ସୁପର ହିଟ୍ ଯୋଡି ସବ୍ୟସାଚୀ ଓ ଅର୍ଚ୍ଚିତାକୁ ନେଇ ଆସୁଛି ନୂଆ ଧରଣର ଫିଲ୍ମ ‘ପିଲାଟା ବିଗିଡି ଗଲା’

ଭୁବନେଶ୍ୱର: ଓଲିଉଡର ନୂଆ ଫିଲ୍ମ ହେଲେ ପୁରୁଣା ଯୋଡି। ଆସୁଛି ନୂଆ ଧରଣର ଓଡିଆ ଫିଲ୍ମ ‘ପିଲାଟା ବିଗିଡି ଗଲା’। ଓଲିଉଡର ହିଟ ଯୋଡି ସବ୍ୟସାଚୀ ଏବଂ ଅର୍ଚ୍ଚିତାଙ୍କ ରିଲ କେମେଷ୍ଟ୍ରୀକୁ ଆଉ ଥରେ ମିଳିପାରେ ସିନେ ଦର୍ଶକଙ୍କ ଥମସ୍ ଅପ୍। ପୁଣି ଥରେ ଦେଖିବାକୁ ମିଳିବ ଏହି ରିଲ ଯୋଡିଙ୍କ ଲଭ ରୋମାନ୍ସ। ନିର୍ଦ୍ଦେଶକ ବସନ୍ତ ସାହୁ ଏକ୍ସପେରିମେଣ୍ଟ କରିଛନ୍ତି ସବ୍ୟସାଚୀ ଏବଂ ଅର୍ଚ୍ଚିତାଙ୍କୁ ନେଇ ଫିଲ୍ମ ପିଲାଟା ବିଗିଡି ଗଲାରେ। ଏହି ଦୁଇ ରିଲ […]

film

film

Rakesh Mallick
  • Published: Tuesday, 04 August 2015
  • Updated: 04 August 2015, 10:25 AM IST

ଭୁବନେଶ୍ୱର: ଓଲିଉଡର ନୂଆ ଫିଲ୍ମ ହେଲେ ପୁରୁଣା ଯୋଡି। ଆସୁଛି ନୂଆ ଧରଣର ଓଡିଆ ଫିଲ୍ମ ‘ପିଲାଟା ବିଗିଡି ଗଲା’। ଓଲିଉଡର ହିଟ ଯୋଡି ସବ୍ୟସାଚୀ ଏବଂ ଅର୍ଚ୍ଚିତାଙ୍କ ରିଲ କେମେଷ୍ଟ୍ରୀକୁ ଆଉ ଥରେ ମିଳିପାରେ ସିନେ ଦର୍ଶକଙ୍କ ଥମସ୍ ଅପ୍। ପୁଣି ଥରେ ଦେଖିବାକୁ ମିଳିବ ଏହି ରିଲ ଯୋଡିଙ୍କ ଲଭ ରୋମାନ୍ସ। ନିର୍ଦ୍ଦେଶକ ବସନ୍ତ ସାହୁ ଏକ୍ସପେରିମେଣ୍ଟ କରିଛନ୍ତି ସବ୍ୟସାଚୀ ଏବଂ ଅର୍ଚ୍ଚିତାଙ୍କୁ ନେଇ ଫିଲ୍ମ ପିଲାଟା ବିଗିଡି ଗଲାରେ। ଏହି ଦୁଇ ରିଲ କପଲ ଆଗରୁ ଅନେକ ହିଟ ଦେଇସାରିଛନ୍ତି। ଓଲିଉଡରେ ଏମାନଙ୍କ ରିଲ ରୋମାନ୍ସ ଏକଜାମ୍ପଲ କ୍ରିଏଟ କରିସାରିଛି। ଏହି ଦୁଇ ରୋମାଣ୍ଟିକ କପଲଙ୍କ ରୋମାନ୍ସ ଦେଖିବାକୁ ମିଳିବ ନୂଆ ଧରଣର ଓଡିଆ ଫିଲ୍ମ ପିଲାଟା ବିଗିଡି ଗଲାରେ।

sabya

ସବୁବେଳେ ଦେଖିବାକୁ ମିଳେ ସବ୍ୟଙ୍କ ନୂଆ ଧରଣର ଏକ୍ସପେରିମେଣ୍ଟ। ଏହି ଫିଲ୍ମରେ ସେ ଜଣେ ସିଙ୍ଗର ପାଲଟି ଯାଇଛନ୍ତି। ଚରିତ୍ରରେ ନୂହେଁ ସତରେ। ସେ ନିଜେ ଗାଇଛନ୍ତି ଗୋଟେ ଦମଦାର ଗୀତ। ନୂଆ ଧରଣର ଏହି ମ୍ୟୁଜିକକୁ କମ୍ପୋଜ କରିଛନ୍ତି ସିନେ ଇଣ୍ଡଷ୍ଟ୍ରୀର ଆଗଧାଡିର ମ୍ୟୁଜିକ ଡିରେକ୍ଟର ପ୍ରେମଆନନ୍ଦ। ବସନ୍ତରାଜ ସାମଲଙ୍କ ଲିରିକ୍ସକୁ ପ୍ରେମଆନନ୍ଦଙ୍କ କମ୍ପୋଜିସନ ସେଥିରେ ପୁଣି ସବ୍ୟଙ୍କ ଗାୟିକି ରେକଡିଂ ସମୟରେ ଷ୍ଟୁଡିଓର ମାହୋଲକୁ କରିଦେଇଥିଲା ରଙ୍ଗୀନ। ଖୁବ ମଜାମସ୍ତିର ସହ ନିଜ ଗାୟିକିକୁ ଏଞ୍ଜୟ କରିଥିଲେ ଏହି ଓଲିଉଡ ହିରୋ।ଫିଲ୍ମରେ ଥିବା ନଟି ନଟି ଗୀତରେ ହ୍ୟାଣ୍ଡସମ ସବ୍ୟସାଚୀଙ୍କୁ ଦେଖିବାକୁ ମିଳିବ ଡିଫରେଣ୍ଟ ଲୁକରେ।

sabya

ନୂଆ ଷ୍ଟାଇଲ, ନଟି ସ୍ମାଇଲ ସାଙ୍ଗକୁ ରାପ୍ ପାର୍ଟନ ମ୍ୟୁଜିକ ସବ୍ୟଙ୍କ ନଟଖଟି ଚରିତ୍ରକୁ ଖୁବ ସୁଟ କରୁଛି। ଗୀତରୁ ସେ ପୁରା ବିଗିଡି ଯାଇଛନ୍ତି ବୋଲି କହିଲେ ଜମାରୁ ଭୁଲ ହବନି। କଲଫୁର୍ଲ ବାର ବ୍ୟାକଡ୍ରପରେ ଗୀତଟି ହୋଇଛି ବିଲକୁଲ ୟୁନିକ।କମେଡିଆନ ପପୁ ପମପମ୍ ଦେଖିବାକୁ ମିଳିବ ଏକ ୟୁନିକ ରୋଲରେ । ନୂଆ ଧରଣର ହେୟାର ଷ୍ଟାଇଲ ସାଙ୍ଗକୁ ଦମଦାର କମେଡି ପଞ୍ଚେସ ସହ ପପୁ ଲୁଟିବେ ସିନେ ଦର୍ଶକଙ୍କ ହୃଦୟ। ଚୁଲବୁଲି ଅର୍ଚ୍ଚିତାଙ୍କ ସହ ନୂଆ କରି ଓଲିଉଡରେ ଏଣ୍ଟ୍ରି କରିଥିବା ଲିପ୍ସା ବି ଏହି ଫିଲ୍ମରେ କରିବେ କମାଲ।

sabya

ଫିଲ୍ମରେ ଦେଖିବାକୁ ମିଳିବ ଏକ ଦମଦାର କମିକାଲ ସାଙ୍ଗ ଭଲ୍ୟୁମ କମା। ସବ୍ୟସାଚୀ, ଅର୍ଚ୍ଚିତା ପପୁଙ୍କ କମିକାଲ ଆକ୍ଟିଙ୍ଗ ସାଙ୍ଗକୁ ଦମଦାର ଲିରିକ୍ସ ସାଙ୍ଗକୁ ସୁନ୍ଦର କମ୍ପୋଜିସନ ଗୀତରେ ଭରିଦେଇଛି କମେଡିର ଫ୍ଲେଭର। ନାରୀ ପୁରୁଷଙ୍କୁ ନେଇ ଗୀତରେ ହେଇଛି ଜୋରସୋର ଫାଇଟିଙ୍ଗ୍। କଥା କଟାକଟିର ଜୁଗଲବନ୍ଦୀରେ ସବ୍ୟ ଓ ପପୁ କରିଛନ୍ତି କମାଲ । ଅର୍ଚ୍ଚିତା ବି ଏହାର ଦେଇଛନ୍ତି କଡା ଜବାବ। ଅନେକ ନୂଆ ପୁରୁଣା ମୁହଁ ସହ ଫିଲ୍ମରେ ରହିଛି କମେଡିର ଜବରଦସ୍ତ ତଡକା।ଏହି ସକ୍ସେସଫୁଲ ଯୋଡିର କ୍ରେଜ ଓଲିଉଡରେ ଏବେ ବି ବରକରାର ରହିଛି। ତେବେ ପିଲାଟା ବିଗିଡି ଗଲାରେ ଭିଓର୍ସଙ୍କ ରେସପନସ୍ ସମାନ ରହିବ ନା କିଛି କମ ବେଶୀ ହବ ତାହା ତ ଫ୍ୟୁଚର କହିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos