ରାଗିଗଲେ ସମନ୍ଥା, ରୁଜୁ କଲେ ମାନହାନୀ ମକଦ୍ଦମା

ହାଇଦ୍ରାବାଦ: ରାଗିଗଲେ ସାଉଥ ସୁନ୍ଦରୀ ସମନ୍ଥା ରୁଥ ପ୍ରଭୁ। ରାଗିଯାଇ ଦାୟର କଲେ ମାନହାନୀ ମକଦ୍ଦମା। ଅନେକ ୟୁଟ୍ୟୁବ୍‌ ଚ୍ୟାନେଲ ବିରୋଧରେ ସେ ଏହି ମାନହାନୀ କେସ୍‌ କରିଛନ୍ତି। ପ୍ରକୃତରେ ଅଭିନେତା ନାଗା ଚୈତନ୍ୟଙ୍କ ସହ ଛାଡପତ୍ର ପରଠାରୁ ସାମନ୍ଥା ଚର୍ଚ୍ଚାରେ ରହିଆସିଛନ୍ତି। ଉଭୟଙ୍କ ଛାଡପତ୍ର ପରଠାରୁ କିଛି ୟୁଟ୍ୟୁବ୍ ଚ୍ୟାନେଲ ଏବଂ ମିଡିଆ ରିପୋର୍ଟରେ ଅଭିନେତ୍ରୀଙ୍କ ବିଷୟରେ ଆପତ୍ତିଜନକ  କଥା କୁହାଯାଇଥିଲା। ଏଥିସହ ସୋଶାଲ ମିଡିଆରେ ତାଙ୍କୁ ଟ୍ରୋଲ ଶିକାର ମଧ୍ୟ ହେବାକୁ ପଡିଥିଲା। ଯେଉଁମାନେ […]

Samantha

Madhupriya Mistry
  • Published: Thursday, 21 October 2021
  • , Updated: 21 October 2021, 04:25 PM IST

ହାଇଦ୍ରାବାଦ: ରାଗିଗଲେ ସାଉଥ ସୁନ୍ଦରୀ ସମନ୍ଥା ରୁଥ ପ୍ରଭୁ। ରାଗିଯାଇ ଦାୟର କଲେ ମାନହାନୀ ମକଦ୍ଦମା। ଅନେକ ୟୁଟ୍ୟୁବ୍‌ ଚ୍ୟାନେଲ ବିରୋଧରେ ସେ ଏହି ମାନହାନୀ କେସ୍‌ କରିଛନ୍ତି।

ପ୍ରକୃତରେ ଅଭିନେତା ନାଗା ଚୈତନ୍ୟଙ୍କ ସହ ଛାଡପତ୍ର ପରଠାରୁ ସାମନ୍ଥା ଚର୍ଚ୍ଚାରେ ରହିଆସିଛନ୍ତି। ଉଭୟଙ୍କ ଛାଡପତ୍ର ପରଠାରୁ କିଛି ୟୁଟ୍ୟୁବ୍ ଚ୍ୟାନେଲ ଏବଂ ମିଡିଆ ରିପୋର୍ଟରେ ଅଭିନେତ୍ରୀଙ୍କ ବିଷୟରେ ଆପତ୍ତିଜନକ  କଥା କୁହାଯାଇଥିଲା। ଏଥିସହ ସୋଶାଲ ମିଡିଆରେ ତାଙ୍କୁ ଟ୍ରୋଲ ଶିକାର ମଧ୍ୟ ହେବାକୁ ପଡିଥିଲା। ଯେଉଁମାନେ ତାଙ୍କ ବିଷୟରେ ଆପତ୍ତିଜନକ କଥା ପ୍ରଚାର କରିଥିଲେ ସେମାନଙ୍କ ବିରୋଧରେ ଏବେ ସମନ୍ଥା ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି।

ମିଡିଆ ରିପୋର୍ଟ ଅନୁଯାୟୀ ସାମନ୍ଥା ୟୁଟ୍ୟୁବ ଚ୍ୟାନେଲ ସୁମନ ଟିଭି, ତେଲୁଗୁ ପପୁଲାର୍ ଟିଭି ଏବଂ ଅନ୍ୟ କେତେକ ୟୁଟ୍ୟୁବ ଚ୍ୟାନେଲକୁ ଲିଗାଲ ନୋଟିସ ପଠାଇଛନ୍ତି। ସାମନ୍ଥାଙ୍କ ଇମେଜକୁ ଖରାପ କରିବା ପାଇଁ ଏହି ୟୁଟ୍ୟୁବ୍ ଚ୍ୟାନେଲଗୁଡିକ ନକଲି, ବିଭ୍ରାନ୍ତିକର ଏବଂ ଆପତ୍ତିଜନକ ଖବର ପ୍ରସାର କରିଥିଲେ ବୋଲି ଅଭିଯୋଗ ହୋଇଛି।

କେବଳ ଏତିକି ନୁହେଁ ସାମନ୍ଥା ଜଣେ ଓକିଲଙ୍କ ବିରୋଧରେ ମଧ୍ୟ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ଯେଉଁ ଓକିଲଙ୍କୁ ସାମନ୍ଥା ଆଇନଗତ ନୋଟିସ୍ ପଠାଇଛନ୍ତି ସେ ହେଉଛନ୍ତି ଭେଙ୍କଟ ରାଓ। ଭେଙ୍କଟ ରାଓ ସାମନ୍ଥାଙ୍କ ବିବାହିତ ଜୀବନକୁ ନେଇ କିଛି ଦାବି କରିବା ସହିତ ଅଭିନେତ୍ରୀଙ୍କ ସହ ଅନେକ ଲୋକଙ୍କ ଆଫେୟାର୍ସ ଥିବା କଥା ଉଠାଇଥିଲେ।

ଏସବୁକୁ ନେଇ ସମନ୍ଥା ଏକ ବ୍ୟକ୍ତିଗତ ନୋଟ ଜାରି କରିଥିଲେ। ଯେଉଁଥିରେ ସେ ସମସ୍ତଙ୍କୁ ତାଙ୍କ ବ୍ୟକ୍ତିଗତ ମାମଲା ଠାରୁ ଦୂରେଇ ରହିବାକୁ ନିବେଦନ କରିଥିଲେ। କାରଣ ସେ କୌଣସି ପ୍ରକାରର ନକାରାତ୍ମକତାକୁ ବରଦାସ୍ତ କରିବେ ନାହିଁ ବୋଲି କହିଥିଲେ।

ସୂଚନା ମୁତାବକ ଅକ୍ଟୋବର ୨ ତାରିଖରେ ସମନ୍ଥା ଓ ନାଗାଚୈତନ୍ୟ ଉଭୟ ପରସ୍ପର ଠାରୁ ଅଲଗା ହେବା ନେଇ ଘୋଷଣା କରିଥିଲେ। ଏହି ଖବର ସମସ୍ତଙ୍କୁ ଚିକିତ କରିଥିବା। ଦୀର୍ଘ ୪ ବର୍ଷର ବିବାହକୁ ସେମାନେ ଭାଙ୍ଗି ଦେଇଥିଲେ। ଛାଡପତ୍ର ପରେ ନାଗା ଚୈତନ୍ୟ ଅଭିନେତ୍ରୀ ସାମନ୍ତଙ୍କୁ ୨୦୦ କୋଟି ଟଙ୍କା ଭରଣପୋଷଣ ରୂପେ ଅଫର୍ କରିଥିଲେ, କିନ୍ତୁ ସମନ୍ଥା ଏହାକୁ ପ୍ରତ୍ୟାଖ୍ୟାନ କରିଥିଲେ।

Related story