‘ହିଟ୍ ଆଣ୍ଡ ରନ୍’ ମାମଲାରେ ସଲମାନଙ୍କୁ ସୁପ୍ରିମକୋର୍ଟରେ ଆଶ୍ୱସ୍ତି

ମୁମ୍ବାଇ: ୨୦୦୨ର ‘ହିଟ୍ ଆଣ୍ଡ ରନ୍’ ମାମଲାରେ ‘ସୁଲତାନ’ ଷ୍ଟାର ସଲମାନ ଖାଁଙ୍କୁ ସୁପ୍ରିମକୋର୍ଟଙ୍କଠାରୁ ବଡ ଆଶ୍ୱସ୍ତି ମିଳିଛି। ମାମଲାରେ ପୀଡିତ ଏବଂ ପ୍ରତ୍ୟକ୍ଷଦର୍ଶୀ ନିୟାମତ ଶେଖଙ୍କ ଆବେଦନକୁ କୋର୍ଟ ଅଗ୍ରାହ୍ୟ କରିଦେଇଛନ୍ତି। ନିୟାମତ ଶେଖ ମୁମ୍ବାଇ ହାଇକୋର୍ଟଙ୍କ ନିଷ୍ପତ୍ତିକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ। ଏହି ମାମଲାରେ ମୁମ୍ବାଇ ହାଇକୋର୍ଟ ସଲମାନ ଖାଁଙ୍କୁ ନିର୍ଦ୍ଦୋଷ ଘୋଷଣା କରିଥିଲେ। ସୁପ୍ରିମକୋର୍ଟ ତାଙ୍କ ରାୟରେ କହିଛନ୍ତି ଯେ, ମହାରାଷ୍ଟ୍ର ସରକାର ପୂର୍ବରୁ ସଲମାନଙ୍କ ମୁକ୍ତିକୁ ଚ୍ୟାଲେଞ୍ଜ କରି କରିସାରି ଥିବାରୁ […]

salman-khan

Rakesh Mallick
  • Published: Friday, 15 July 2016
  • , Updated: 15 July 2016, 08:40 PM IST

ମୁମ୍ବାଇ: ୨୦୦୨ର ‘ହିଟ୍ ଆଣ୍ଡ ରନ୍’ ମାମଲାରେ ‘ସୁଲତାନ’ ଷ୍ଟାର ସଲମାନ ଖାଁଙ୍କୁ ସୁପ୍ରିମକୋର୍ଟଙ୍କଠାରୁ ବଡ ଆଶ୍ୱସ୍ତି ମିଳିଛି। ମାମଲାରେ ପୀଡିତ ଏବଂ ପ୍ରତ୍ୟକ୍ଷଦର୍ଶୀ ନିୟାମତ ଶେଖଙ୍କ ଆବେଦନକୁ କୋର୍ଟ ଅଗ୍ରାହ୍ୟ କରିଦେଇଛନ୍ତି।

ନିୟାମତ ଶେଖ ମୁମ୍ବାଇ ହାଇକୋର୍ଟଙ୍କ ନିଷ୍ପତ୍ତିକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ। ଏହି ମାମଲାରେ ମୁମ୍ବାଇ ହାଇକୋର୍ଟ ସଲମାନ ଖାଁଙ୍କୁ ନିର୍ଦ୍ଦୋଷ ଘୋଷଣା କରିଥିଲେ।

ସୁପ୍ରିମକୋର୍ଟ ତାଙ୍କ ରାୟରେ କହିଛନ୍ତି ଯେ, ମହାରାଷ୍ଟ୍ର ସରକାର ପୂର୍ବରୁ ସଲମାନଙ୍କ ମୁକ୍ତିକୁ ଚ୍ୟାଲେଞ୍ଜ କରି କରିସାରି ଥିବାରୁ ନିୟାମତ ଶେଖଙ୍କ ଆବେଦନକୁ ଖାରଜ କରାଯାଉଛି।

କୋର୍ଟ ନିୟାମତ ଶେଖଙ୍କୁ କ୍ଷତିପୂରଣ ପାଇବା ପାଇଁ ଆବେଦନ କରିବାକୁ ଅନୁମତି ଦେଇଛନ୍ତି। ମାମଲାରେ ମହାରାଷ୍ଟ୍ର ସରକାରଙ୍କ ଅପିଲ ଉପରେ ସୁପ୍ରିମକୋର୍ଟରେ ଶୁଣାଣି ଚାଲିଛି ଏବଂ ସଲମାନ ଖାଁଙ୍କୁ ନୋଟିସ ମଧ୍ୟ ଜାରି କରାଯାଇଛି।

Related story