ଶୁଟିଂ ସେଟ୍‌କୁ ଫେରିଲେ ଶିଳ୍ପା

ମୁମ୍ୱାଇ: ୧୩ ବର୍ଷର ଦୀର୍ଘ ବ୍ୟବଧାନ ପରେ ପୁଣି ଥରେ ଏକ ବଲିଉଡ୍ ଫିଲ୍ମ ପାଇଁ ଶୁଟିଂ ଆରମ୍ଭ କରିଛନ୍ତି ଫିଟ୍‌ନେସ୍ କୁଇନ୍ ଶିଳ୍ପା ସେଟ୍ଟୀ। ସବ୍ବୀର ଖାନ୍‌ଙ୍କ ଫିଲ୍ମ ‘ନିକମ୍ମା’ ପାଇଁ ଶୁଟିଂ ଆରମ୍ଭ କରିଥିବା ଶିଳ୍ପା ଏନେଇ ବେଶ୍ ଖୁସି ଅଛନ୍ତି। ଏ ଫିଲ୍ମରେ ତାଙ୍କ ସହିତ ଅଭିମନ୍ୟୁ ଦସାନୀ ଓ ୟୁଟ୍ୟୁବ୍ ଷ୍ଟାର୍ ଶର୍ଲୀ ସେଟିଆ ଅଭିନୟ କରୁଛନ୍ତି। ମଙ୍ଗଳବାରଠାରୁ ଏହି ଫିଲ୍ମର ଶୁଟିଂ ଆରମ୍ଭ ହୋଇଥିବା ବେଳେ ଶିଳ୍ପା ଏକ ଫଟୋ […]

silpa

silpa

Puspanjali Panda
  • Published: Wednesday, 21 August 2019
  • Updated: 21 August 2019, 03:26 PM IST

Sports

Latest News

ମୁମ୍ୱାଇ: ୧୩ ବର୍ଷର ଦୀର୍ଘ ବ୍ୟବଧାନ ପରେ ପୁଣି ଥରେ ଏକ ବଲିଉଡ୍ ଫିଲ୍ମ ପାଇଁ ଶୁଟିଂ ଆରମ୍ଭ କରିଛନ୍ତି ଫିଟ୍‌ନେସ୍ କୁଇନ୍ ଶିଳ୍ପା ସେଟ୍ଟୀ। ସବ୍ବୀର ଖାନ୍‌ଙ୍କ ଫିଲ୍ମ ‘ନିକମ୍ମା’ ପାଇଁ ଶୁଟିଂ ଆରମ୍ଭ କରିଥିବା ଶିଳ୍ପା ଏନେଇ ବେଶ୍ ଖୁସି ଅଛନ୍ତି। ଏ ଫିଲ୍ମରେ ତାଙ୍କ ସହିତ ଅଭିମନ୍ୟୁ ଦସାନୀ ଓ ୟୁଟ୍ୟୁବ୍ ଷ୍ଟାର୍ ଶର୍ଲୀ ସେଟିଆ ଅଭିନୟ କରୁଛନ୍ତି।

ମଙ୍ଗଳବାରଠାରୁ ଏହି ଫିଲ୍ମର ଶୁଟିଂ ଆରମ୍ଭ ହୋଇଥିବା ବେଳେ ଶିଳ୍ପା ଏକ ଫଟୋ ସୋଶାଲ୍ ମିଡିଆରେ ଶେଆର୍ କରିଛନ୍ତି। ଏଥିରେ ଶିଳ୍ପାଙ୍କ ସହିତ ଅଭିମନ୍ୟୁ ଓ ସବ୍ବୀର ଅଛନ୍ତି। ଏହି ଫଟୋକୁ ପୋଷ୍ଟ୍ କରି ସେ ଲେଖିଛନ୍ତି,“ସେଟ୍‌କୁ ପୁଣି ଥରେ ଫେରିଲି। ଫିଲ୍ମ ନିକ୍କମାରେ ମୁଁ ଅୱନି ଚରିତ୍ରରେ ଅଭିନୟ କରୁଛି। ମୁଁ ଏହାକୁ (ସୁଟିଂ ଶେଟ୍‌କୁ) କେତେ ମିସ୍‌ କରୁଥିଲି, ତାହା ବର୍ଣ୍ଣନା କରିପାରିବି ନାହିଁ। ଆମେ ସବୁ ବହୁତ ମଜା କରିବୁ।’

https://www.instagram.com/p/B1YmJnzB9TH/?utm_source=ig_web_copy_link

‘ନିକମ୍ମା’ରେ ଶିଳ୍ପାଙ୍କ ସହିତ ଅଭିନୟ କରୁଥିବା ଅଭିମନ୍ୟୁ ନିକଟରେ ‘ମର୍ଦ କା ଦର୍ଦ’ ଫିଲ୍ମରେ ଅଭିନୟ କରି ଚର୍ଚ୍ଚାରେ ରହିଥିଲେ।

୨୦୦୭ରେ ଶିଳ୍ପା ଶେଷଥର ପାଇଁ ବଲିଉଡ୍ ଫିଲ୍ମ ‘ଅପ୍‌ନେ’ରେ ଅଭିନୟ କରିଥିଲେ। ଅନୀଲ ଶର୍ମା ଏହାର ନିର୍ଦ୍ଦେଶନା ଦେଇଥିବା ବେଳେ ଏଥିରେ ଭେଟେରାନ୍ ଅଭିନେତା ଧର୍ମେନ୍ଦ୍ରଙ୍କ ସହିତ ସନି ଦେଓଲ୍‌, ବବି ଦେଓଲ୍‌, କ୍ୟାଟ୍ରିନା କୈଫ୍‌ ଓ କିର‌ନ୍‌ ଖୈର୍‌ ଅଭିନୟ କରିଥିଲେ।

ବଡ଼ ପରଦାରୁ ଦୂରେଇ ରହିଥିଲେ ମଧ୍ୟ ଶିଳ୍ପା ସେଟ୍ଟୀ ଛୋଟ ପରଦା ଓ ସୋଶାଲ୍ ମିଡିଆରେ ଆକ୍ଟିଭ୍ ରହିଥିଲେ। ‘ଡ୍ୟାନ୍ସ ପ୍ଲସ୍‌’, ‘ନଚ୍‌ ବଲିୟେ’ ଓ ‘ସୁପର ଡ୍ୟାନ୍ସର’ ଭଳି ଡ୍ୟାନ୍ସ ରିଆଲିଟି ଶୋ’ରେ ଶିଳ୍ପା ଜଜ୍‌ ଭୂମିକାରେ ଅବତୀର୍ଣ୍ଣ ହୋଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos