ମୁମ୍ବାଇ: ‘ବାହୁବଲୀ’ ଫେମ୍ ତମନ୍ନା ଭାଟିଆ ହାଇଦ୍ରାବାଦର ହିମାୟତନଗରୀରେ ଏକ ଅଳଙ୍କାର ଦୋକାନ ଉଦ୍ଘାଟନ କରିବାକୁ ପହଞ୍ଚିଥିଲେ। ଦୋକାନ ଉଦ୍ଘାଟନ କରିବା ସମୟରେ ମୁଶୀରାବାଦର କରୀମୁଲ୍ଲାହ ନାମକ ୩୧ ବର୍ଷିୟ ବ୍ୟକ୍ତି ତାଙ୍କ ଉପରକୁ ଜୋତା ଫୋପାଡ଼ି ଥିଲେ। ଲୋକମାନେ ତମନ୍ନାଙ୍କୁ ଘେରି ରହିଥିବାରୁ ଜୋତା ତାଙ୍କ ଦେହରେ ନବାଜି ଦୋକାନର ଜଣେ କର୍ମଚାରୀଙ୍କ ଦେହରେ ବାଜି ଥିଲା। ଏହି ଘଟଣା ପରେ ପୋଲିସ୍ରେ ଅଭିଯୋଗ କରାଯାଇଥିଲା। ପୋଲିସ୍ ସେହି ବ୍ୟକ୍ତିଙ୍କୁ ପଚାରାଉଚାର କରିବା ପରେ ସେ ଜୋତା ଫୋପାଡ଼ିବାର କାରଣ ସାମ୍ନାକୁ ଆସିଥିଲା। ତାହା ଜାଣିବା ପରେ ଆପଣଙ୍କୁ ଖୁବ୍ ଆଶ୍ଚର୍ଯ୍ୟ ଲାଗିବ। ସମସ୍ତେ ଭାବୁଥିବେ ନିଶ୍ଚିତ ଭାବେ ଏକ ବଡ଼ କାରଣ ଯୋଗୁଁ ସେ ଜୋତା ଫିଙ୍ଗିଥିଲେ। କିନ୍ତୁ ସେମିତି କିଛି ନୁହେଁ।
ନାରାୟଣଗୁଡ଼ାର ଇନ୍ସିପେକ୍ଟର ବି. ରବୀନ୍ଦ୍ର କହିଥିଲେ ଯେ ସେହି ବ୍ୟକ୍ତିଙ୍କୁ ପଚରାଉଚରା ପରେ ଜଣାପଡ଼ିଲା ଯେ, ନିକଟରେ ରିଲିଜ୍ ହୋଇଥିବା କିଛି ଫିଲ୍ମରେ ତମନ୍ନାଙ୍କ ଅଭିନୟ ତାଙ୍କୁ ଭଲ ଲାଗି ନଥିଲା। ତେଣୁ ନିରାଶ ହୋଇ ସେ ତମନ୍ନାଙ୍କ ଉପରକୁ ଜୋତା ଫିଙ୍ଗିଥିଲେ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Bollywood
ହାସ୍ୟ ଅଭିନେତା ଟିକୁଙ୍କୁ ହୃଦ୍ଘାତ! ହସ୍ପିଟାଲରେ ଭର୍ତ୍ତି
ତାଙ୍କୁ ମୁମ୍ବାଇ ସ୍ଥିତ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି।
Bollywood
ଆଉ ନାହାନ୍ତି ଫିଲ୍ମ ନିର୍ମାତା ପ୍ରୀତିଶ ନନ୍ଦୀ
୭୩ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଛି। ବୁଧବାର ବିଳମ୍ବିତ ରାତିରେ ମୁମ୍ବାଇ ସ୍ଥିତ ବାସଭବନରେ ସେ ତାଙ୍କ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି।
Bollywood
‘ଏମର୍ଜେନ୍ସି’ ଦେଖିବାକୁ ପ୍ରିୟଙ୍କାଙ୍କୁ ନିମନ୍ତ୍ରଣ କଲେ କଙ୍ଗନା, ଜବାବ କ’ଣ ଥିଲା ଜାଣନ୍ତୁ
ଏମର୍ଜେନ୍ସି ସିନେମାରେ କଙ୍ଗନା ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧିଙ୍କ ଭୂମିକାରେ ରହିଛନ୍ତି। ଏହା ଜାନୁଆରୀ ୧୭ରେ ରିଲିଜ ହେବାକୁ ଯାଉଛି।
Bollywood
ଅଭିନେତ୍ରୀ ପୁନମ ଢିଲୋଙ୍କ ଘରୁ ଚୋରି, ଯୁବକ ଗିରଫ
ଘର ରଙ୍ଗ ଦେବା ବାହାନାରେ ଆସି ଚୋରି କରିନେଲା ମୂଲ୍ୟବାନ ସାମଗ୍ରୀ।
Entertainment
ବର୍ଷିଲେ ଅନୁଭବ, କହିଲେ- ତୁମେ ମଞ୍ଚ ବାଛ, ବିତର୍କ ପାଇଁ ମୁଁ ପ୍ରସ୍ତୁତ
ବିବାହ ତଥା ଦାମ୍ପତ୍ୟ ଜୀବନ ପରି ସମ୍ପର୍କକୁ ଅତି ମିଛ ତଥା ମନଗଢ଼ା ଭାବେ ପରଦାରେ ଦେଖାଉଥିବା ଅଭିଯୋଗ ଆଣି ବର୍ଷାଙ୍କ ଉପରେ ବର୍ଷିଛନ୍ତି ଅନୁଭବ। ଏପରିକି ବର୍ଷାଙ୍କ ସହ ଖୋଲାଖୋଲି ବିତର୍କ କରିବାକୁ ପ୍ରସ୍ତୁତ ବୋଲି ବି କହିଛନ୍ତି।