‌ ବଲିୟେ-୯’ର ଆଗାମୀ ଏପିସୋଡ୍‌ରେ ଅନିତା ହସନନ୍ଦାନୀ ଓ ରୋହିତ ରେଡ୍ଡୀଙ୍କ ଯୋଡ଼ିଙ୍କୁ ଦେଖିବାକୁ ମିଳିବ ନାହିଁ ବୋଲି ଗତ ସପ୍ତାହରେ ଶୁଣିବାକୁ ମିଳିଥିଲା। ଏହାର କାରଣ ରୋହିତ ହେପାଟାଇଟିସ୍‌ ଏ ରୋଗରେ ପୀଡ଼ିତ ଅଛନ୍ତି। ଏଥିପାଇଁ ଡାକ୍ତର ତାଙ୍କୁ ଆରାମ କରିବା ସହ ବଡ଼ ଷ୍ଟେଜ୍‌ ଶୋ’ ନ କରିବା ପାଇଁ ପରାମର୍ଶ ଦେଇଛନ୍ତି। ତେଣୁ ରୋହିତ ଓ ଅନିତା ଆଗାମୀ ଏପିସୋଡ୍‌ରେ ଭାଗ ନେବେ ନାହିଁ ବୋଲି କୁହାଯାଉଥିଲା।

ତେବେ ବର୍ତ୍ତମାନର ଖବର ଅନୁସାରେ ରୋହିତଙ୍କ ଦେହ ସୁସ୍ଥ ହେବାରେ ଲାଗିଛି। ନଚ୍‌ ବଲିୟେରେ ଶୋ’ର ଆଗାମୀ ଏପିସୋଡ୍‌ରେ ଭାଗ ନେବା ପାଇଁ ସେ ପ୍ରସ୍ତୁତ ଅଛନ୍ତି। ଜଜ୍‌ମାନେ ମଧ୍ୟ ସେମାନଙ୍କର ଏକ ନାଚ ଦେଖିବା ପରେ ଆଗକୁ ବଢ଼ିବାକୁ ଅନୁମତି ଦେଇଛନ୍ତି।

ପ୍ରଥମ ଏପିସୋଡ୍‌ରେ ନୃତ୍ୟ କଲା ବେଳେ ଅନିତାଙ୍କ ପାଦ ସ୍ଲିପ୍ କରି ଯାଇଥିଲା। ଏହାକୁ ନେଇ ଜଜ୍‌ମାନେ ତାଙ୍କ ଉପରେ ଅସନ୍ତୁଷ୍ଟ ଥିଲେ। ଅବଶ୍ୟ ସେମାନେ ଭଲ ନମ୍ବର ଦେଇଥିଲେ। ଏହା ସହିତ ରୋହିତ୍ ଓ ଅନିତା ପରବର୍ତ୍ତୀ ଏପିସୋଡ୍‌ ଗୁଡ଼ିକରେ ଆହୁରି ଭଲ ନାଚିବେ ବୋଲି ପ୍ରତିଶ୍ରୁତି ମଧ୍ୟ ଦେଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos