ସୋନାଲୀ ଏହି ହିରୋଙ୍କ ପ୍ରେମରେ ପଡ଼ିଥିଲେ, କିନ୍ତୁ କେବେ କହି ପାରିନଥିଲେ

ମୁମ୍ବାଇ:  ସୋନାଲୀ ବେନ୍ଦ୍ରେ ଜଣେ ଲୋକପ୍ରିୟ ଅଭିନେତ୍ରୀ। ନିଜର ସୌନ୍ଦର୍ଯ୍ୟ ଲାଗି ସେ ଭାରି ଚର୍ଚ୍ଚିତ। ଅନେକ ବଡ଼ ବଡ଼ କଳାକାରଙ୍କ ସହ ସେ ଅଭିନୟ କରିଛନ୍ତି। ସୋନାଲୀ ନିଜ କ୍ୟାରିଅର୍ ଆରମ୍ଭରେ ‘ନିର୍ମା’ ଆଡ୍‌ ଶୋ’ରୁ ବହୁ ଲୋକପ୍ରିୟତା ହାସଲ କରିଥିଲେ।

sonaliସେ ସମୟରେ ଅଭିନେତା ସୁନୀଲ ସେଟ୍ଟୀଙ୍କ ସହ ତାଙ୍କ ସଂପର୍କକୁ ନେଇ ଭାରି ଚର୍ଚ୍ଚା ହେଉଥିଲା। ବାସ୍ତବରେ ମଧ୍ୟ ସେ ସୁନୀଲ ସେଟ୍ଟୀଙ୍କୁ ନିଜ ହୃଦୟ ଦେଇ ବସିଥିଲେ। କିନ୍ତୁ ନିଜ ମନ କଥା କେବେ ଖୋଲିକି କହିପାରି ନଥିଲେ। ଏହାର କାରଣ ହେଉଛି ସୁନୀଲ ବିବାହିତ ଥିଲେ। ତେଣୁ ସୋନାଲୀ ତାଙ୍କ ମନ କଥା ନିଜ ମନରେ ହିଁ ରଖି ଦେଇଥିଲେ। ପରେ ୨୦୦୨ରେ ସେ ଜଣାଶୁଣା ଫିଲ୍ମ ନିର୍ମାତା ଗୋଲ୍‌ଡି ବହଲଙ୍କୁ ବିବାହ କରିଥିଲେ।

ସୋନାଲୀଙ୍କ ଅଭିନୀତ ଫିଲ୍ମ ମଧ୍ୟରେ ରହିଛି ‘ସରଫୋରସ’, ‘ମେଜର ସାହେବ’, ‘ଲଜ୍ଜା’ ଓ ‘ହମ୍‌ ସାଥ୍‌ ସାଥ୍‌ ହୈ’।

 

ଆହୁରି ପଢ଼ନ୍ତୁ

ଗୀତ ଗାଇ ଲୋକଙ୍କ ହୃଦୟ ଚୋରି କରୁଛନ୍ତି ଶେହନାଜ୍

ଦର୍ଶକଙ୍କୁ କିମିଆ କରୁଛି ନୋରାଙ୍କ ନୂଆ ଗୀତ

ଲୁଡୋ: ଏଥର ଦୀପାବଳିକୁ ମଜାଦାର କରିବେ ରାଜକୁମାର ଓ ଅଭିଷେକ

ପରଲୋକରେ ‘ଇନ୍ଦୁ ଦାଦୀ’

କଙ୍ଗନାଙ୍କୁ ଦୁଷ୍କର୍ମ ଧମକ ଦେଲେ ଓଡ଼ିଶାର ଆଇନଜୀବୀ

ହାପି ବର୍ଥ ଡେ’ ସ୍ମିତା ପାଟିଲ୍: ଅଭିନେତ୍ରୀ ପୂର୍ବରୁ ସେ ଥିଲେ ଟିଭି ଉପସ୍ଥାପିକା

କଙ୍ଗନାଙ୍କ ବିରୋଧରେ ମାମଲା ରୁଜୁ କରିବା ପାଇଁ କୋର୍ଟଙ୍କ ନିର୍ଦ୍ଦେଶ

ମିଥୁନ ଚକ୍ରବର୍ତ୍ତୀଙ୍କ ପୁଅ ଓ ସ୍ତ୍ରୀଙ୍କ ନାମରେ ମାମଲା ରୁଜୁ କଲା ମୁମ୍ୱାଇ ପୁଲିସ୍

ପ୍ରଖ୍ୟାତ କଣ୍ଠଶିଳ୍ପୀ କୁମାର ସାନୁଙ୍କୁ କରୋନା

କଙ୍ଗନାଙ୍କ ନୂଆ ଟ୍ୱିଟ୍: କେଉଁଥିରେ ମଜା ଓ କେଉଁଥିରେ ସଜା

ଆସନ୍ତାକାଲିଠାରୁ ଖୋଲିବ ସିନେମା ହଲ୍

ଏବେ ବି ଅଧୁରା ରହିଛି ଅମିତାଭ ଏବଂ ଜୟାଙ୍କ ଫିଲ୍ମ