ରୋଗ ବିଷୟରେ କେବେ କହି ନଥିଲେ, ଏବେ ଶେଆର କଲେ

ମୁୁମ୍ୱାଇ: ଦ କପିଲ ଶର୍ମା ଶୋର ଅନ୍ୟତମ ଚର୍ଚ୍ଚିତ ଚେହେରା ହେଉଛନ୍ତି ସୁମୋନା ଚକ୍ରବର୍ତ୍ତୀ। ନିଜ ଅଭିନୟ ଓ କମେଡ଼ି ପାଇଁ ସେ ସାଉଁଟିଛନ୍ତି ବହୁତ ପ୍ରଶଂସା। ସୋଶାଲ ମିଡିଆରେ ବେଶ ଆକ୍ଟିଭ ରହୁଥିବା ସୁମୋନାଙ୍କ ଏକ ସଦ୍ୟ ସୂଚନା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଛି। କାରଣ ଏହି କଥା ସେ କେବେ ଶେଆର କରି ନଥିଲେ। ସେ ଦୀର୍ଘ ବର୍ଷ ହେଲା ଏକ ରୋଗରେ ଆକ୍ରାନ୍ତ ଥିବା କଥା ଉଲ୍ଲେଖ କରିଛନ୍ତି, ଯାହା କିଛି ବର୍ଷ […]

sumona-chakravarti

Jitendra Garnayak
  • Published: Saturday, 15 May 2021
  • , Updated: 15 May 2021, 01:28 PM IST

ମୁୁମ୍ୱାଇ: ଦ କପିଲ ଶର୍ମା ଶୋର ଅନ୍ୟତମ ଚର୍ଚ୍ଚିତ ଚେହେରା ହେଉଛନ୍ତି ସୁମୋନା ଚକ୍ରବର୍ତ୍ତୀ। ନିଜ ଅଭିନୟ ଓ କମେଡ଼ି ପାଇଁ ସେ ସାଉଁଟିଛନ୍ତି ବହୁତ ପ୍ରଶଂସା। ସୋଶାଲ ମିଡିଆରେ ବେଶ ଆକ୍ଟିଭ ରହୁଥିବା ସୁମୋନାଙ୍କ ଏକ ସଦ୍ୟ ସୂଚନା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଛି। କାରଣ ଏହି କଥା ସେ କେବେ ଶେଆର କରି ନଥିଲେ। ସେ ଦୀର୍ଘ ବର୍ଷ ହେଲା ଏକ ରୋଗରେ ଆକ୍ରାନ୍ତ ଥିବା କଥା ଉଲ୍ଲେଖ କରିଛନ୍ତି, ଯାହା କିଛି ବର୍ଷ ହେଲା ଚତୁର୍ଥ ଷ୍ଟେଜରେ ଅଛି।

ସୁମୋନା ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏକ ଲମ୍ୱା ପୋଷ୍ଟ ଲେଖିଛନ୍ତି। ସେ ଲେଖିଛନ୍ତି, ବହୁତ ଦିନ ପରେ ବ୍ୟାୟାମ କଲି ଓ ବହୁତ ଭଲ ଲାଗିଲା। ଯଦିଓ ଏବେ କାମଧନ୍ଦା କିଛି ନାହିଁ ତଥାପି ମୋର ଓ ମୋ ପରିବାରର ଯତ୍ନ ନେବାରେ ସକ୍ଷମ। କେବେ କେବେ ଭଲ ଲାଗୁନି।

ଏହା ପରେ ସୁମୋନା ନିଜ ରୋଗ ବିଷୟରେ ଲେଖିଛନ୍ତି, ଯାହା ସେ ପୂର୍ବରୁ କେବେ ଶେଆର କରି ନଥିଲେ। ସେ ଲେଖିଛନ୍ତି, ଗୋଟିଏ କଥା ମୁଁ କେବେ ଶେଆର କରି ନାହିଁ। ମୁଁ ୨୦୧୧ରୁ ଏଣ୍ଡ୍ରୋମୋଟ୍ରିୟୋସିସ‌୍‍‌ ନାମକ ଏକ ରୋଗ ସହିତ ଲଢ଼ୁଛି। କିଛି ବର୍ଷ ହେଲା ଏହା ଚତୁର୍ଥ ଷ୍ଟେଜରେ ରହିଛି। ସୁଷମ ଖାଦ୍ୟ ଅଭ୍ୟାସ, ବ୍ୟାୟାମ ଓ ଚାପମୁକ୍ତ ମୋ ସ୍ୱାସ୍ଥ୍ୟ ପାଇଁ ବହୁତ ଜରୁରୀ। କିନ୍ତୁ ଲକଡାଉନ ଭାବନାତ୍ମକ ଭାବେ ମୋ ପାଇଁ ଭାରି କଠିନ ହୋଇଯାଇଛି।

ସୁମୋନା ଆହୁରି ଲେଖିଛନ୍ତି, ସବୁ ଝଲସୁ ଥିବା ଜିନିଷ ସୁନା ନୁହେଁ। ଆମେ ସମସ୍ତେ ଜୀବନରେ କୌଣସି ନା କୌଣସି ସମସ୍ୟାକୁ ନେଇ ଲଢ଼େଇ କରୁଥାଉ। ଆମ ସମସ୍ତଙ୍କର ନିଜ ନିଜର ଯୁଦ୍ଧ ରହିଛି ଲଢ଼ିବା ପାଇଁ। ଆମକୁ ଦୁଃଖ, କଷ୍ଟ, ଚାପ ଓ ଘୃଣା ଆଦି ଘେରି ରହିଛନ୍ତି। କିନ୍ତୁ ଆମେ ଦରକାର କରୁ ପ୍ରେମ, ସଦଭାବନା ଓ ଦୟା। ଆଉ ତା’ହେଲେ ସବୁ ଝଡ଼ଝଞ୍ଜାକୁ ଏଡ଼ାଇ ଆଗକୁ ଅଗ୍ରସର ହେଉ।

ଏହି ଲେଖା ପୋଷ୍ଟ କରି ସେ ଯେଉଁ ଫଟୋ ଦେଇଛନ୍ତି, ତାହା ବ୍ୟାୟାମ ପରର ବୋଲି ଜଣାପଡୁଛି। ଏଥିରେ ସେ ଥକି ଯାଇଥିବା ଭଳି ଲାଗୁଛନ୍ତି।

ସୂଚନାଯୋଗ୍ୟ, ଦ କପିଲ ଶର୍ମା ଶୋ ବ୍ୟତୀତ ସୁମୋନା ‘ବଡେ ଅଛେ ଲଗତେ ହେଁ’ ଓ ‘ଖୋଟେ ସିକେ’ ଭଳି ଟେଲିଭିଜନ ଶୋ’ରେ ମଧ୍ୟ କାମ କରିଛନ୍ତି।

 

View this post on Instagram

 

A post shared by Sumona Chakravarti (@sumonachakravarti)

Related story