ସୋନାଲୀ ଏହି ହିରୋଙ୍କ ପ୍ରେମରେ ପଡ଼ିଥିଲେ, କିନ୍ତୁ କେବେ କହି ପାରିନଥିଲେ
ମୁମ୍ବାଇ: ସୋନାଲୀ ବେନ୍ଦ୍ରେ ଜଣେ ଲୋକପ୍ରିୟ ଅଭିନେତ୍ରୀ। ନିଜର ସୌନ୍ଦର୍ଯ୍ୟ ଲାଗି ସେ ଭାରି ଚର୍ଚ୍ଚିତ। ଅନେକ ବଡ଼ ବଡ଼ କଳାକାରଙ୍କ ସହ ସେ ଅଭିନୟ କରିଛନ୍ତି। ସୋନାଲୀ ନିଜ କ୍ୟାରିଅର୍ ଆରମ୍ଭରେ ‘ନିର୍ମା’ ଆଡ୍ ଶୋ’ରୁ ବହୁ ଲୋକପ୍ରିୟତା ହାସଲ କରିଥିଲେ। ସେ ସମୟରେ ଅଭିନେତା ସୁନୀଲ ସେଟ୍ଟୀଙ୍କ ସହ ତାଙ୍କ ସଂପର୍କକୁ ନେଇ ଭାରି ଚର୍ଚ୍ଚା ହେଉଥିଲା। ବାସ୍ତବରେ ମଧ୍ୟ ସେ ସୁନୀଲ ସେଟ୍ଟୀଙ୍କୁ ନିଜ ହୃଦୟ ଦେଇ ବସିଥିଲେ। କିନ୍ତୁ ନିଜ ମନ […]
ମୁମ୍ବାଇ: ସୋନାଲୀ ବେନ୍ଦ୍ରେ ଜଣେ ଲୋକପ୍ରିୟ ଅଭିନେତ୍ରୀ। ନିଜର ସୌନ୍ଦର୍ଯ୍ୟ ଲାଗି ସେ ଭାରି ଚର୍ଚ୍ଚିତ। ଅନେକ ବଡ଼ ବଡ଼ କଳାକାରଙ୍କ ସହ ସେ ଅଭିନୟ କରିଛନ୍ତି। ସୋନାଲୀ ନିଜ କ୍ୟାରିଅର୍ ଆରମ୍ଭରେ ‘ନିର୍ମା’ ଆଡ୍ ଶୋ’ରୁ ବହୁ ଲୋକପ୍ରିୟତା ହାସଲ କରିଥିଲେ।
ସେ ସମୟରେ ଅଭିନେତା ସୁନୀଲ ସେଟ୍ଟୀଙ୍କ ସହ ତାଙ୍କ ସଂପର୍କକୁ ନେଇ ଭାରି ଚର୍ଚ୍ଚା ହେଉଥିଲା। ବାସ୍ତବରେ ମଧ୍ୟ ସେ ସୁନୀଲ ସେଟ୍ଟୀଙ୍କୁ ନିଜ ହୃଦୟ ଦେଇ ବସିଥିଲେ। କିନ୍ତୁ ନିଜ ମନ କଥା କେବେ ଖୋଲିକି କହିପାରି ନଥିଲେ। ଏହାର କାରଣ ହେଉଛି ସୁନୀଲ ବିବାହିତ ଥିଲେ। ତେଣୁ ସୋନାଲୀ ତାଙ୍କ ମନ କଥା ନିଜ ମନରେ ହିଁ ରଖି ଦେଇଥିଲେ। ପରେ ୨୦୦୨ରେ ସେ ଜଣାଶୁଣା ଫିଲ୍ମ ନିର୍ମାତା ଗୋଲ୍ଡି ବହଲଙ୍କୁ ବିବାହ କରିଥିଲେ।
ସୋନାଲୀଙ୍କ ଅଭିନୀତ ଫିଲ୍ମ ମଧ୍ୟରେ ରହିଛି ‘ସରଫୋରସ’, ‘ମେଜର ସାହେବ’, ‘ଲଜ୍ଜା’ ଓ ‘ହମ୍ ସାଥ୍ ସାଥ୍ ହୈ’।