ସିଙ୍ଗର ବନିବେ ଅଭିଷେକ

ମୁମ୍ବାଇ: ପିସିଙ୍କ ଇଣ୍ଟରନ୍ୟାସନାଲ ସିଙ୍ଗିଙ୍ଗର ଡେବ୍ୟୁ ଆଉ କାହା ଉପରେ ପଡୁ କି ନ ପଡୁ ଜୁନିୟର ବଚ୍ଚନଙ୍କ ଉପରେ ତ ଡେଫିନେଟଲି ପଡିଛି। ପ୍ରିୟଙ୍କାଙ୍କୁ ଏବେ ଫଲୋ କରୁଛନ୍ତି ଅଭିଷେକ। ଖୁବଶୀଘ୍ର ସେ ନଜର ଆସିବେ ନିଜର ହଲିଉଡ ପ୍ରୋଜେକ୍ଟ ସହ। କାନାଡିଆନ୍ ସିଙ୍ଗର ରାଘବ ଏବଂ ନେଲିଙ୍କ ସହ ଅଭିଷେକ କରିବେ ଡେବ୍ୟୁ ଏକ ମ୍ୟୁଜିକ୍ ଆଲବମରେ। ଅଭିଷେକଙ୍କ ଭଏସର ଝଲକ ଆମେ ସମସ୍ତେ ଦେଖିସାରିଛେ ‘ଫିଲ୍ମ ବ୍ଲଫ୍ ମାଷ୍ଟର’ରେ। ଏବେ ନିଜ ଭଏସକୁ […]

abhishek-bachchan-feb-21

Rakesh Mallick
  • Published: Monday, 24 August 2015
  • , Updated: 24 August 2015, 12:42 PM IST

ମୁମ୍ବାଇ: ପିସିଙ୍କ ଇଣ୍ଟରନ୍ୟାସନାଲ ସିଙ୍ଗିଙ୍ଗର ଡେବ୍ୟୁ ଆଉ କାହା ଉପରେ ପଡୁ କି ନ ପଡୁ ଜୁନିୟର ବଚ୍ଚନଙ୍କ ଉପରେ ତ ଡେଫିନେଟଲି ପଡିଛି। ପ୍ରିୟଙ୍କାଙ୍କୁ ଏବେ ଫଲୋ କରୁଛନ୍ତି ଅଭିଷେକ। ଖୁବଶୀଘ୍ର ସେ ନଜର ଆସିବେ ନିଜର ହଲିଉଡ ପ୍ରୋଜେକ୍ଟ ସହ। କାନାଡିଆନ୍ ସିଙ୍ଗର ରାଘବ ଏବଂ ନେଲିଙ୍କ ସହ ଅଭିଷେକ କରିବେ ଡେବ୍ୟୁ ଏକ ମ୍ୟୁଜିକ୍ ଆଲବମରେ। ଅଭିଷେକଙ୍କ ଭଏସର ଝଲକ ଆମେ ସମସ୍ତେ ଦେଖିସାରିଛେ ‘ଫିଲ୍ମ ବ୍ଲଫ୍ ମାଷ୍ଟର’ରେ। ଏବେ ନିଜ ଭଏସକୁ ନେଇ ପରୀକ୍ଷାନିରୀକ୍ଷା କରିବାକୁ ଫୁଲ୍ ଦମରେ ପ୍ରସ୍ତୁତ ହେଉଛନ୍ତି ଜୁନିୟର ବଚ୍ଚନ। ଏହି ମ୍ୟୁଜିକ୍ ଆଲବମର ସିଙ୍ଗିଙ୍ଗ କାମ ସରିଥିଲା ବେଳେ ଏବେ ଏହାର ଏଡିଟିଂ ଏବଂ ଫିଲ୍ମିଂ ପାର୍ଟ ଉପରେ କାମ ଚାଲିଛି। ଅଭିଷେକ ନିଜର ଏହି ଡେବ୍ୟୁକୁ ନେଇ ଅଛନ୍ତି ସୁପର ଏକ୍ସାଇଟେଡ୍। ପିସିଙ୍କ ଷ୍ଟେପକୁ ଫଲୋ କରି ସେ ବି ଅନ୍ତର୍ଜାତୀୟ ସ୍ତରରେ ନିଜକୁ ସାମିଲ କରିବାକୁ  ଚାହୁଁଛନ୍ତି। ଅଭିଷେକଙ୍କ ଯାଦୁ ଅଡିଏନ୍ସଙ୍କ ଉପରେ କେତେ ଚାଲିବ ତାହା  ଭିଡିଓ ରିଲିଜ ହେଲା ପରେ ହିଁ ଜଣାପଡିବ।

Related story