ରେଡ୍‌ ଲାଇଟ୍‌ ଏରିଆରେ କାହିଁକି ବୁଲୁଥିଲେ ଏହି ୫ଜଣ ଅଭିନେତ୍ରୀ

ମୁମ୍ବାଇ: ବଲିଉଡରେ ଅନେକ ସୁନ୍ଦରୀ ଅଭିନେତ୍ରୀ ଅଛନ୍ତି ଯେଉଁମାନେ ନିଜ ଅଭିନୟ ବଳରେ ଆମର ଭରପୁର ମନୋରଞ୍ଜନ କରିଛନ୍ତି। ପରଦା ଉପରେ ତାଙ୍କ ଚମତ୍କାର ଅଭିନୟ ଆମକୁ କେତେବେଳେ ହସେଇଛି ତ କେତେବେଳେ କନ୍ଦେଇଛି। ଅଭିନୟର ନିଷା ଓ ନିଜ ଦକ୍ଷତାକୁ ପ୍ରମାଣ କରିବାର ଇଚ୍ଛା ଏମାନଙ୍କୁ ଅନେକ କଠିନ ପରିସ୍ଥିତିରେ ଆଣି ଠିଆ କରିଛି। ତଥାପି ଏମାନେ ହାର ମାନି ନାହାଁନ୍ତି। ହଁ, ଆମେ ଏମିତି କିଛି ଅଭିନେତ୍ରୀଙ୍କ ବିଷୟରେ କହୁଛୁ ଯେଉଁମାନଙ୍କୁ ଅଭିନୟ ପାଇଁ ରେଡ୍‌ ଲାଇଟ ଇଲାକାକୁ ଯାଇ ରାତି ବିତାଇବାକୁ ପଡିଛି। ଆଜି ଆସନ୍ତୁ ଜାଣିବା ସେମିତି କିଛି ଅଭିନେତ୍ରୀଙ୍କ ବିଷୟରେ।

୧)ମାଧୁରୀ ଦୀକ୍ଷିତ

‘ଦେବଦାସ’ ରେ ମାଧୁରୀ ଚନ୍ଦ୍ରମୂଖୀ ଚରିତ୍ରରେ ଅଭିନୟ କରିଥିଲେ। ସେଥିପାଇଁ ତାଙ୍କୁ ରେଡ୍‌ ଲାଇଟ୍‌ ଏରିଆକୁ ଯିବାକୁ ପଡିଥିଲା।

୨)କରିନା କପୁର

ଯେତେବେଳେ ‘ତଲାସ୍’ ଫିଲ୍ମରେ କରିନାଙ୍କୁ ଚମେଲି ଭୂମିକାରେ ଅଭିନୟ କରିବାକୁ ମିଳିଥିଲା, ସେତେବେଳେ ସେ ରେଡ୍‌ ଲାଇଟ୍‌ ଏରିଆକୁ ଯାଉଥିଲେ। ଚମେଲି ଚରିତ୍ର ଏକ ବେଶ୍ୟା ଉପରେ ଆଧାରିତ ଥିଲା।

୩)ରାଣୀ ମୁଖାର୍ଜୀ

‘ଲଗା ଚୁନରୀ ମେଁ ଦାଗ’ରେ ରାଣୀଙ୍କୁ ସିଟିଂ ପାଇଁ ରେଡ୍ ଲାଇଟ ଏରିଆକୁ ଯିବାକୁ ପଡିଥିଲା।

୪)ହୁମ୍ମା କୁରେସି

‘ବଦଲାପୁର’ ଫିଲ୍ମରେ ଗୋଟେ ଗୀତର ସୁଟିଂ ପାଇଁ ତାଙ୍କୁ ରେଡ୍‌ ଲାଇଟ ଏରିଆକୁ ଯିବାକୁ ପଡିଥିଲା।

୫)ବିଦ୍ୟା ବାଲନ୍

‘ବେଗମ ଜାନ୍’ ଫିଲ୍ମରେ ମଧ୍ୟ ବିଦ୍ୟାଙ୍କୁ ରେଡ ଲାଇଟ୍‌ ଏରିଆ ଯାଇ ସୁଟିଂ କରିବାକୁ ପଡିଥିଲା।