ଝିଅ ବାହାଘର ପୂର୍ବରୁ ନାଚିଲେ ରଜନୀକାନ୍ତ: ଭିଡିଓ ଭାଇରାଲ୍‌

ମୁମ୍ବାଇ:ସାଉଥ୍‌ ସୁପରଷ୍ଟାର ରଜନୀକାନ୍ତଙ୍କ ଝିଅ ସୌନ୍ଦର୍ଯ୍ୟାଙ୍କର ଆଜି ହେଉଛି ବାହାଘର। ସୌନ୍ଦର୍ଯ୍ୟା ଭିଶଗନ ଭାନାନ୍‌ଗମୁଦିଙ୍କୁ ବିବାହ କରିବାକୁ ଯାଉଛନ୍ତି। ତେବେ ବିବାହ ପୂର୍ବରୁ ଗୋଟେ ପ୍ରି-ୱେଡିଂ ପାର୍ଟିର ଆୟୋଜନ ହୋଇଥିଲା। ଯେଉଁଥିରେ ରଜନୀକାନ୍ତଙ୍କୁ ଧମାକେଦାର୍‌ ଡ୍ୟାନ୍ସ କରିବାର ଦେଖିବାକୁ ମିଳିଛି। ଯାହାର ଭିଡିଓ ଏବେ ସୋଶାଲ୍‌ ମିଡିଆରେ ଭାଇରାଲ୍‌ ହେଉଛି। ଡ୍ୟାନ୍ସ ଫ୍ଲୋରରେ ରଜନୀକାନ୍ତ ଜବରଦସ୍ତ ଡ୍ୟାନ୍ସ କରିବାର ଦେଖିବାକୁ ମିଳୁଛି। ରଜନୀକାନ୍ତଙ୍କ ସହ ପୂରା ପରିବାର ଏହି ଏହି କାର୍ଯ୍ୟକ୍ରମରେ ସାମିଲ୍‌ ହୋଇଥିଲା। ଏହି ପ୍ରି-ୱେଡିଂର […]

Untitled

Untitled

Biswobandita Swain
  • Published: Monday, 11 February 2019
  • Updated: 11 February 2019, 01:47 PM IST

Sports

Latest News

ମୁମ୍ବାଇ:ସାଉଥ୍‌ ସୁପରଷ୍ଟାର ରଜନୀକାନ୍ତଙ୍କ ଝିଅ ସୌନ୍ଦର୍ଯ୍ୟାଙ୍କର ଆଜି ହେଉଛି ବାହାଘର। ସୌନ୍ଦର୍ଯ୍ୟା ଭିଶଗନ ଭାନାନ୍‌ଗମୁଦିଙ୍କୁ ବିବାହ କରିବାକୁ ଯାଉଛନ୍ତି। ତେବେ ବିବାହ ପୂର୍ବରୁ ଗୋଟେ ପ୍ରି-ୱେଡିଂ ପାର୍ଟିର ଆୟୋଜନ ହୋଇଥିଲା। ଯେଉଁଥିରେ ରଜନୀକାନ୍ତଙ୍କୁ ଧମାକେଦାର୍‌ ଡ୍ୟାନ୍ସ କରିବାର ଦେଖିବାକୁ ମିଳିଛି। ଯାହାର ଭିଡିଓ ଏବେ ସୋଶାଲ୍‌ ମିଡିଆରେ ଭାଇରାଲ୍‌ ହେଉଛି। ଡ୍ୟାନ୍ସ ଫ୍ଲୋରରେ ରଜନୀକାନ୍ତ ଜବରଦସ୍ତ ଡ୍ୟାନ୍ସ କରିବାର ଦେଖିବାକୁ ମିଳୁଛି। ରଜନୀକାନ୍ତଙ୍କ ସହ ପୂରା ପରିବାର ଏହି ଏହି କାର୍ଯ୍ୟକ୍ରମରେ ସାମିଲ୍‌ ହୋଇଥିଲା।

ଏହି ପ୍ରି-ୱେଡିଂର ଫଟୋକୁ ସୌନ୍ଦର୍ଯ୍ୟା ମଧ୍ୟ ଶେଆର କରିଥିଲେ। ପାର୍ଟିରେ ସୌନ୍ଦର୍ଯ୍ୟା ବ୍ଲୁ-ଡ୍ରେସ୍‌ରେ ବେଶ୍ ସୁନ୍ଦର ଲାଗିବା ସହ ଧଳା କୁର୍‌ତାରେ ଭିସ୍‌ଗନ ମଧ୍ୟ ହ୍ୟାଣ୍ଡସମ୍‌ ଲାଗୁଥିଲେ। ସୋଶାଲ୍‌ ମିଡିଆରେ ସୌନ୍ଦର୍ଯ୍ୟା ଫଙ୍କସନ୍‌ର ଫଟୋ ଶେଆର କରିଥିଲେ।  ଭିଶଗନ ଏଭଂ ତାଙ୍କ ପୁଅ ଫଟୋ ଶେଆର କରି ରଜନାକାନ୍ତ ଏକ କ୍ୟାପସନ୍‌ ଲେଖିଥିଲେ-ମୁଁ ବଡ ଭାଗ୍ୟବାନ୍‌, ମୋ ଜୀବନର ତିନିଜଣ ହେଉଛନ୍ତି  ଗୁରୁତ୍ୱପୂର୍ଣ୍ଣ ଲୋକ। ସେମାନେ ହେଲେ ମୋ ବାପା , ମୋ ପୁଅ ଏବଂ ଏବେ ଭିଶଗନ।

https://twitter.com/soundaryaarajni/status/1094482695785132032

ତେବେ ଆଜି ବିବାହ ପରେ ରଜନାକାନ୍ତ ଘରେ ପୂଜାର ଆୟୋଜନ କରିଛନ୍ତି  ଏଥିରେ ସାଉଥ୍‌ର ବଡ  କଳାକାର ମାନେ ଯୋଗ ଦେବାର ସୂଚନା ରହିଛି।

https://www.instagram.com/p/Btqy6-fF19n/?utm_source=ig_web_copy_link

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos