ସୁଶାନ୍ତଙ୍କୁ ଏମିତି କହି ଜନ୍ମଦିନ ଶୁଭେଚ୍ଛା ଜଣାଇଲେ କ୍ରିତି

ମୁମ୍ବାଇ: ବଲିଉଡ୍ ଷ୍ଟାର ସୁଶାନ୍ତ ସିଂହ ରାଜପୁତଙ୍କର ଆଜି ଜନ୍ମଦିନ। ଏହି ଅବସରରେ ତାଙ୍କର ଗାର୍ଲଫ୍ରେଣ୍ଡ କ୍ରିତି ସାନନ ନିଆରା ଢଙ୍ଗରେ ଶୁଭେଚ୍ଛା ଜଣାଇଛନ୍ତି। ସେ ଟ୍ୱିଟ୍ କରି କହିଛନ୍ତି,“ସବୁବେଳେ ଛୋଟ ପିଲାଙ୍କ ପରି ହସୁଥାଅ। ତୁମର ସବୁ ଇଚ୍ଛା ପୂରଣ ହେଉ।”

କ୍ରିତି ଓ ସୁଶାନ୍ତ ‘ରାବତା’ ଫିଲ୍ମରେ ଅଭିନୟ କରିଥିଲେ। ଫିଲ୍ମଟି ବକ୍ସ ଅଫିସ୍‌ରେ ଚାଲି ନଥିଲା। କିନ୍ତୁ ଏହି ଯୋଡ଼ିକୁ ଦର୍ଶକମାନେ ପସନ୍ଦ କରିଥିଲେ। ଆୱାର୍ଡ ଫଙ୍କସନ୍ ହେଉ ଅବା ଡିନର ପାର୍ଟି ସବୁଠି ସେମାନଙ୍କୁ ଏକାଠି ଦେଖିବାକୁ ମିଳୁଛି। ସୁଇଜରଲ୍ୟାଣ୍ଡରେ ସେମାନେ ଏକାଠି ଛୁଟି କଟାଇବାର ଫଟୋ ମଧ୍ୟ ଭାଇରାଲ ହୋଇଥିଲା।

aaaବଡ଼ ପରଦାକୁ ଆସିବା ପୂର୍ବରୁ ସୁଶାନ୍ତ ଛୋଟ ପରଦାରେ ଏଣ୍ଟ୍ରି କରିଥିଲେ। ସେ ‘କାଇ ପୋ ଚେ’, ‘ଏମ୍‌ଏସ୍ ଧୋନୀ’ ଓ ‘ଶୁଦ୍ଧ ଦେଶୀ ରୋମାନ୍ସ’ ଭଳି ଫିଲ୍ମରେ ଅଭିନୟ କରି ବେଶ୍ ପ୍ରଶଂସିତ ହୋଇଛନ୍ତି। ୧୯୮୬ ମସିହା ଜାନୁଆରୀ ୨୧ ତାରିଖରେ ସେ ପାଟନାରେ ଜନ୍ମ ହୋଇଥିଲେ।