ସନି ଲିଓନଙ୍କ ଅପକମିଂ ଫିଲ୍ମର ଟ୍ରେଲର ରିଲିଜ୍

ମୁମ୍ବାଇ: ସନି ଲିଓନଙ୍କ ଅଭିନୀତ ଅପକମିଂ ଫିଲ୍ମ ‘ତେରା ଇନ୍ତିଜାର ହେ’ର ଟ୍ରେଲର ରିଲିଜ୍ ହୋଇଛି। ଏଥିରେ ଅରବାଜ ଖାନ ଓ ସନିଙ୍କ କେମେଷ୍ଟ୍ରି ଦେଖିବାକୁ ମିଳିଛି। ଅରବାଜ ଏଥିରେ ସନିଙ୍କୁ ନଦେଖି ତାଙ୍କ ପେଣ୍ଟିଂ ବନାଉଥିବା ନଜର ଆସୁଛନ୍ତି। ଫିଲ୍ମରେ ଦୁହିଁଙ୍କ ପ୍ରେମ ଓ ରୋମାନ୍ସକୁ ଭିନ୍ନ ପ୍ରକାରେ ଦର୍ଶାଯାଇଛି। କୁହାଯାଉଛି ଏହା ଏକ ରୋମାଟିଂ ମ୍ୟୁଜିକ୍ ଥ୍ରିଲର।  ଏଥିରେ ପ୍ରେମ,ବିଚ୍ଛେଦ ଓ ପୁଣି ମିଳନକୁ ଦର୍ଶାଯାଇଛି। ଏହାର ନିର୍ଦ୍ଦେଶନା ଦେଇଛନ୍ତି ରାଜୀବ ବଲିୟା। ଫିଲ୍ମଟି ଆସନ୍ତା ନଭେମ୍ବର ୨୪ ତାରିଖରେ ରିଲିଜ୍ ହେବ।