ଚିହ୍ନିଲେ ଦେଖି ଏହି ବଲିଉଡ୍‌ ସେଲେବ୍ରିଟିଙ୍କୁ …

ମୁମ୍ୱାଇ: ଦିନ ଥିଲା ଲୋକପ୍ରିୟତା ହାସଲ କରିବା ପାଇଁ ଜଣକୁ ଅନେକ ପରିଶ୍ରମ କରିବାକୁ ପଡ଼ୁଥିଲା। କିନ୍ତୁ ସୋଶାଲ ମିଡିଆ ଆସିବା ପରେ ସେ ସମୟ ଚାଲିଯାଇଛି। ଇଣ୍ଟରନେଟ୍‌ ଯୋଗେ ଯେ କେହି ବି ରାତାରାତି ପବ୍ଲିକ୍‌ ସେନସେସନ୍‌ ହୋଇପାରୁଛି।

ଲାଇମ୍‌ ଲାଇଟ୍‌କୁ ଆସିବା କିମ୍ୱା ପବ୍ଲିକ୍‌ ଫିଗର୍‌ ହେବା ପାଇଁ ସୋଶାଲ ମିଡିଆ ଆପ୍‌ ‘ଟିକ୍‌ ଟକ୍‌’ ଓ ‘ଇନଷ୍ଟାଗ୍ରାମ’ ଆପଣଙ୍କୁ ଆହୁରି ସାହାଯ୍ୟ କରୁଛି। ଏହି ଭିଡିଓ ଶେଆରିଙ୍ଗ୍‌ ଆପ୍‌ ସବୁ ଜଣେ ସାଧାରଣ ଲୋକକୁ ରାତାରାତି ସେଲେବ୍ରିଟିରେ ପରିଣତ ମଧ୍ୟ କରିପାରୁଛି।

ନିକଟରେ ସେହିପରି ଏକ ଭିଡିଓ ସୋଶାଲ ମିଡିଆରେ ଭାଇରାଲ୍‌ ହେବାରେ ଲାଗିଛି। ଯେଉଁଥିରେ ବଲିଉଡ୍‌ର ସମସ୍ତ ହିରୋଇନ୍‌ ରହିଛନ୍ତି। କିନ୍ତୁ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ, ଏହି ଭିଡିଓରେ ରହିଥିବା ସମସ୍ତ ସେଲେବ୍ରିଟି ଅରିଜିନାଲ୍‌ ନୁହନ୍ତି। କିନ୍ତୁ ସମସ୍ତେ ବଲିଉଡ୍‌ର କେତେଜଣ ଟପ୍ ହିରୋଇନ୍‌ଙ୍କ ପରି ଦେଖିବାକୁ।

ଏହି ଭିଡିଓଟି ଫେସବୁକରେ ‘ପାଗଲ୍‌ ୱାର୍ଲଡ୍‌’ ଆକାଉଣ୍ଟରେ ଶେଆର୍‌ କରାଯାଇଛି। ଏହି ଭାଇରାଲ୍‌ ଭିଡିଓଟିରେ ବଲିଉଡ୍‌ ହିରୋଇନ୍‌ ରେଖା, ଆଲିଆ ଭଟ୍ଟ, ମାଧୁରୀ, ଦିଶା ପଟାନି, ପ୍ରିୟଙ୍କା, କରିସ୍ମା, ଦୀପିକା, ଐଶ୍ୱର୍ଯ୍ୟା, କରିନା, କାଜୋଲ୍‌, ପ୍ରୀତି ଜିଣ୍ଟା, ଶ୍ରୀଦେବୀ, ଜ୍ୟାକଲିନ୍‌ଙ୍କ ପରି ଅବିକଳ ଦେଖାଯାଉଥିବା ଝିଅ ରହିଛନ୍ତି। ଯାହାକୁ ବହୁଳ ମାତ୍ରାରେ ସୋଶାଲ ମିଡିଆରେ ଶେଆର୍‌ କରାଯାଉଛି।

ଭିଡିଓଟିରେ ଏହି ଡୁପ୍ଲିକେଟ୍‌ ହିରୋଇନ୍‌ମାନେ ଗୀତ ଗାଇବା ସହିତ ସେଲେବ୍ରିଟିଙ୍କ ଡାଏଲଗ୍‌ ମଧ୍ୟ କହୁଛନ୍ତି। ଯାହାକୁ ସୋଶାଲ ମିଡିଆ ୟୁଜର୍ସମାନେ ପସନ୍ଦ କରିଛନ୍ତି।
ଦେଖନ୍ତୁ ସେହି ଭିଡିଓଟି:

Duplicate Bollywood Actress 😍 Latest Version

PagalWorld यांनी वर पोस्ट केले रविवार, १४ जुलै, २०१९