୫୨ ବର୍ଷରେ ପାଦ ଥାପିଲେ ଶାହାରୁଖ, ତାଙ୍କ ବିଷୟରେ ଜାଣନ୍ତୁ ୫୦ଟି କଥା

ବଲିଉଡ୍‌ର କିଙ୍ଗ୍ ଖାନ୍ ଶାହାରୁଖଙ୍କର ଆଜି ଜନ୍ମ ଦିନ। ଆଜି ସେ ୫୨ ବର୍ଷରେ ପାଦ ଥାପିଛନ୍ତି। ୧୯୬୫ ମସିହା ଆଜିର ଦିନରେ ସେ ଜନ୍ମଗ୍ରହଣ କରିଥିଲେ। ଏହି ଅବସରରେ ଆସନ୍ତୁ ଜାଣିବା ଶାହାରୁଖଙ୍କ ବିଷୟରେ ୫୦ଟି କଥା। ୧- ୧୯୬୫ ମସିହା ନଭେମ୍ବର ୨ ତାରିଖରେ ତାଜ ମହମ୍ମଦ ଓ ଲତୀଫ ଫାତିମାଙ୍କ ଘରେ ସେ ଜନ୍ମ ହୋଇଥିଲା। ତେବେ ପ୍ରଥମ ପାଞ୍ଚ ବର୍ଷ ତାଙ୍କୁ ତାଙ୍କ ଆଈ ମାଙ୍ଗାଲୋର ଓ ବାଙ୍ଗାଲୋରରେ ଲାଳନପାଳନ କରିଥିଲେ। […]

cover

cover

Rakesh Mallick
  • Published: Thursday, 02 November 2017
  • Updated: 02 November 2017, 01:02 PM IST

Sports

Latest News

ବଲିଉଡ୍‌ର କିଙ୍ଗ୍ ଖାନ୍ ଶାହାରୁଖଙ୍କର ଆଜି ଜନ୍ମ ଦିନ। ଆଜି ସେ ୫୨ ବର୍ଷରେ ପାଦ ଥାପିଛନ୍ତି। ୧୯୬୫ ମସିହା ଆଜିର ଦିନରେ ସେ ଜନ୍ମଗ୍ରହଣ କରିଥିଲେ। ଏହି ଅବସରରେ ଆସନ୍ତୁ ଜାଣିବା ଶାହାରୁଖଙ୍କ ବିଷୟରେ ୫୦ଟି କଥା।

୧- ୧୯୬୫ ମସିହା ନଭେମ୍ବର ୨ ତାରିଖରେ ତାଜ ମହମ୍ମଦ ଓ ଲତୀଫ ଫାତିମାଙ୍କ ଘରେ ସେ ଜନ୍ମ ହୋଇଥିଲା। ତେବେ ପ୍ରଥମ ପାଞ୍ଚ ବର୍ଷ ତାଙ୍କୁ ତାଙ୍କ ଆଈ ମାଙ୍ଗାଲୋର ଓ ବାଙ୍ଗାଲୋରରେ ଲାଳନପାଳନ କରିଥିଲେ।

୨- ପ୍ରଥମେ ଶାହାରୁଖ ତାଙ୍କ ଅଜାଆଈଙ୍କ ସହିତ ରହୁଥିଲେ। ତାଙ୍କ ଅଜା ମାଙ୍ଗାଲୋର (ଏବକାର ମେଙ୍ଗାଲୁରୁ) ପୋର୍ଟରେ ଚାକିରି କରୁଥିଲେ। ସେଠାରେ ହାର୍ବର ହାଉସ୍‌ରେ ସେ ରହୁଥିଲେ। ସେହି ସ୍ଥାନକୁ ଏବେ ପର୍ଯ୍ୟଟକମାନେ ବୁଲିବାକୁ ଯାଉଛନ୍ତି।

sharukh୩-  ଶାହାରୁଖଙ୍କ ମା’ ହାଇଦ୍ରାବାଦର ଝିଅ ଥିଲେ। ତାଙ୍କ ବାପାଙ୍କ ଘର ଥିଲା ପେଶାୱରରେ (ଏବେ ପାକିସ୍ତାନରେ ଅଛି)। ତାଙ୍କ ଜେଜେ ମା’ କାଶ୍ମୀରରେ ଜନ୍ମ ହୋଇଥିଲେ।

୪- ଦିଲ୍ଲୀରେ ବଢ଼ିଥିବା ଶାହାରୁଖ ସେଣ୍ଟ କୋଲମ୍ବସ ସ୍କୁଲ୍‌ରେ ପଢ଼ିବା ବେଳେ ଖେଳକୁଦରେ ତାଙ୍କର ଭାରି ରୁଚି ଥିଲା। ପରେ ସେ ହଂସରାଜ କଲେଜରୁ ଅର୍ଥଶାସ୍ତ୍ରରେ ବିଏ ପାସ୍ କରିଥିଲେ। ସେ ଜାମିୟା ମିଲିୟା ଇସ୍‌ଲାମିୟା ବିଶ୍ୱବିଦ୍ୟାଳୟରେ ମାସ୍ କମ୍ୟୁନିକେସନ୍‌ରେ ନାମ ଲେଖାଇ ଥିଲେ, କିନ୍ତୁ ପାଠପଢ଼ା ଶେଷ କରି ପାରିନଥିଲେ।

୫- ଫୁଟ୍‌ବଲ୍ ଖେଳିବା ବେଳେ ଆହତ ହୋଇଥିବା ଶାହାରୁଖଙ୍କୁ ଥିଏଟର ନିର୍ଦ୍ଦେଶକ ବେରୀ ଜନ୍ ତାଙ୍କର ଏକ ନାଟକ ପାଇଁ ଅଡିଶନ୍ ଦେବା ପାଇଁ କହିଥିଲେ। ଏଥିରେ ତାଙ୍କୁ ଗୋଟିଏ ଡାଏଲଗ କହିବା ସହିତ ପ୍ରମୁଖ ଡ୍ୟାନ୍ସରର ଭୂମିକା ମିଳିଥିଲା। ତେବେ ବେରୀ ଜନ୍ ପ୍ରଥମେ ଶାହାରୁଖଙ୍କ ଗୀତ ଗାଇବା ଶୈଳୀରେ ଖୁବ୍ ପ୍ରଭାବିତ ହୋଇଥିଲେ।

୬- ୧୫ ବର୍ଷ ବୟସରେ ଶାହାରୁଖ ତାଙ୍କ ବାପାଙ୍କୁ ହରାଇଥିଲେ। ତାଙ୍କ ବାପା ଜଣେ ସ୍ୱାଧୀନତା ସଂଗ୍ରାମୀ ଥିଲେ। ସେ ଜଣେ ଓକିଲ ମଧ୍ୟ ଥିଲେ। ସେ ମୌଲାନା ଅବଦୁଲ କଲାମ ଆଜାଦଙ୍କ ବିରୋଧରେ ନିର୍ବାଚନ ଲଢ଼ି ହାରି ଯାଇଥିଲେ।

୭- ଶାହାରୁଖଙ୍କର ନ୍ୟାସ୍‌ନାଲ୍ ସ୍କୁଲ୍ ଅଫ୍ ଡ୍ରାମା (ଏନ୍‌ଏସ୍‌ଡି) ସହିତ ନିବିଡ଼ ସଂପର୍କ ଥିଲା। ତାଙ୍କ ବାପା ୧୯୭୪ ମସିହା ପର୍ଯ୍ୟନ୍ତ ଏନ୍‌ଏସ୍‌ଡିର ମେସ୍ ଚଲାଉ ଥିଲେ। ତେଣୁ ଶାହାରୁଖ ଅନେକ ସମୟରେ ବାପାଙ୍କ ସହିତ ସେଠାକୁ ଯାଉଥିଲେ। ସେ ସେଠାରେ ରୋହିଣୀ ହଣ୍ଟଗଡ଼ୀ, ସୁରେଖା ଯାଦବ, ରାଜ ବବରଙ୍କ ଭଳି କଳାକାର ଅଭିନେତାଙ୍କ ଅଭିନୟ ଦେଖୁଥିଲେ। ସେ ଇବ୍ରାହିମ ଅଲକାଜୀଙ୍କ ସହିତ ସେ ରହୁଥିଲେ ଓ ‘ସୁରଜ କା ସାତୱାଁ ଘୋଡ଼ା’ ଭଳି ନାଟକର ରିହରସଲ ଦେଖୁଥିଲେ। ଏହି ଭଳି ଭାବେ ଅଭିନୟ ଓ ସିନେମା ଆଡ଼କୁ ତାଙ୍କ ମନ ବଳିଥିଲା।

୮- ଶାହାରୁଖ ଖାନଙ୍କ ପ୍ରଥମ ରୋଜଗାର ଥିଲା ୫୦ ଟଙ୍କା। ପଙ୍କଜ ଉଧାସଙ୍କ ଏକ କନ୍‌ସର୍ଟରୁ ସେ ଏହି ଆୟ କରିଥିଲେ। ଏହି ପଇସାରେ ସେ ଟ୍ରେନ୍‌ରେ ଆଗ୍ରା ଯାଇଥିଲେ।

୯- ୧୯୮୮ରେ ଲେଖ ଟଣ୍ଡନ ତାଙ୍କୁ ‘ଦିଲ୍‌ ଦରିଆ’ ସିରିଏଲ୍‌ରେ କାମ ଦେଇଥିଲେ। ତେବେ ସର୍ତ ରଖିଥିଲେ ଶାହାରୁଖଙ୍କୁ ତାଙ୍କର ଚୁଟି କାଟିବାକୁ ହେବ।

fauzi୧୦- ଶାହାରୁଖଙ୍କ ପ୍ରଥମ ଟିଭି ସିରିଏଲ ଥିଲା ଫୌଜୀ’ (୧୯୮୯)।

୧୧- ଛୋଟ ବେଳେ ସେ ସେନାରେ ସାମିଲ ହେବାକୁ ଚାହୁଁଥିଲେ। ସେ କୋଲକାତାର ଆର୍ମି ସ୍କୁଲ୍‌ରେ ନାମ ମଧ୍ୟ ଲେଖାଇଥିଲେ। କିନ୍ତୁ ତାଙ୍କ ମା’ ଛାଡ଼ି ନଥିଲେ।

୧୨- ଶାହାରୁଖ ସ୍କୁଲ୍‌ରେ ପଢ଼ୁଥିବା ବେଳେ ତାଙ୍କର ଏକ ଗ୍ୟାଙ୍ଗ ଥିଲା। ଏଥିରେ ତାଙ୍କର ଆଉ ଚାରି ଜଣ ସାଙ୍ଗ ଥିଲେ। ଏହି ଗ୍ୟାଙ୍ଗକୁ ‘ସିଗ୍ୟାଙ୍ଗ୍’ କୁହାଯାଉଥିଲା।

gouri୧୩- ସ୍କୁଲ୍‌ରେ ପଢୁଥିବା ବେଳେ ଗୌରୀଙ୍କ ସହିତ ତାଙ୍କର ସାକ୍ଷାତ ହୋଇଥିଲା। ଏକ ଡ୍ୟାନ୍ସ ପାର୍ଟିରେ ଉଭୟ ପ୍ରଥମେ କଥାବାର୍ତ୍ତା ହୋଇଥିଲେ ଓ ଧୀରେ ଧୀରେ ପ୍ରେମରେ ପଡ଼ିଥିଲେ। ୧୯୯୧ ଅକ୍ଟୋବର ୨୫ରେ ଦୁହେଁ ବିବାହ କରିଥିଲେ।

୧୪- ଗୌରୀଙ୍କୁ ଶାହାରୁଖ ପ୍ରଥମେ ୦୯.୦୯.୧୯୮୪ରେ ଦେଖିଥିଲେ। ଏହି ତାରିଖ ସେ ଆଜି ପର୍ଯ୍ୟନ୍ତ ମନେ ରଖିଛନ୍ତି। ସେହି ଦିନ ତାଙ୍କୁ ଡ୍ରାଇଭିଂ ଲାଇସେନ୍ସ ମଧ୍ୟ ମିଳିଥିଲା।

circus୧୫- ୧୯୮୯-୯୦ରେ ସେ ’ସର୍କସ’ ସିରିଏଲ୍‌ରେ କାମ କରିଥିଲେ। ସେତେବେଳେ ତାଙ୍କ ମା’ ଖୁବ୍ ଅସୁସ୍ଥ ହୋଇ ବତ୍ରା ହସ୍‌ପିଟାଲ୍‌ରେ ଭର୍ତ୍ତି ହୋଇଥିଲେ। ମା’ଙ୍କୁ ‘ସର୍କସ୍‌’ର ଏକ ଏପିସୋଡ୍‌ ଦେଖାଇବା ପାଇଁ ସେ ହସ୍‌ପିଟାଲ୍ କର୍ତ୍ତୃପକ୍ଷଙ୍କ ଠାରୁ ଅନୁମତି ନେଇଥିଲେ। କିନ୍ତୁ ତାଙ୍କ ମା’ ତାଙ୍କୁ ଚିହ୍ନି ପାରି ନଥିଲେ। ୧୯୯୧ ଏପ୍ରିଲ୍‌ରେ ତାଙ୍କର ପରଲୋକ ହୋଇଥିଲା।

୧୬- ମା’ଙ୍କ ମୃତ୍ୟୁ ପରେ ଦୁଃଖ ଭୁଲିବା ପାଇଁ ମୁମ୍ବାଇ ଚାଲି ଆସିଥିଲେ। ତା’ପରେ ଆଉ ସେ ଦିଲ୍ଲୀ ଫେରି ନଥିଲେ।

୧୭- ୧୯୯୧ରେ ମଣି କୌଲଙ୍କ ଟିଭି ଫିଲ୍ମ ‘ଇଡିୟଟ୍’ରେ ଶାହାରୁଖ ନକାରାତ୍ମକ ଭୂମିକାରେ ଅଭିନୟ କରିଥିଲେ।

୧୮- ୧୯୯୧ରେ ସେ ତାଙ୍କର ପ୍ରଥମ ଫିଲ୍ମ ‘ଦିଲ୍ ଆସାନ ହୈ’ ସାଇନ୍ କରିଥିଲେ। କିନ୍ତୁ ମୁଖ୍ୟ ଅଭିନେତା ଭାବେ ତାଙ୍କ ପ୍ରଥମ ଫିଲ୍ମ ‘ଦିୱାନା’ ୧୯୯୨ ଜୁନ୍ ୨୫ ତାରିଖରେ ରିଲିଜ୍ ହୋଇଥିଲା।

ddlg୧୯- ଡର, ଦିଲ୍ ତୋ ପାଗଲ ହୈ, କୁଛ୍ କୁଛ୍ ହୋତା ହୈ, ଜମାନା ଦିୱାନା, ୟେସ୍ ବସ୍, କଭି ଖୁସି କଭି ଗମ୍, ଚେନ୍ନାଇ ଏକ୍ସପ୍ରେସ୍ ସମେତ ୯ଟି ଫିଲ୍ମରେ ତାଙ୍କ ନାମ ‘ରାହୁଲ’ ଥିଲା।

୨୦- ରାଜୁ, ଡିଡିଏଲ୍‌ଜେ, ବାଦଶାହ, ମହବତେଁ, ରବ୍ ନେ ବନା ଦୀ ଯୋଡ଼ି ଆଦିରେ ତାଙ୍କ ନାଁ ‘ରାଜ’ ଥିଲା। ଏହି ନାଁଟି ବି ତାଙ୍କର ଭାରି ପ୍ରିୟ।

୨୧- ବଡ଼ ପରଦାରେ ଅନେକ ଥର ତାଙ୍କର ମୃତ୍ୟୁ ହୋଇଛି। ‘ବାଜିଗର’, ‘ଡର’, ‘ଅଞ୍ଜାମ’, ‘ରାମ ଜାନେ’, ‘ଡୁପ୍ଲିକେଟ୍’, ’ଦେବଦାସ’, ‘ଓମ୍‌ ଶାନ୍ତି ଓମ୍‌’, ‘କରଣ-ଅର୍ଜୁନ’ ଭଳି ଫିଲ୍ମରେ ତାଙ୍କର ମୃତ୍ୟୁ ଘଟିଛି। ଏଥିରୁ କିଛିରେ ତାଙ୍କର ପୁନଃଜନ୍ମ ମଧ୍ୟ ହୋଇଛି।

୨୨- ଶାହାରୁଖ କଠିନ ପରିଶ୍ରମ କରନ୍ତି। ସେ ମାତ୍ର ୪-୫ ଘଣ୍ଟା ଶୁଅନ୍ତି। ସେ କହନ୍ତି ଶୋଇବା ଅର୍ଥ ଜୀବନ ବରବାଦ କରିବା।

୨୩- ସେ ତାଙ୍କ ଝିଅ ପାଇଁ ଏକ ବହି ଲେଖୁଛନ୍ତି। ଏଥିରେ ସେ ଅଭିନୟ ଉପରେ ଲେଖୁଛନ୍ତି। ବହିଟିର ନାଁ ରଖିଛନ୍ତି- ଟୁ ସୁହାନା, ଅନ୍ ଆକ୍ଟିଂ, ଫ୍ରମ୍ ପାପା।

୨୪- ସେ ନିଜ ଜୀବନୀ ଉପରେ ଏକ ବହି ମଧ୍ୟ ଲେଖୁଛନ୍ତି। ଏକ ଦଶନ୍ଧି ହେଲାଣି ସେ ଏହି ବହି ଲେଖୁଛନ୍ତି। ନିର୍ମାତା-ନିର୍ଦ୍ଦେଶକ ମହେଶ ଭଟ୍ଟଙ୍କ ଅନୁରୋଧ କ୍ରମେ ସେ ଏହି ବହି ଲେଖୁଛନ୍ତି।

୨୫- ଶାହାରୁଖ ଓ ସଲମାନ ୧୯୯୬ରେ ମେହମୁଦଙ୍କ ପ୍ରଥମ ନିର୍ଦ୍ଦେଶିତ ଫିଲ୍ମ ‘ଦୁଶମନ ଦୁନିଆ’ରେ ଏକାଠି କାମ କରିଥିଲେ। ଏଥିରେ ଶାହାରୁଖ ଅତିଥି କଳାକାର ଥିଲେ।

୨୬- ଶାହାରୁଖଙ୍କ ସହିତ ତାଙ୍କ ବଡ଼ ଭଉଣୀ  ଲାଲାରୁଖ ରହନ୍ତି।

୨୭- ‘ଦିଲୱାଲେ ଦୁଲହନିଆ ଲେ ଜାଏଙ୍ଗେ’ର କାହାଣୀ ଶୁଣିବା ପରେ ସେ ଏଥିରେ ଅଭିନୟ କରିବେ ନାହିଁ ବୋଲି ଅନେକ କ୍ରୁ ମେମ୍ବର ଭାବୁଥିଲେ। କାରଣ ସେ ସେତେବେଳେ ରୋମାଣ୍ଟିକ୍ ଫିଲ୍ମ କରିବାକୁ ଚାହୁଁ ନଥିଲେ। କିନ୍ତୁ ସେ ହଁ ଭରିଥିଲେ। ଏଥିରେ ଆକ୍ସନ ଓ ଫାଇଟ୍ ସିନ୍ ଯୋଡ଼ିବାକୁ ସେ କହିଥିଲେ।

୨୮- ଡିଡିଏଲ୍‌ଜେର ଏକ ଗୀତ ହରିୟାଣାର ଏକ କ୍ଷେତରେ ସୁଟିଂ ହେଉଥିବା ବେଳେ ଚାଷୀମାନେ ବିରୋଧ କରିଥିଲେ। ତେବେ ଶାହାରୁଖ ସେମାନଙ୍କୁ ସେମାନଙ୍କ ଭାଷାରେ ବୁଝାଇଥିଲେ। ତା’ପରେ ଯାଇ ‘ତୁଝେ ଦେଖା ତୋ ୟେ ଜାନା ସନମ...’ର ସୁଟିଂ ହୋଇପାରିଥିଲା।

୨୯- ଡିଡିଏଲ୍‌ଜେର ସୁଟିଂ ସମୟରେ ସେ ‘ତ୍ରିମୂର୍ତ୍ତୀ’ର ବି ସୁଟିଂ କରୁଥିଲେ।

୩୦- ଫିଲ୍ମ ଜୋଶ୍‌ରେ ସେ ‘ଅପୁନ୍ ବୋଲା...’ ଗୀତ ଗାଇଥିଲେ।

1୩୧- ଯୁବକ ଶାହାରୁଖ ଅଭିନେତା କୁମାର ଗୌରବଙ୍କୁ ଭେଟିବାକୁ ଚାହୁଁଥିଲେ। କାରଣ ସେ ଭାବୁଥିଲେ ଯେ ସେ ଦେଖିବାକୁ କୁମାର ଗୌରବଙ୍କ ଭଳି।

୩୨-  ‘ଫୌଜୀ’ ବେଳେ ତାଙ୍କୁ ପ୍ରଥମେ ଫ୍ୟାନ୍ ମିଳିଥିଲେ। ଥରେ ଏକ ଅଟୋରେ ଗଲା ବେଳେ ଦୁଇ ଜଣ ମହିଳା ତାଙ୍କୁ ଲକ୍ଷ୍ୟ କରି କହିଥିଲେ ‘ଦେଖ ଅଭିମନ୍ୟୁ ରାୟ’ ଯାଉଛନ୍ତି। ‘ଫୌଜୀ’ରେ ତାଙ୍କର ସେହି ନାଁ ଥିଲା।

୩୩- ଶାହାରୁଖଙ୍କର ପେଶାୱର ସହ ସଂପର୍କ ରହିଛି। ସେ ୧୯୭୮-୭୯ରେ ସେଠାକୁ ଯାଇଥିଲେ। ସେଠାରେ ତାଙ୍କର ବାପାଙ୍କର ସମସ୍ତ ସଂପର୍କୀୟ ଅଛନ୍ତି। ଭାରତରେ କେବଳ ତାଙ୍କ ମା’ଙ୍କ ସଂପର୍କୀୟ ଅଛନ୍ତି।

୩୪- ସେ ରାମଲୀଳାରେ ବି କାମ କରିଛନ୍ତି। ଛାବରା ରାମଲୀଳା ନୂଆଦିଲ୍ଲୀ ସହିତ ସେ ଜଡ଼ିତ ଥିଲେ। ସେ ବାନର ସେନାରେ ସାମିଲ ହେଉଥିଲେ।

୩୫- ରାମଲୀଳାରେ ବ୍ରେକ୍ ବେଳେ ସେ ଉର୍ଦ୍ଦୁ ଶାୟରୀ କହୁଥିଲେ ଓ ତାଙ୍କୁ ଏଥିପାଇଁ ପୁରସ୍କାର ବାବଦକୁ ୧ ଟଙ୍କା ମିଳୁଥିଲା।

୩୬- ଫ୍ୟାନ୍‌ଙ୍କ କବଳରୁ ବଞ୍ଚିବା ପାଇଁ ସେ ଥରେ କାର୍ ଡିକିରେ ଯାତ୍ରା କରିଥିଲେ।

୩୭- ଲସ୍ ଏଞ୍ଜିଲସରେ ଏକ ଷ୍ଟେଜ୍ ଶୋ ବେଳେ ମାଡୋନାଙ୍କୁ ଦେଖି ସେ ନିଜ ଡ୍ୟାନ୍ସ ଷ୍ଟେପ୍ ଭୁଲି ଯାଇଥିଲେ।

୩୮- ଶାହାରୁଖ, ଆମୀର ଓ ସୈଫ ୧୯୯୩ରେ ଏକ ଫିଲ୍ମ ‘ନଶା’ରେ ଏକାଠି କେମିୟୋ ଭୂମିକାରେ ଆସିଥିଲେ।

୩୯-  ସେ ବାଙ୍ଗାଲୋରରେ ତାଙ୍କ ଅଜାଆଈଙ୍କ ସହିତ ରହୁଥିବା ବେଳେ ତାଙ୍କ ପଡ଼ୋଶୀ ଥିଲେ ଅଭିନେତା ମେହମୁଦ।

୪୧- ଏବେ ବି ତାଙ୍କୁ ଖେଳଣା ଭଲ ଲାଗେ।

୪୨-  ଶାହାରୁଖଙ୍କ ବାପା ଘରେ ହିନ୍ଦକୋ ଭାଷାରେ କଥା ହେଉଥିଲେ। ଏହା ହେଉଛି ପାକିସ୍ତାନରେ କୁହାଯାଉଥିବା ଏକ ପଞ୍ଜାବୀ ଭାଷା।

୪୩- ସ୍କୁଲ୍‌ରେ ପଢ଼ିବା ବେଳେ ଶାହାରୁଖ ହିନ୍ଦୀରେ ଦୁର୍ବଳ। କିନ୍ତୁ ଥରେ ତାଙ୍କୁ ୧୦ରୁ ୧୦ ନମ୍ବର ମିଳିବାରୁ ତାଙ୍କ ମା’ ତାଙ୍କୁ ଦେବାନନ୍ଦଙ୍କ ଫିଲ୍ମ ‘ଜୋଶୀଲା’ ଦେଖାଇବା ପାଇଁ ନେଇ ଯାଇଥିଲେ।

bazigar୪୪- ଜନ୍ମ ହେବା ପରେ ତାଙ୍କୁ ଏକ ଚାନ୍ଦିର ଟବ୍ ଉପହାର ସ୍ୱରୂପ ମିଳିଥିଲା।

୪୫- ଶାହାରୁଖଙ୍କ ଟ୍ୱିଟରରେ ପାଖାପାଖି ତିନି କୋଟି ଫୋଲୋଓର ଅଛନ୍ତି।

୪୬- ଫିଲ୍ମରେ ଘୋଡ଼ାରେ ଚଢ଼ିବା ଓ କିସ୍‌ ସିନ୍‌କୁ ତାଙ୍କର ଭାରି ଭୟ।

୪୭- ୨୦୦୪ରେ ଶାହାରୁଖ ଖାନ ଟାଇମ୍ ମାଗାଜିନ୍‌ର କଭର ପେଜ୍‌ରେ ଆସିଥିଲେ।

୪୮- ଶାହାରୁଖଙ୍କ ବାପା ଓ ଭଉଣୀ ଘୋଡ଼ା ଚଢ଼ୁଥିଲେ। ଘୋଡ଼ାଙ୍କ ନାମ ଅନୁସାରେ ଶାହାରୁଖ ଓ ତାଙ୍କ ଭଉଣୀଙ୍କ ନାମକରଣ ହୋଇଥିଲା।

୪୯- ୧୯୯୮ରେ ଜି ସିନେ ଆୱାର୍ଡରେ ସର୍ବଶ୍ରେଷ୍ଠ ଅଭିନେତା ମନୋନୀତ ହେବା ପରେ ସେ ସଲମାନଙ୍କୁ ଷ୍ଟେଜଙ୍କୁ ଡାକିଥିଲେ ଓ ତାଙ୍କ ତରଫରୁ ସମସ୍ତଙ୍କୁ ଧନ୍ୟବାଦ ଜଣାଇବାକୁ କହିଥିଲେ। କାରଣ ସଲମାନ ଭାବୁଥିଲେ ଯେ ସବୁ ପୁରସ୍କାର ଶାହରୁଖ ମିଳୁଛି, ତାଙ୍କୁ ମିଳୁନି।

୫୦- ସେ ୧୪ ଥର ଫିଲ୍ମ ଫେୟାର ପୁରସ୍କାର ପାଇଛନ୍ତି। ତା’ମଧ୍ୟରୁ ୮ ଥର ଶ୍ରେଷ୍ଠ ଅଭିନୟ ପାଇଁ ଏହି ପୁରସ୍କାର ପାଇଛନ୍ତି।

ତଥ୍ୟ ସୌଜନ୍ୟ- ବିବିସି ହିନ୍ଦୀ

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos