‘ତରଙ୍ଗ ମ୍ୟୁଜିକ୍’ର ବ୍ରାଣ୍ଡ୍ ଆମ୍ବାସଡର ହେଲେ ଋତୁରାଜ

ଭୁବନେଶ୍ୱର: ଓଡ଼ିଶାର ପ୍ରଥମ ମ୍ୟୁଜିକ୍ ଚ୍ୟାନେଲ୍ ‘ତରଙ୍ଗ ମ୍ୟୁଜିକ୍’ର ବ୍ରାଣ୍ଡ ଆମ୍ବାସଡର ଭାବେ ଅନୁବନ୍ଧତି ହୋଇଛନ୍ତି ‘ର’ ଷ୍ଟାର୍ ଋତୁରାଜ ମହାନ୍ତି। ଏହି ଅବସରରେ ସେ କହିଥିଲେ, ଜାଣତରେ ହେଉ ଅବା ଅଜାଣତରେ ହେଉ ସଙ୍ଗୀତ ସବୁବେଳେ ଆପଣଙ୍କ ସାଥୀରେ ରହିଛି। ସେହିପରି ଜାଣତରେ ହେଉ ଅବା ଅଜାଣତରେ ହେଉ ‘ତରଙ୍ଗ ମ୍ୟୁଜିକ୍’ ସବୁବେଳେ ଆପଣଙ୍କ ସାଥୀରେ ରହିଛି। ସେ ଆହୁରି ମଧ୍ୟ କହିଛନ୍ତି, ‘ ମୋ ମାଟିର ମ୍ୟୁଜିକ୍ ଚ୍ୟାନେଲ୍- ତରଙ୍ଗ ମ୍ୟୁଜିକ୍’। ଓଡ଼ିଶାର ପ୍ରଥମ […]

ruturaj

Rakesh Mallick
  • Published: Thursday, 30 July 2015
  • , Updated: 30 July 2015, 09:22 AM IST

ଭୁବନେଶ୍ୱର: ଓଡ଼ିଶାର ପ୍ରଥମ ମ୍ୟୁଜିକ୍ ଚ୍ୟାନେଲ୍ ‘ତରଙ୍ଗ ମ୍ୟୁଜିକ୍’ର ବ୍ରାଣ୍ଡ ଆମ୍ବାସଡର ଭାବେ ଅନୁବନ୍ଧତି ହୋଇଛନ୍ତି ‘ର’ ଷ୍ଟାର୍ ଋତୁରାଜ ମହାନ୍ତି। ଏହି ଅବସରରେ ସେ କହିଥିଲେ, ଜାଣତରେ ହେଉ ଅବା ଅଜାଣତରେ ହେଉ ସଙ୍ଗୀତ ସବୁବେଳେ ଆପଣଙ୍କ ସାଥୀରେ ରହିଛି। ସେହିପରି ଜାଣତରେ ହେଉ ଅବା ଅଜାଣତରେ ହେଉ ‘ତରଙ୍ଗ ମ୍ୟୁଜିକ୍’ ସବୁବେଳେ ଆପଣଙ୍କ ସାଥୀରେ ରହିଛି। ସେ ଆହୁରି ମଧ୍ୟ କହିଛନ୍ତି, ‘ ମୋ ମାଟିର ମ୍ୟୁଜିକ୍ ଚ୍ୟାନେଲ୍- ତରଙ୍ଗ ମ୍ୟୁଜିକ୍’।

ଓଡ଼ିଶାର ପ୍ରଥମ ମ୍ୟୁଜିକ୍ ଚ୍ୟାନେଲ୍ ‘ତରଙ୍ଗ ମ୍ୟୁଜିକ୍’ ସଙ୍ଗୀତ ପ୍ରେମୀମାନଙ୍କ ପାଖରେ ସବୁଠୁ ଅଧିକ ଲୋକପ୍ରିୟ ଚ୍ୟାନେଲ୍ ଭାବେ ପରିଚିତ। କେବଳ ସଙ୍ଗୀତରେ ସୀମିତ ନ ରହି ତରଙ୍ଗ ମ୍ୟୁଜିକ୍ ଏବେ ବହୁ ସୃଜନଶୀଳ କାର୍ଯ୍ୟକ୍ରମ ପ୍ରସାରଣ କରୁଛି। ସଂଗୀତ ନିର୍ଦ୍ଦେଶକ ଓ କଣ୍ଠଶିଳ୍ପୀଙ୍କୁ ନେଇ ରିୟାଲିଟି ସୋ ସାଙ୍ଗକୁ କମେଡି ସୋ ମଧ୍ୟ ଆଦୃତ ହୋଇପାରିଛି। ତରଙ୍ଗ ମ୍ୟୁଜିକର ଏହି ନକଳେବରକୁ ଲୋକଙ୍କ ପାଖରେ ଆହୁରି ଲୋକପ୍ରିୟ କରିବା ଦିଗରେ ଉଦ୍ୟମ କରିବେ ‘ର’ ଷ୍ଟାର ଋତୁରାଜ।

Related story