କାର୍ଗିଲ ଯୁଦ୍ଧର ହିରୋ ‘କ୍ୟାପଟେନ୍‌ ବିକ୍ରମ’ ବନିବେ ସିଦ୍ଧାର୍ଥ  

ମୁମ୍ବାଇ:ସିଦ୍ଧାର୍ଥ ମଲହୋତ୍ରାଙ୍କ ଫ୍ୟାନ୍‌ଙ୍କ ପାଇଁ ଖୁସି ଖବର। ଇତଫାକ୍‌ ପରେ ସିଦ୍ଧାର୍ଥ ଆଉ ଏକ ଫିଲ୍ମ ସାଇନ କରିଛନ୍ତି। ଫିଲ୍ମଟି କାର୍ଗିଲ୍ ଯୁଦ୍ଧରେ ସହିଦ ହୋଇଥିବା କ୍ୟାପଟେନ୍‌ ବିକ୍ରମ ବତ୍ରାଙ୍କ ଜୀବନୀ ଉପରେ ଆଧାରିତ। ଏହି ଫିଲ୍ମରେ ସିଦ୍ଧାର୍ଥ ଡବଲ ରୋଲରେ ନଜର ଆସିବେ।  ଫିଲ୍ମର ସୁଟିଂ ୨୦୧୮ରେ ଆରମ୍ଭ ହେବ। ଚଳଚ୍ଚିତ୍ରଟି ଅଫର ହେବା ପରେ ସିଦ୍ଧାର୍ଥ ଗତ ବର୍ଷ ବିକ୍ରମ ବତ୍ରାଙ୍କ ପରିବାର ସଂସ୍ପର୍ଶରେ ଆସିଥିଲେ। ମାତ୍ର୨୪ ବର୍ଷ ବୟସରେ ବିକ୍ରମ ଦେଶ ପାଇଁ […]

sidharth

sidharth

Rakesh Mallick
  • Published: Wednesday, 08 November 2017
  • Updated: 09 November 2017, 07:38 AM IST

Sports

Latest News

ମୁମ୍ବାଇ:ସିଦ୍ଧାର୍ଥ ମଲହୋତ୍ରାଙ୍କ ଫ୍ୟାନ୍‌ଙ୍କ ପାଇଁ ଖୁସି ଖବର। ଇତଫାକ୍‌ ପରେ ସିଦ୍ଧାର୍ଥ ଆଉ ଏକ ଫିଲ୍ମ ସାଇନ କରିଛନ୍ତି। ଫିଲ୍ମଟି କାର୍ଗିଲ୍ ଯୁଦ୍ଧରେ ସହିଦ ହୋଇଥିବା କ୍ୟାପଟେନ୍‌ ବିକ୍ରମ ବତ୍ରାଙ୍କ ଜୀବନୀ ଉପରେ ଆଧାରିତ। ଏହି ଫିଲ୍ମରେ ସିଦ୍ଧାର୍ଥ ଡବଲ ରୋଲରେ ନଜର ଆସିବେ।  ଫିଲ୍ମର ସୁଟିଂ ୨୦୧୮ରେ ଆରମ୍ଭ ହେବ। ଚଳଚ୍ଚିତ୍ରଟି ଅଫର ହେବା ପରେ ସିଦ୍ଧାର୍ଥ ଗତ ବର୍ଷ ବିକ୍ରମ ବତ୍ରାଙ୍କ ପରିବାର ସଂସ୍ପର୍ଶରେ ଆସିଥିଲେ।

ମାତ୍ର୨୪ ବର୍ଷ ବୟସରେ ବିକ୍ରମ ଦେଶ ପାଇଁ ଯେଉଁକାମ କରିଥିଲେ ହୁଏତ ସେମିତି ଆଉ କେହି କରିପାରି ନ ଥାନ୍ତେ। ସେଥିଲାଗି ସେହି ଫିଲ୍ମ କରିବା ପାଇଁ ସିଦ୍ଧାର୍ଥ ହାତ ଛଡ଼ା କରି ନ ଥିଲେ। ସିଦ୍ଧାର୍ଥଙ୍କ କହିବା ଅନୁସାରେ ଏହି ଫିଲ୍ମଟି ବିକ୍ରମଙ୍କ ଉଦ୍ଦେଶ୍ୟରେ ତିଆରି କରାଯାଉଛି। ଏହି ଫିଲ୍ମ ଜରିଆରେ ୧୯୯୯ କାର୍ଗିଲ ଯୁଦ୍ଧରେ ବିକ୍ରମ ବତ୍ରା ସହିଦ ହୋଇଥିବା କାହାଣୀକୁ ଦର୍ଶାଯାଇଛି। ମୃତ୍ୟୁରେ ବିକ୍ରମଙ୍କୁ ପରମ ବୀର ଚକ୍ର ସମ୍ମାନରେ ସମ୍ମାନିତ କରାଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos