‘ଶିଳ୍ପାଙ୍କୁ ବହୁତ ମିସ୍‌ କରୁଛୁ’

ମୁମ୍ବାଇ: ‘ସୁପର ଡ୍ୟାନ୍ସର’ ଶୋ’ରେ ମାସେ ହେଲା ଶୁଭୁନି ‘ସୁପର ସେ ଉପର’ । ଖାଲି ପଡ଼ିଛି ଶିଳ୍ପାଙ୍କ କୁର୍ସି। ବହୁତ ଗେଷ୍ଟ ଜଜ୍‌ ହୋଇ ଆସୁଛନ୍ତି ଓ ଯାଉଛନ୍ତି, ହେଲେ ଶିଳ୍ପାଙ୍କ ଜାଗା କେହି ନେଇପାରି ନାହାନ୍ତି। ଏପରିକି ଶୋ’ ସହିତ ଜଡ଼ିତ ସମସ୍ତ ସଦସ୍ୟ ତାଙ୍କୁ ମିସ୍‌ କରୁଛନ୍ତି କହିଛନ୍ତି ଅନ୍ୟତମ ବିଚାରକ ତଥା ଫିଲ୍ମ ନିର୍ଦ୍ଦେଶକ ଅନୁରାଗ ବାସୁ। ଅଶ୍ଳୀଳ ଭିଡିଓ ତିଆରି ମାମଲାରେ ସ୍ୱାମୀ ରାଜ କୁନ୍ଦ୍ରାଙ୍କ ଗିରଫଦାରୀ ପରେ ପ୍ରାୟ […]

shilpa setty & anurag basu

Niharika Rout
  • Published: Tuesday, 17 August 2021
  • , Updated: 17 August 2021, 01:21 PM IST

ମୁମ୍ବାଇ: ‘ସୁପର ଡ୍ୟାନ୍ସର’ ଶୋ’ରେ ମାସେ ହେଲା ଶୁଭୁନି ‘ସୁପର ସେ ଉପର’ । ଖାଲି ପଡ଼ିଛି ଶିଳ୍ପାଙ୍କ କୁର୍ସି। ବହୁତ ଗେଷ୍ଟ ଜଜ୍‌ ହୋଇ ଆସୁଛନ୍ତି ଓ ଯାଉଛନ୍ତି, ହେଲେ ଶିଳ୍ପାଙ୍କ ଜାଗା କେହି ନେଇପାରି ନାହାନ୍ତି। ଏପରିକି ଶୋ’ ସହିତ ଜଡ଼ିତ ସମସ୍ତ ସଦସ୍ୟ ତାଙ୍କୁ ମିସ୍‌ କରୁଛନ୍ତି କହିଛନ୍ତି ଅନ୍ୟତମ ବିଚାରକ ତଥା ଫିଲ୍ମ ନିର୍ଦ୍ଦେଶକ ଅନୁରାଗ ବାସୁ।

ଅଶ୍ଳୀଳ ଭିଡିଓ ତିଆରି ମାମଲାରେ ସ୍ୱାମୀ ରାଜ କୁନ୍ଦ୍ରାଙ୍କ ଗିରଫଦାରୀ ପରେ ପ୍ରାୟ ମାସେ ହେବ ଲାଇମ୍‌ଲାଇଟ୍‌ରୁ ଦୂରେଇ ଯାଇଛନ୍ତି ଅଭିନେତ୍ରୀ ଶିଳ୍ପା ସେଟ୍ଟି। ଶିଳ୍ପା ସୋଶାଲ ମିଡିଆରେ ଖୁବ୍‌ ଆକ୍ଟିଭ ରହୁଥିବା ବେଳେ ‘ସୁପର ଡ୍ୟାନ୍ସର’ ଶୋ’କୁ ଜଜ୍‌ ବି କରୁଥିଲେ।

[caption id="attachment_667639" align="aligncenter" width="650"] ଅଭିନେତ୍ରୀ ଶିଳ୍ପା ସେଟ୍ଟି ଓ ଫିଲ୍ମମେକର ଅନୁରାଗ ବାସୁ।[/caption]

ଏକ ସାକ୍ଷାତକାରରେ ଅନୁରାଗ ବାସୁ କହିଛନ୍ତି, ‘ସୁପର ଡ୍ୟାନ୍ସର’ ଶୋ’ ସେଟ୍‌ରେ ଆମେ ସମସ୍ତେ ଏକ ପରିବାର ପରି ଚଳୁ। ଏପରିକି କ୍ୟାମେରା ପଛରେ ଥିବା ଲୋକ ଓ କୋରିଓଗ୍ରାଫର ସମସ୍ତେ ଏହି ପରିବାରର ସ଼ଦସ୍ୟ । ଆମ ଭିତରେ ଖୁବ୍‌ ଭଲ ସମ୍ପର୍କ ରହିଛି। ହେଲେ ପରିବାରର ଜଣେ ସଦସ୍ୟ ନଥିବାରୁ ବହୁତ କଷ୍ଟ ଲାଗୁଛି। ଶିଳ୍ପାଙ୍କୁ ସେଟ୍‌ରେ ସମସ୍ତେ ଭଲ ପାଆନ୍ତି।’

ନିକଟ ଭବିଷ୍ୟତରେ ଶିଳ୍ପା ପୁଣି ଥରେ ଆସି ଶୋ’ର ଜଜ୍‌ ସିଟ୍‌ରେ ବସିବେ ନା ନାହିଁ ସେ ସମ୍ପର୍କରେ କୌଣସି ଖବର ନ ଥିବା କହିଛନ୍ତି ବାସୁ। ‘ତୁମେ କେବେ ଆସିବ’ ବୋଲି ବହୁ ଥର ମେସେଜ ଦେଇ ବି କିଛି ରିପ୍ଲାଏ ପାଇ ନ ଥିବା କହିଛନ୍ତି ବାସୁ। ହେଲେ ଆମେ ଆଶା କରୁଛୁ, ସେ ଖୁବ୍‌ ଶୀଘ୍ର ସେଟ୍‌କୁ ଫେରିବେ।

[caption id="attachment_667642" align="aligncenter" width="650"] ସୁପର ଡ୍ୟାନ୍ସର ଶୋ’ର ଜଜ୍‌ମାନେ।[/caption]

ଦୀର୍ଘ ଦିନର ବ୍ୟବଧାନ ପରେ ଗତକାଲି ଶିଳ୍ପା ସୋଶାଲ ମିଡିଆରେ ଲାଇଭ୍‌ ଆସିଥିଲେ। ମହାମାରୀ କୋଭିଡ୍ ପାଇଁ ‘ଭି ଅଫ୍ ଇଣ୍ଡିଆ’ ସହିତ ଫଣ୍ଡରେଞ୍ଜର ଭାବରେ କାମ କରୁଛନ୍ତି ଶିଳ୍ପା । ଏହି ସମୟରେ ଶିଳ୍ପା ଯୋଗାଭ୍ୟାସ ବିଷୟରେ  କହିଥିଲେ । ସେ କହିଥିଲେ, “କଠିନ ସମୟରେ ମନକୁ ଭିନ୍ନ ଭିନ୍ନ କଥା ଆନ୍ଦୋଳିତ କରିଥାଏ। ତାହା ଉପରେ ନିୟନ୍ତ୍ରଣ ରଖିବାକୁ ପ୍ରାଣାୟମ କରିବା ବହୁତ ଜରୁରୀ। ପଜିଟିଭ୍‌ ରହିବା ପାଇଁ ନିଜ ଶ୍ୱାସ କ୍ରିୟାକୁ ଠିକ୍‌ ଭାବେ ପରିଚାଳିତ କରନ୍ତୁ। ଏଥିନିମନ୍ତେ ଠିକ୍‌ ସମୟରେ ପ୍ରାଣାୟମ କରିବା ନିହାତି ଜରୁରୀ। ଯଦି ପ୍ରତ୍ୟେକ ଦିନ ଯୋଗ କରନ୍ତି ତେବେ ଦୈନନ୍ଦିନ ଜୀବନରେ ଆପଣଙ୍କ ରୋଗ ପ୍ରତିରୋଧକ ଶକ୍ତି ଏବଂ ସ୍ୱାସ୍ଥ୍ୟର ଫାଇଦା ହେବ ।”

ଜୀବନରୁ ନେଗେଟିଭିଟି ବା ନକାରାତ୍ମକ ଭାବନାକୁ ଦୂର କରିବା ନିମନ୍ତେ ଯୋଗ କରିବାକୁ ନିଜ ଫ୍ୟାନ୍‌ମାନଙ୍କୁ କହିଥିଲେ ଶିଳ୍ପା ଶେଟ୍ଟୀ । ହେଲେ ଏଥିପାଇଁ ତାଙ୍କୁ ଟ୍ରୋଲ୍‌ର ଶିକାର ବି ହେବାକୁ ପଡ଼ିଛି। ଜଣେ ୟୁଜର ନିଜ ପୋଷ୍ଟରେ ସୁପର ସେ ଉପର ରାଜ କୁନ୍ଦ୍ରା ବୋଲି ଲେଖିଥିବା ବେଳେ ଆଉ ଜଣେ ରାଜ ଜେଲ୍‌ରୁ କେବେ ଆସୁଛନ୍ତି ବୋଲି ପଚାରିଛନ୍ତି। ରାଜଙ୍କ ଗିରଫଦାରୀ ପରେ ସୋଶାଲ ମିଡିଆରେ ଲଗାତାର ଭାବେ ଶିଳ୍ପାଙ୍କୁ ଟ୍ରୋଲ୍‌ କରାଯାଉଛି।

Related story