ଶାହାରୁଖଙ୍କୁ କ୍ରିଷ୍ଟାଲ୍‌ ଆୱାର୍ଡ

ନୂଆଦିଲ୍ଲୀ: ସ୍ୱିଜରଲାଣ୍ଡର ଡାଭୋସରେ ଆରମ୍ଭ ହୋଇଥିବା ବିଶ୍ୱ ଅର୍ଥନୀତିକ ମଞ୍ଚରେ ବଲିଉଡ୍ ବାଦଶାହ ଶାହାରୁଖ ଖାନଙ୍କୁ ସମ୍ମାନିତ କରାଯାଇଛି। ସେଠାରେ କିଙ୍ଗ ଖାନଙ୍କୁ ଡବ୍ଲ୍ୟୁ.ଇ.ଏଫର ୨୪ତମ କ୍ରିଷ୍ଟାଲ ଆୱାର୍ଡ ଦିଆଯାଇଛି। ଭାରତରେ ମହିଳା ଓ ଶିଶୁମାନଙ୍କ ଅଧିକାର ଲାଗି ଦୃଢ଼ ନେତୃତ୍ୱ ନେଇଥିବା ଯୋଗୁ ତାଙ୍କୁ ଏହି ସମ୍ମାନ ମିଳିଛି। ଶାହାରୁଖଙ୍କ ସହ ହଲିଉଡ ଅଭିନେତା ଏଲଟନ୍ ଜନ୍ ଓ ଅଭିନେତ୍ରୀ କେନଟର ବ୍ଲାଞ୍ଚେଟଙ୍କୁ ମଧ୍ୟ ସମ୍ମାନିତ କରାଯାଇଛି।

ମନୋରଞ୍ଜନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ସହ ବିଶ୍ୱ ଦରବାରରେ ନିଜ ଦେଶ ପାଇଁ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଥିବା କଳାକାରମାନଙ୍କୁ ପ୍ରତିବର୍ଷ କ୍ରିଷ୍ଟାଲ ଆୱାର୍ଡ ଦିଆଯାଇଥାଏ। ଏଲଟନ୍ ଓ କେଟଙ୍କ ସହ ମିଳିତ ଭାବେ ପୁରସ୍କାର ପାଇଥିବାରୁ ଶାହାରୁଖ ନିଜକୁ ଗର୍ବିତ ମନେ କରିଛନ୍ତି ବୋଲି କହିଛନ୍ତି।