ରାମଦେବଙ୍କୁ ଶିଳ୍ପାଙ୍କ ପ୍ରଶ୍ନ : କ’ଣ ଖାଇ ମା’ ତୁମକୁ ଜନ୍ମ କରିଥିଲେ ?

ନୂଆଦିଲ୍ଲୀ: ଯୋଗ ଗୁରୁ ରାମଦେବ ନିକଟରେ ସୋନି ଟିଭିରେ ପ୍ରସାରିତ ହେଉଥିବା ଡ୍ୟାନ୍ସ ରିଆଲିଟି ଶୋ ‘ସୁପର ଡ୍ୟାନ୍ସର-୨’ରେ ଅତିଥି ଭାବେ ଯୋଗ ଦେଇଥିଲେ। ସେଠାରେ ସେ ଏମିତି କିଛି ଅଦ୍ଭୁତ କଳା ଦେଖାଇଥିଲେ, ଯାହା ସମସ୍ତଙ୍କୁ ଆଚମ୍ବିତ କରିଦେଇଥିଲା। ଆପଣ ଭାବୁଥିବେ ସେ ତ’ ଯୋଗ ଗୁରୁ।  ଯୋଗାସନ କରିବା ତାଙ୍କର ଧର୍ମ। ଏଥିରେ ଆଶ୍ଟର୍ଯ୍ୟ ହେବାର କାରଣ କ’ଣ ଅଛି ? କାରଣ ହେଉଛି ରାମଦେବ ସେଠାରେ କିଛି ସ୍ୱତନ୍ତ୍ର କଳାକୌଶଳ ଦେଖାଇଥିଲେ। ତାହା […]

shilpa

shilpa

Rakesh Mallick
  • Published: Sunday, 24 December 2017
  • Updated: 24 December 2017, 10:34 AM IST

Sports

Latest News

ନୂଆଦିଲ୍ଲୀ: ଯୋଗ ଗୁରୁ ରାମଦେବ ନିକଟରେ ସୋନି ଟିଭିରେ ପ୍ରସାରିତ ହେଉଥିବା ଡ୍ୟାନ୍ସ ରିଆଲିଟି ଶୋ 'ସୁପର ଡ୍ୟାନ୍ସର-୨'ରେ ଅତିଥି ଭାବେ ଯୋଗ ଦେଇଥିଲେ। ସେଠାରେ ସେ ଏମିତି କିଛି ଅଦ୍ଭୁତ କଳା ଦେଖାଇଥିଲେ, ଯାହା ସମସ୍ତଙ୍କୁ ଆଚମ୍ବିତ କରିଦେଇଥିଲା। ଆପଣ ଭାବୁଥିବେ ସେ ତ’ ଯୋଗ ଗୁରୁ।  ଯୋଗାସନ କରିବା ତାଙ୍କର ଧର୍ମ। ଏଥିରେ ଆଶ୍ଟର୍ଯ୍ୟ ହେବାର କାରଣ କ’ଣ ଅଛି ? କାରଣ ହେଉଛି ରାମଦେବ ସେଠାରେ କିଛି ସ୍ୱତନ୍ତ୍ର କଳାକୌଶଳ ଦେଖାଇଥିଲେ। ତାହା ହେଉଛି  'ଆଇସ୍‌ ଯୋଗ' । ଦୀର୍ଘ ସମୟ ଧରି ରାମଦେବଙ୍କୁ ବରଫ ଉପରେ ବସି ଯୋଗ କରିବାର ଦେଖିବାକୁ ମିଳିଲା।  ଏହାକୁ ଦେଖିବା ପରେ ସେଠାରେ ଉପସ୍ଥିତ ସମସ୍ତ ଦର୍ଶକ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଆଉ ରାମଦେବଙ୍କୁ  ଖୁବ୍‌ ପ୍ରଶଂସା କରିଥିଲେ । ଶେଷରେ ଶୋ'ର ବିଚାରପତି  ଶିଳ୍ପା ସେଟ୍ଟୀ ରାମଦେବଙ୍କୁ ପଚାରିଲେ 'ଆପଣଙ୍କ ମା’ କ'ଣ ଖାଇ ଆପଣଙ୍କୁ ଜନ୍ମ କରିଥିଲେ'? ଏଥିରେ ରାମଦେବ ମୃଦୁ ହସ ହସିଥିଲେ ମଧ୍ୟ କୌଣସି ଉତ୍ତର ଦେଇ ନ ଥିଲେ।

ତେବେ ବାବା ରାମଦେବ ଶୋ'ରେ ପ୍ରଥମଥର ଆଇସ୍ ଯୋଗ କରି ଦେଖାଇଥିଲେ। ଏହି ନୂଆ ଯୋଗର ପ୍ରକ୍ରିୟାକୁ ଶିଖିବା ପାଇଁ ସେଠାରେ ଉପସ୍ଥିତ ଥିବା ପ୍ରତିଯୋଗୀ ମଧ୍ୟ ସାମିଲ ହୋଇଥିଲେ। ଡ୍ୟାନ୍ସ ଶୋ'ରେ ଯୋଗର ଯାଦୁ ଦେଖି ଉପସ୍ଥିତ ଥିବା ଦର୍ଶକ ଖୁବ୍‌ ମଜା ନେଇଥିଲେ।

ଶେଷରେ ଶିଳ୍ପା ନିଜ ସିଟ୍‌ ଉପରେ ଠିଆ ହୋଇ ରାମଦେବଙ୍କୁ ଶ୍ରଷ୍ଟାଙ୍ଗ ପ୍ରଣାମ ଜଣାଇଥିଲେ। ପ୍ରଥମେ ଯୋଗ ପରେ ଆୟୁର୍ବେଦ ସାମଗ୍ରୀକୁ ନେଇ ସାରା ଦୁନିଆରେ ଚହଳ ସୃଷ୍ଟି କରୁଥିବା ରାମଦେବ ଏବେ ଗ୍ଲାମର ଦୁନିଆରେ ମଧ୍ୟ ହଲଚଲ  କରୁଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos