ନୂଆଦିଲ୍ଲୀ: ବଲିଉଡ୍ ଅଭିନେତ୍ରୀ ସାରା ଅଲ୍ଲୀ ଖାନ୍ଙ୍କ ଏକ ଭିଡିଓ ଭାଇରାଲ୍ ହୋଇଛି। ଏହି ଭିଡିଓରେ ସେ ବିମାନବନ୍ଦରର ନିଜ ଲଗେଜ୍କୁ ନିଜେ ନେଇ ଆସୁଥିବାର ଦେଖିବାକୁ ମିଳିଛି। ତାଙ୍କ ସହିତ କୌଣସି ସହାୟକ ଅବା ସୁରକ୍ଷାକର୍ମୀ ନାହାନ୍ତି। ଏପରିକି ଏହି ଭିଡିଓ ଶୁଟ୍ କରୁଥିବା ବ୍ୟକ୍ତିଙ୍କୁ ସେ ହସି ହସି ଜବାବ ମଧ୍ୟ ଦେଇଛନ୍ତି। ଏହି ଭିଡିଓଟି ଭାଇରାଲ୍ ହେଉଥିବା ବେଳେ ସାରାଙ୍କୁ ତାଙ୍କ ଫ୍ୟାନ୍ମାନଙ୍କ ସହିତ ଅନ୍ୟମାନେ ବି ବେଶ୍ ପ୍ରଶଂସା କରୁଛନ୍ତି। ସେମାନଙ୍କ ମଧ୍ୟରେ ବଲିଉଡ୍ ଅଭିନେତା ଋଷି କପୁର ବି ଅଛନ୍ତି। ସେ ଟ୍ୱିଟ୍ କରି ସାରାଙ୍କୁ ପ୍ରଶଂସା କରିଛନ୍ତି।
https://www.instagram.com/p/B0yfDAPAqJK/?utm_source=ig_web_copy_link
ଋଷି ଲେଖିଛନ୍ତି, ‘ବହୁତ ବଢ଼ିଆ ସାରା। ସେଲେବ୍ରିଟିମାନେ ଏୟାରପୋର୍ଟରେ କିପରି ବ୍ୟବହାର କରିବା ଉଚିତ୍, ତୁମେ ତା’ର ଉଦାହରଣ ଦେଇଛ। ନିଜ ଜିନିଷକୁ ନିଜେ ବୋହି ନେବାରେ କିଛି କ୍ଷତି ନାହିଁ। ତୁମକୁ ବିମାନବନ୍ଦରରୁ ପାଛୋଟି ନେବାକୁ କେହି ଚାମ୍ଚା ବି ଆସି ନଥିଲେ। ତୁମେ କଳା ଚଷମା ପିନ୍ଧି ନଥିଲ କି ତୁମଠାରେ ଏୟାରପୋର୍ଟ ଲୁକ୍ ବି ଦେଖାଯାଉ ନଥିଲା। ତୁମ ସହିତ କୌଣସି ସୁରକ୍ଷାକର୍ମୀ ନଥିଲେ, ତଥାପି ତୁମେ ଖୁବ୍ ଆତ୍ମବିଶ୍ୱାସୀ ଦେଖାଯାଉଥିଲ।”
ଏହା ସହିତ ଋଷି ତାଙ୍କୁ ‘ଅଟ୍ଟା ଗାର୍ଲ’ ବା ‘ଭଲ ଝିଅ’ ବୋଲି କହିଥିଲେ।
https://twitter.com/chintskap/status/1159137047912861698
ଭାଇରାଲ୍ ଭିଡିଓଟି ମୁମ୍ବାଇ ବିମାନବନ୍ଦରର। ସାରା ଲକ୍ଷ୍ନୌରେ ଛୁଟି କାଟି ମୁମ୍ବାଇରେ ପହଞ୍ଚିବା ପରେ ଏହି ଭିଡିଓ ଶୁଟ୍ କରାଯାଇଥିଲା।
ସୂଚନାଯୋଗ୍ୟ, ଖୁବ୍ଶୀଘ୍ର ସାରାଙ୍କୁ କାର୍ତ୍ତିକ୍ ଆର୍ୟନ୍ଙ୍କ ସହିତ ଫିଲ୍ମ ‘ଲଭ୍ ଆଜ୍ କଲ୍-୨’ର ଦେଖିବାକୁ ମିଳିବ। ସାରା ଓ କାର୍ତ୍ତିକ୍ଙ୍କୁ ସେମାନଙ୍କ ଫ୍ୟାନ୍ମାନେ ‘ସାର୍ତ୍ତିକ୍’ ରଖିଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।