ଏସିଆର ସେକ୍ସିଏଷ୍ଟ ମହିଳା ଭିତରେ ୮ ଭାରତୀୟ

ମୁମ୍ବାଇ: ବଲିଉଡ୍‌ର ହଟ୍‌ ଓ ଟାଲେଣ୍ଟେଡ୍‌ ଅଭିନେତ୍ରୀ ଦେଶୀଗର୍ଲ ପ୍ରିୟଙ୍କା ଚୋପ୍ରା ଖୁବ୍‌ ଲୋକପ୍ରିୟ। ସେ କେବଳ ବଲିଉଡ୍‌ରେ ଫେମସ୍‌ ନୁହଁନ୍ତି, ବଲିଉଡ୍‌ ବାହାରେ ମଧ୍ୟ ତାଙ୍କ ଫ୍ୟାନ୍‌ଙ୍କ ଲିଷ୍ଟ ଖୁବ୍‌ ଲମ୍ବା।  କିଛି ଦିନ ପୂର୍ବରୁ ସେ ଜିତିଥିଲେ ପୂରା ଦୁନିଆର ଦ୍ଵିତୀୟ ସର୍ବଶ୍ରେଷ୍ଟ ସୁନ୍ଦରୀର ଟାଇଟେଲ। ଏବେ ସେ ବନିଛନ୍ତି ଏସିଆରେ ସେକ୍ସିଏଷ୍ଟ ମହିଳା। ଲଣ୍ଡନରୁ ପ୍ରକାଶିତ ସାପ୍ତାହିକ ନ୍ୟୁଜ୍‌ ଲେଟର ‘ଇଷ୍ଟର୍ଣ୍ଣ ଆଇ’ ଦ୍ୱାରା କରାଯାଇଥିବା ୟୁକେ ପୋଲ୍‌ରେ ‘ଫିଫ୍‌ଟି ସେକ୍ସିଏଷ୍ଟ ଏସିଆନ୍‌ […]

priyanka-deepika-nia

priyanka-deepika-nia

Rakesh Mallick
  • Published: Saturday, 09 December 2017
  • Updated: 09 December 2017, 03:20 PM IST

Sports

Latest News

ମୁମ୍ବାଇ: ବଲିଉଡ୍‌ର ହଟ୍‌ ଓ ଟାଲେଣ୍ଟେଡ୍‌ ଅଭିନେତ୍ରୀ ଦେଶୀଗର୍ଲ ପ୍ରିୟଙ୍କା ଚୋପ୍ରା ଖୁବ୍‌ ଲୋକପ୍ରିୟ। ସେ କେବଳ ବଲିଉଡ୍‌ରେ ଫେମସ୍‌ ନୁହଁନ୍ତି, ବଲିଉଡ୍‌ ବାହାରେ ମଧ୍ୟ ତାଙ୍କ ଫ୍ୟାନ୍‌ଙ୍କ ଲିଷ୍ଟ ଖୁବ୍‌ ଲମ୍ବା।  କିଛି ଦିନ ପୂର୍ବରୁ ସେ ଜିତିଥିଲେ ପୂରା ଦୁନିଆର ଦ୍ଵିତୀୟ ସର୍ବଶ୍ରେଷ୍ଟ ସୁନ୍ଦରୀର ଟାଇଟେଲ। ଏବେ ସେ ବନିଛନ୍ତି ଏସିଆରେ ସେକ୍ସିଏଷ୍ଟ ମହିଳା। ଲଣ୍ଡନରୁ ପ୍ରକାଶିତ ସାପ୍ତାହିକ ନ୍ୟୁଜ୍‌ ଲେଟର ‘ଇଷ୍ଟର୍ଣ୍ଣ ଆଇ’ ଦ୍ୱାରା କରାଯାଇଥିବା ୟୁକେ ପୋଲ୍‌ରେ ‘ଫିଫ୍‌ଟି ସେକ୍ସିଏଷ୍ଟ ଏସିଆନ୍‌ ୱିମେନ’ ଇଲେକ୍ସନ୍‌ରେ ପ୍ରିୟଙ୍କା ଚୋପ୍ରା ବିଜୟ ଲାଭ କରିଛନ୍ତି। ଅବଶ୍ୟ ଏହା ପ୍ରିୟଙ୍କାଙ୍କ ନୂଆ ନୁହେଁ। କାରଣ ପୂର୍ବରୁ ସେ ୪ଥର ଏହି ପ୍ରତିଯୋଗିତା ଜିତିଛନ୍ତି।

‘ଇଷ୍ଟର୍ଣ୍ଣ ଆଇ’ର ଏଡିଟର ‘ଫିଫ୍‌ଟି ସେକ୍ସିଏଷ୍ଟ ଏସିଆନ୍‌ ୱିମେନ’ ଫାଉଣ୍ଡର ଅସ୍ଜାଦ୍‌ ନାଜିର କହିଛନ୍ତି ପ୍ରିୟଙ୍କା ବିଉଟି, ବ୍ରେନୀ, ବ୍ରେଭରୀ ଓ ଖୋଲା ହୃଦୟର ଝିଅ।

ବଡ଼ ବଡ଼ ଅଭିନେତ୍ରୀଙ୍କୁ ପଛରେ ପକାଇ ଏହି ପ୍ରତିଯୋଗିତାର ଦ୍ଵିତୀୟ ସ୍ଥାନରେ ଅଛନ୍ତି ଛୋଟ ପରଦାର ଲୋକପ୍ରିୟ ଅଭିନେତ୍ରୀ ନିୟା ଶର୍ମା। ତାଙ୍କୁ ‘ଏକ ହଜାରୋ ମେଁ ମେରୀ ବେହେନା ’, ‘ଜମାଇ ରାଜା’ ଓ ‘ଖତରୋକି ଖିଲାଡି -୮’ରେ ଦେଖିବାକୁ ମିଳିଥିଲା।  ନିଜ ଶୋ’ ଛାଡିଦେଲେ ନିୟା ପ୍ରାୟ ଗ୍ଲାମରସ ଲାଇଫ୍‌ ଷ୍ଟାଇଲ୍‌କୁ ନେଇ ବେଶୀ ଚର୍ଚ୍ଚାରେ ଥାଆନ୍ତି। ସେ ସୋସିଆଲ ମିଡିଆରେ ବେଶି ସକ୍ରିୟ। ଇନ୍‌ଷ୍ଟାଗ୍ରାମରେ ତାଙ୍କର ୧.୫ ମିଲିଅନ୍‌ ଫଲୋଅର୍ସ ଓ ଟ୍ୱିଟରରେ ୧.୪ ଲକ୍ଷ ଫଲୋଅର ଅଛନ୍ତି।

ପୂର୍ବରୁ ଦୀପିକା ପାଦୁକୋନ୍‌ ଏହି ପ୍ରତିଯୋଗିତାରେ ପ୍ରଥମ ସ୍ଥାନରେ ଥିବାବେଳେ, ଏବେ ସେ ତୃତୀୟ ସ୍ଥାନକୁ ଖସି ଆସିଛନ୍ତି।

ଚତୁର୍ଥରେ ଅଛନ୍ତି ଆଲିଆ ଭଟ୍ଟ।

ଏହାଛଡା ଟପ୍‌ ୧୦ ରେ  ଦୃଷ୍ଟି ଧାମୀ, କ୍ୟାଟ୍ରିନା କୈଫ୍‌, ଶ୍ରଦ୍ଧା କପୁର, ଗୋହର ଖାନ୍‌, ରୁବିନା ଦିଲୈକ ମଧ୍ୟ ସାମିଲ ଅଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos