ସବୁ କାମ ଛାଡ଼ି ସୁରଜ ବଡ଼ଜାତ୍ୟାଙ୍କ ଫିଲ୍ମରେ ଧ୍ୟାନ ଦେବେ ସଲମାନ

ମୁମ୍ୱାଇ: ନିର୍ଦ୍ଦେଶକ ସୁରଜ ବଡ଼ଜାତ୍ୟାଙ୍କ ଦାଦା ପୁଅ ଭାଇ ରଜତ ବଡ଼ଜାତ୍ୟାଙ୍କ ପ୍ରାର୍ଥନା ସଭାରେ ସଲମାନ ଖାନ୍ ଏବଂ ସୁରଜ ବଡ଼ଜାତ୍ୟାଙ୍କ ବନ୍ଧୁତ୍ୱ ଦେଖିବାକୁ ମିଳିଥିଲା। ରଜତଙ୍କ ଅଚାନକ ମୃତ୍ୟୁକୁ ନେଇ ସଲମାନଙ୍କ ଆଖିରେ ଲୁହ ସ୍ପଷ୍ଟ ଦେଖାଯାଇଥିଲା। ସୂଚନା ଯୋଗ୍ୟ ଯେ ସଲମାନ ରାଜଶ୍ରୀ ପ୍ରଡକ୍‌ସନ୍ ସହିତ ଚାରିଟି ଫିଲ୍ମ କରିଛନ୍ତି ଏବଂ ଉଭୟଙ୍କ ସମ୍ପର୍କ ବେଶ ପୁରୁଣା। ସଲମାନ ବଲିଉଡ୍‌ରେ ନିଜର ଡେବ୍ୟୁ ରାଜଶ୍ରୀର ଫିଲ୍ମ ‘ମୈନେ ପ୍ୟାର କିୟା’ରୁ କରିଥିଲେ। ବର୍ତ୍ତମାନ ଶୁଣିବାକୁ […]

salman

Rakesh Mallick
  • Published: Friday, 05 August 2016
  • , Updated: 05 August 2016, 06:04 PM IST

ମୁମ୍ୱାଇ: ନିର୍ଦ୍ଦେଶକ ସୁରଜ ବଡ଼ଜାତ୍ୟାଙ୍କ ଦାଦା ପୁଅ ଭାଇ ରଜତ ବଡ଼ଜାତ୍ୟାଙ୍କ ପ୍ରାର୍ଥନା ସଭାରେ ସଲମାନ ଖାନ୍ ଏବଂ ସୁରଜ ବଡ଼ଜାତ୍ୟାଙ୍କ ବନ୍ଧୁତ୍ୱ ଦେଖିବାକୁ ମିଳିଥିଲା। ରଜତଙ୍କ ଅଚାନକ ମୃତ୍ୟୁକୁ ନେଇ ସଲମାନଙ୍କ ଆଖିରେ ଲୁହ ସ୍ପଷ୍ଟ ଦେଖାଯାଇଥିଲା।

ସୂଚନା ଯୋଗ୍ୟ ଯେ ସଲମାନ ରାଜଶ୍ରୀ ପ୍ରଡକ୍‌ସନ୍ ସହିତ ଚାରିଟି ଫିଲ୍ମ କରିଛନ୍ତି ଏବଂ ଉଭୟଙ୍କ ସମ୍ପର୍କ ବେଶ ପୁରୁଣା। ସଲମାନ ବଲିଉଡ୍‌ରେ ନିଜର ଡେବ୍ୟୁ ରାଜଶ୍ରୀର ଫିଲ୍ମ ‘ମୈନେ ପ୍ୟାର କିୟା’ରୁ କରିଥିଲେ। ବର୍ତ୍ତମାନ ଶୁଣିବାକୁ ମିଳୁଛି ଯେ ସଲମାନ ସୁରଜଙ୍କୁ ଏପରି ଗୋଟିଏ ସ୍କ୍ରିପ୍ଟ ଲେଖିବାକୁ କହିଛନ୍ତି, ଯାହା ତାଙ୍କର ପୂର୍ବ ଫିଲ୍ମ ଗୁଡ଼ିକଠାରୁ ସଂପୂର୍ଣ୍ଣ ଅଲଗା ହୋଇଥିବ।

ସଲମାନ ପ୍ରତିଶ୍ରୁତି ଦେଇଛନ୍ତି ଯେ ସେ ତାଙ୍କର ସମସ୍ତ କାମ ଛାଡି କେବଳ ସୁରଜଙ୍କ ଫିଲ୍ମରେ ହିଁ ଧ୍ୟାନ ଦେବେ। ଏହି ଫିଲ୍ମର ସୁଟିଂ ୨୦୧୭ରେ ଆରମ୍ଭ ହେବାର ସମ୍ଭାବନା ଅଛି।

ସଲମାନ ଏବଂ ସୁରଜଙ୍କ ଯୋଡ଼ି ଶେଷଥର ପାଇଁ ୨୦୧୫ରେ ‘ପ୍ରେମ ରତନ ଧନ୍ ପାୟୋ’ରେ ଦେଖିବାକୁ ମିଳିଥିଲା। ବର୍ତ୍ତମାନ ସଲମାନ କବୀର ଖାନଙ୍କ ଫିଲ୍ମ ‘ଟ୍ୟୁବ୍‌ଲାଇଟ୍‌’ର ସୁଟିଂରେ ବ୍ୟସ୍ତ ଅଛନ୍ତି।

Related story