ନୂଆବର୍ଷ ପାଳି ପାରିବେନି ସନ୍ନି ଲିଓନି!

ମୁମ୍ବାଇ: ଆଗକୁ ଆସୁଛି ନୂଆବର୍ଷ। କିଛି ସ୍ନତନ୍ତ୍ର କାର୍ଯ୍ୟକ୍ରମ ଜରିଆରେ ଏହାକୁ ସ୍ୱାଗତ କରିବା, ଚଳିତବର୍ଷକୁ ବିଦାୟ ଦେବା ପାଇଁ ୩୧ଡିସେମ୍ବର ଦିନ ସମସ୍ତେ ଚାହାଁନ୍ତି। ସାଧାରଣ ଲୋକଙ୍କ ପରି ସେଲିବ୍ରେଟି ମାନେ ମଧ୍ୟ ବଡ ଧୁମ୍‌ଧାମ୍‌ରେ ଏହି ଦିନଟିକୁ ପାଳନକରନ୍ତି। ସେମିତି କିଛି ଯୋଜନା ରଖିଥିଲେ ସନ୍ନୀ ଲିଓନି। ୩୧ଡିସେମ୍ବରକୁ ସେ ବାଙ୍ଗାଲୋରର ଏକ କାର୍ଯ୍ୟକ୍ରମରେ ମଜାମସ୍ତି କରି ଏହି ଦିନଟିକୁ ପାଳନ କରିବା ପାଇଁ ଯୋଜନା ରଖିଥିଲେ କିନ୍ତୁ ଏବେ ତାଙ୍କର ଏହି ଯୋଜନାରେ […]

sunny-leone

sunny-leone

Rakesh Mallick
  • Published: Friday, 08 December 2017
  • Updated: 08 December 2017, 09:09 AM IST

Sports

Latest News

ମୁମ୍ବାଇ: ଆଗକୁ ଆସୁଛି ନୂଆବର୍ଷ। କିଛି ସ୍ନତନ୍ତ୍ର କାର୍ଯ୍ୟକ୍ରମ ଜରିଆରେ ଏହାକୁ ସ୍ୱାଗତ କରିବା, ଚଳିତବର୍ଷକୁ ବିଦାୟ ଦେବା ପାଇଁ ୩୧ଡିସେମ୍ବର ଦିନ ସମସ୍ତେ ଚାହାଁନ୍ତି। ସାଧାରଣ ଲୋକଙ୍କ ପରି ସେଲିବ୍ରେଟି ମାନେ ମଧ୍ୟ ବଡ ଧୁମ୍‌ଧାମ୍‌ରେ ଏହି ଦିନଟିକୁ ପାଳନକରନ୍ତି। ସେମିତି କିଛି ଯୋଜନା ରଖିଥିଲେ ସନ୍ନୀ ଲିଓନି। ୩୧ଡିସେମ୍ବରକୁ ସେ ବାଙ୍ଗାଲୋରର ଏକ କାର୍ଯ୍ୟକ୍ରମରେ ମଜାମସ୍ତି କରି ଏହି ଦିନଟିକୁ ପାଳନ କରିବା ପାଇଁ ଯୋଜନା ରଖିଥିଲେ କିନ୍ତୁ ଏବେ ତାଙ୍କର ଏହି ଯୋଜନାରେ ଫସର ଫାଟିଯାଇଛି। କାରଣ ଏହି କାର୍ଯ୍ୟକ୍ରମକୁ କନ୍ନଡ ସଂଗଠନ ବିରୋଧ କରିଛି। ଏହା ଏକ ଅଣସଂସ୍କୃତି କାର୍ଯ୍ୟକ୍ରମ ବୋଲି ଏକ ରାଲି ମାଧ୍ୟମରେ କନ୍ନଡ ସଂଗଠନ ଜଣାଇଛି।

କର୍ଣ୍ଣାଟକ ରକ୍ଷଣ ବେଦିକ(କେଆରବି) ସନ୍ନିଙ୍କ ଫଟୋକୁ ଜାଳି ଏହି କାର୍ଯକ୍ରମକୁ ବିରୁଦ୍ଧ କରିବା ପାଇଁ କହିଛନ୍ତି। ସୂଚନା ଅନୁଯାୟୀ ଏକ ବିଜ୍ଞାପନ କମ୍ପାନୀ ଏହି କାର୍ଯ୍ୟକ୍ରମର ଆୟୋଜନ କରିଛନ୍ତି। ଏଥିରେ ସନ୍ନି ଗେଷ୍ଟ ଭାବେ ଯୋଗଦାନ କରିଥାନ୍ତେ। ବଡ ହୋଟେଲ୍‌ରେ ଏହାର ଆୟୋଜନ କରାଯାଉଛି। ଏହି କାର୍ଯ୍ୟକ୍ରମ ପାଇଁ ଟିକେଟ୍ କେବଳ କିଛି ଇନ୍ଫୋଟେକ ଏବଂ ବାୟୋଟେକ କମ୍ପାନି ଦ୍ୱାରା ବିକ୍ରି କରାଯାଉଛି। ତେବେ ଏହି କାର୍ଯ୍ୟକ୍ରମ ଦ୍ୱାରା ସହରର ସସ୍କୃତିର ଅପମାନ ହେଉଛି କହି କନ୍ନଡ ସଂଗଠନ ଏହାକୁ ବିରୋଧ କରିବା ପାଇଁ ଆଗେଇ ଆସିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos