ଗୁଗ୍‌ଲରେ ସବୁଠାରୁ ଅଧିକ ସର୍ଚ୍ଚ କରାଯାଇଥିବା ଷ୍ଟାର୍ ସଲମାନ ଏବଂ ସନ୍ନୀ ଲିଓନ୍

ମୁମ୍ବାଇ: ‘ସୁଲତାନ’ ଷ୍ଟାର ସଲମାନ ଖାଁ ଏବଂ ସନ୍ନୀ ଲିଓନ୍ ଗୁଗ୍‌ଲରେ ଗତ ୧୦ବର୍ଷରେ ସବୁଠାରୁ ଅଧିକ ସର୍ଚ୍ଚ କରାଯାଇଥିବା ଅଭିନେତା ଏବଂ ଅଭିନେତ୍ରୀ ଅଟନ୍ତି। ଗୁଗ୍‌ଲ ଦ୍ୱାରା ଜାରି ସବୁଠାରୁ ଅଧିକ ସର୍ଚ୍ଚ କରାଯାଇଥିବା ୫ଜଣ ଭାରତୀୟ ଷ୍ଟାରଙ୍କ ତାଲିକାରେ ସଲମାନ ଖାଁଙ୍କ ପରେ ଶାହରୁଖ ଖାଁ, ଅକ୍ଷୟ କୁମାର ଏବଂ ଅମିତାଭ ବଚ୍ଚନଙ୍କ ନାମ ଅଛି। ତାମିଲ ସୁପରଷ୍ଟାର ରଜନୀକାନ୍ତ ବି ଏହି ୫ଜଣ ଟପ୍‌ ଅଭିନେତାଙ୍କ ମଧ୍ୟରେ ସାମିଲ ଅଛନ୍ତି। ଅଧିକ ସର୍ଚ୍ଚ […]

salman

Rakesh Mallick
  • Published: Saturday, 16 July 2016
  • , Updated: 16 July 2016, 06:39 PM IST

ମୁମ୍ବାଇ: ‘ସୁଲତାନ’ ଷ୍ଟାର ସଲମାନ ଖାଁ ଏବଂ ସନ୍ନୀ ଲିଓନ୍ ଗୁଗ୍‌ଲରେ ଗତ ୧୦ବର୍ଷରେ ସବୁଠାରୁ ଅଧିକ ସର୍ଚ୍ଚ କରାଯାଇଥିବା ଅଭିନେତା ଏବଂ ଅଭିନେତ୍ରୀ ଅଟନ୍ତି।

ଗୁଗ୍‌ଲ ଦ୍ୱାରା ଜାରି ସବୁଠାରୁ ଅଧିକ ସର୍ଚ୍ଚ କରାଯାଇଥିବା ୫ଜଣ ଭାରତୀୟ ଷ୍ଟାରଙ୍କ ତାଲିକାରେ ସଲମାନ ଖାଁଙ୍କ ପରେ ଶାହରୁଖ ଖାଁ, ଅକ୍ଷୟ କୁମାର ଏବଂ ଅମିତାଭ ବଚ୍ଚନଙ୍କ ନାମ ଅଛି। ତାମିଲ ସୁପରଷ୍ଟାର ରଜନୀକାନ୍ତ ବି ଏହି ୫ଜଣ ଟପ୍‌ ଅଭିନେତାଙ୍କ ମଧ୍ୟରେ ସାମିଲ ଅଛନ୍ତି। ଅଧିକ ସର୍ଚ୍ଚ କରାଯାଇଥିବା ଅନ୍ୟ ୧୦ଜଣ ଅଭିନେତାଙ୍କ ମଧ୍ୟରେ ଅଛନ୍ତି ହ୍ରିତିକ୍ ରୋଶନ, ଶାହିଦ କପୁର, ରନବୀର କପୁର, ଆମିର ଖାଁ ଏବଂ ଇମରାନ ହାଶମୀ।

ସବୁଠାରୁ ଅଧିକ ସର୍ଚ୍ଚ କରାଯାଇଥିବା ଅଭିନେତ୍ରୀଙ୍କ ତାଲିକାରେ ସନ୍ନୀ ଲିଓନ୍, କଟ୍ରିନା କୈଫ, କରୀନା କପୁର, କାଜଲ ଅଗ୍ରୱାଲ, ଦିପୀକା ପାଦୁକୋନ, ଐଶ୍ୱର୍ଯ୍ୟା ରାୟ, ପିୟଙ୍କା ଚୋପ୍ରା, ତମନ୍ନା ଭାଟ୍ଟିୟା, ଆଲିୟା ଭଟ୍ଟ ଏବଂ ସୋନାକ୍ଷୀ ସିହ୍ନାଙ୍କ ନାମ ସାମିଲ ଅଛି। ନିର୍ଦ୍ଦେଶକ ତାଲିକାରେ ପ୍ରଭୁଦେବା ଶୀର୍ଷରେ ଅଛନ୍ତି। ଅଧିକ ସର୍ଚ୍ଚ କରାଯାଇଥିବା ନିର୍ଦ୍ଦେଶକଙ୍କ ସୂଚୀରେ ଅଛନ୍ତି କରନ ଜୋହର, ଫରହାନ ଆଖତର, ରାଜ କପୁର, ରାମ ଗୋପାଲ ବର୍ମା ଏବଂ ଫରା ଖାଁ।

ଗତ ୧୦ବର୍ଷରେ ସବୁଠାରୁ ଅଧିକ ସର୍ଚ୍ଚ କରାଯାଇଥିବା ଫିଲ୍ମଟି ଥିଲା ଅଭିନେତା ଆମିର ଖାଁଙ୍କ ‘ପିକେ’। ଏହା ପରେ ସୂଚୀରେ ଅଛନ୍ତି ‘କାହାନୀ’, ‘ବାହୁବଳୀ’, ‘ଆଶିକୀ୨’, ‘ଧୁମ୍୩’, ‘କିକ୍’, ‘ବଜରଂଗୀ ଭାଇଜାନ’, ‘ହାପି ନ୍ୟୁ ଇୟର’, ‘ହିରୋ’ ଏବଂ ‘ଏକ ଭିଲେନ’। ସବୁଠାରୁ ଅଧିକ ସର୍ଚ୍ଚ କରାଯାଇଥିବା ଅଭିନେତାଙ୍କ ତାଲିକା ଛଡ଼ା ବିଗ୍ ବି କ୍ଲାସିକ୍‌ ଅଭିନେତା ତାଲିକାରେ ମଧ୍ୟ ଶୀର୍ଷରେ ଅଛନ୍ତି। ସବୁଠାରୁ ଅଧିକ ସର୍ଚ୍ଚ କରାଯାଇଥିବା କ୍ଲାସିକ୍‌ ଅଭିନେତ୍ରୀ ତାଲିକାର ସବା ଉପରେ ଅଛନ୍ତି ରେଖା। ଭାରତୀୟ କଣ୍ଠଶିଳ୍ପୀ ମାନଙ୍କ ମଧ୍ୟରେ ହନି ସିଂହ ଶୀର୍ଷରେ ଥିଲା ବେଳେ ତାଙ୍କ ପଛକୁ ରହିଛନ୍ତି ଆତିଫ ଅସଲମ, ଅରିଜିତ ସିଂହ, ଲତା ମଙ୍ଗେଶକର, ସୋନୁ ନିଗମ, କିଶୋର କୁମାର, ଶ୍ରେୟା ଘୋଷାଲ, କୁମାର ସାନୁ, ହିମେଶ ରେଶମିୟା ଏବଂ ସୁନିଧି ଚୌହାନ।

Related story