୧୨ ଦିନରେ ବିଶ୍ୱରେ ୫୦୦ କୋଟି ଟଙ୍କା ଆୟ କରିଛି ‘ସୁଲତାନ’

ମୁମ୍ୱାଇ: ସଲମାନ ଖାଁ ଏବଂ ଅନୁଷ୍କା ଶର୍ମା ଷ୍ଟାରର ଫିଲ୍ମ ‘ସୁଲତାନ’ ଯେଉଁ ଗତିରେ ବକ୍ସ୍ ଅଫିସରେ ଆୟର ନୂଆ ନୂଆ ଅଙ୍କ ଛୁଉଁଛି ଲାଗୁଛି ଯେ ଏହି ଫିଲ୍ମଟି ବଲିଉଡ଼ର ସବୁ ରେକର୍ଡ ଭାଙ୍ଗି ଦେବ। କେବଳ ୧୨ ଦିନରେ ‘ସୁଲତାନ’ ପୂରା ବିଶ୍ୱରେ ୫୦୦ କୋଟି ଆୟ କରିଛି। ରିଲିଜ୍‌ର ୧୨ ଦିନରେ ‘ସୁଲତାନ’ ପୂରା ଦେଶରେ ୩୦୦ କୋଟି ଟଙ୍କା ଆୟର ସଂଖ୍ୟା ଛୁଉଁବାକୁ ଯାଉଛି। ଫିଲ୍ମଟି ପୂରା ଦେଶରେ ଏପର୍ଯ୍ୟନ୍ତ ୨୬୭.୩୧ […]

sultan

Rakesh Mallick
  • Published: Tuesday, 19 July 2016
  • , Updated: 19 July 2016, 05:06 PM IST

ମୁମ୍ୱାଇ: ସଲମାନ ଖାଁ ଏବଂ ଅନୁଷ୍କା ଶର୍ମା ଷ୍ଟାରର ଫିଲ୍ମ ‘ସୁଲତାନ’ ଯେଉଁ ଗତିରେ ବକ୍ସ୍ ଅଫିସରେ ଆୟର ନୂଆ ନୂଆ ଅଙ୍କ ଛୁଉଁଛି ଲାଗୁଛି ଯେ ଏହି ଫିଲ୍ମଟି ବଲିଉଡ଼ର ସବୁ ରେକର୍ଡ ଭାଙ୍ଗି ଦେବ। କେବଳ ୧୨ ଦିନରେ ‘ସୁଲତାନ’ ପୂରା ବିଶ୍ୱରେ ୫୦୦ କୋଟି ଆୟ କରିଛି।

ରିଲିଜ୍‌ର ୧୨ ଦିନରେ ‘ସୁଲତାନ’ ପୂରା ଦେଶରେ ୩୦୦ କୋଟି ଟଙ୍କା ଆୟର ସଂଖ୍ୟା ଛୁଉଁବାକୁ ଯାଉଛି। ଫିଲ୍ମଟି ପୂରା ଦେଶରେ ଏପର୍ଯ୍ୟନ୍ତ ୨୬୭.୩୧ କୋଟି ଟଙ୍କା ଆୟ କରିସାରିଛି। ‘ସୁଲତାନ’ ବିଦେଶରେ ମଧ୍ୟ ଦର୍ଶକଙ୍କ ହୃଦୟ ଜିତିବାରେ ସଫଳତା ଅର୍ଜନ କରିଛି। ପୂରା ବିଶ୍ୱରେ ଫିଲ୍ମଟି ୫୦୦ କୋଟି ଟଙ୍କା ରୋଜଗାର କରିଛି। ସବୁଠାରୁ କ୍ଷିପ୍ର ଗତିରେ ଆୟ କରିଥିବା ଫିଲ୍ମ ବନି ସାରିଥିବା ‘ସୁଲତାନ’ ପ୍ରଥମ ୭ ଦିନରେ ହିଁ ୨୦୦ କୋଟି ଟଙ୍କା ଆୟ କରି ସାରିଥିଲା। ଯାହାଦ୍ୱାରା ସଲମାନଙ୍କର ଫିଲ୍ମ ‘କିକ୍’ ‘ବଜରଙ୍ଗୀ ଭାଇଯାନ୍’ ‘ପ୍ରେମ ରତନ ଧନ ପାୟୋ’ ପରେ ‘ସୁଲତାନ’ ମଧ୍ୟ ୨୦୦ କୋଟି କ୍ଲବ୍‌ରେ ସାମିଲ ହୋଇଯାଇଛି। ‘ବଜରଙ୍ଗୀ ଭାଇଯାନ୍’ ପୂରା ଦେଶରେ ୩୦୦ କୋଟି ଟଙ୍କାରୁ ଅଧିକ ଆୟ କରିଥିଲା

Related story