ଦୀର୍ଘଦିନ ଧରି ଲିଭ୍‌-ଇନ୍‌ରେ ରହିଲା ପରେ ବି ଭାଙ୍ଗିଗଲା ସଂପର୍କ

ମୁମ୍ବାଇ: ବଲିଉଡ୍‌ରେ ପ୍ରେମ ଓ ବିଚ୍ଛେଦ ଏକ ସାଧାରଣ କଥା। କେତେବେଳେ ସେମାନଙ୍କ ପ୍ରେମକୁ ନେଇ ଆଲୋଚନା ହୁଏ ତ କେତେବେଳେ ସେମାନଙ୍କ ବିଚ୍ଛେଦକୁ ନେଇ। କାହାର ପ୍ରେମ ବିବାହର ରୂପ ନିଏ ତ ଆଉ କେହି ବିବାହ କରିପାରନ୍ତି ନାହିଁ। ପୁଣି ଆଉ କାହାର ପ୍ରେମ ବାହାଘର ପରେ ବେଶି ଦିନ ତିଷ୍ଠି ପାରେ ନାହିଁ। ବଲିଉଡ୍‌ର ଅନେକ କଳାକାର ଦୀର୍ଘଦିନ ଧରି ଲିଭି-ଇନ୍‌ ରିଲେସନରେ ରହିବା ପରେ ମଧ୍ୟ ବାହା ହୋଇପାରନ୍ତି ନାହାନ୍ତି। ତା’ହେଲେ […]

ranbir-katrina

ranbir-katrina

Rakesh Mallick
  • Published: Wednesday, 24 January 2018
  • Updated: 24 January 2018, 01:32 PM IST

Sports

Latest News

ମୁମ୍ବାଇ: ବଲିଉଡ୍‌ରେ ପ୍ରେମ ଓ ବିଚ୍ଛେଦ ଏକ ସାଧାରଣ କଥା। କେତେବେଳେ ସେମାନଙ୍କ ପ୍ରେମକୁ ନେଇ ଆଲୋଚନା ହୁଏ ତ କେତେବେଳେ ସେମାନଙ୍କ ବିଚ୍ଛେଦକୁ ନେଇ। କାହାର ପ୍ରେମ ବିବାହର ରୂପ ନିଏ ତ ଆଉ କେହି ବିବାହ କରିପାରନ୍ତି ନାହିଁ। ପୁଣି ଆଉ କାହାର ପ୍ରେମ ବାହାଘର ପରେ ବେଶି ଦିନ ତିଷ୍ଠି ପାରେ ନାହିଁ। ବଲିଉଡ୍‌ର ଅନେକ କଳାକାର ଦୀର୍ଘଦିନ ଧରି ଲିଭି-ଇନ୍‌ ରିଲେସନରେ ରହିବା ପରେ ମଧ୍ୟ ବାହା ହୋଇପାରନ୍ତି ନାହାନ୍ତି। ତା’ହେଲେ ଚାଲନ୍ତୁ ଜାଣିବା ସେମିତି କିଛି ଲଭ୍‌ ବାର୍ଡଙ୍କ ବିଷୟରେ ଯେଉଁମାନେ ଦୀର୍ଘଦିନ ରିଲେସନ୍‌ରେ ରହିବା ପରେ ସେମାନଙ୍କ ସଂପର୍କ ଭାଙ୍ଗିଯାଇଥିଲା।

jhonଜନ୍‌ ଅବ୍ରାହମ୍‌ ଓ ବିପାଶା ବାସୁ- ମଡେଲିଂ ଦିନରୁ ଦୁହେଁ ପରସ୍ପରକୁ ଜାଣିଥିଲେ। ଫିଲ୍ମ ‘ଜିସ୍ମ’ର ସୁଟିଂ ସମୟରେ ଦୁହିଁଙ୍କ ମଧ୍ୟରେ ପ୍ରେମ ସଂପର୍କ ଗଢ଼ି ଉଠିଥିଲା।  ଦୁହେଁ ପାଖାପାଖି ୧୦ ବର୍ଷ ପରସ୍ପରକୁ ଡେଟ୍‌ କରିଥିଲେ। ଏହି ସମୟରେ ଲିଭ୍-ଇନ୍‌ରେ ମଧ୍ୟ ରହିଥିଲେ। କିଛି ଦିନ୍ ଲିଭ୍-ଇନ୍‌ରେ ରହିବା ପରେ ତାଙ୍କର ବ୍ରେକ୍‌ଅପ୍‌ ହୋଇଯାଇଥିଲା।

sushant-ankitaସୁଶାନ୍ତ ସିଂହ ରାଜପୁତ ଓ ଅଙ୍କିତା ଲୋଖଣ୍ଡେ-  ଟିଭି ସିରିଏଲ୍‌ ଅଭିନୟ କରୁକରୁ ବାସ୍ତବରେ ପରସ୍ପର ପ୍ରେମରେ ପଡ଼ିଯାଇଥିଲେ ଏହି ଦୁଇ ଷ୍ଟାର। ଏକ ରିଆଲିଟି ଶୋ’ରେ ଦୁହେଁ ନିଜ ପ୍ରେମ ସଂପର୍କ କଥା ସାରା ଦୁନିଆକୁ ଜଣେଇଥିଲେ। ଦୁହିଁଙ୍କ ମଧ୍ୟରେ ପାଖାପାଖି ୬ ବର୍ଷର ସଂପର୍କ ଥିଲା। ଦୁହେଁ ଲିଭ-ଇନ୍‌ରେ ମଧ୍ୟ ରହୁଥିଲେ। ଖବର ଅନୁସାରେ ସୁଶାନ୍ତ ଅଭିନେତ୍ରୀ କ୍ରିତି ସେନନ୍‌ଙ୍କ ପାଇଁ ଅଙ୍କିତାଙ୍କୁ ଛାଡି ଦେଇଥିଲେ।

ରଣବୀର କପୁର ଓ କ୍ୟାଟ୍ରିନା କୈଫ୍‌- ୨୦୧୪ ରେ କ୍ୟାଟ୍ରିନା ସଲମାନଙ୍କୁ ଛାଡ଼ି ରଣବୀରଙ୍କ ସହ ଲିଭ୍‌-ଇନ୍‌ରେ ରହିଥିଲେ। ଦୁହେଁ ମୁମ୍ବାଇର ୱେଷ୍ଟ ବାନ୍ଦ୍ରାର ଏକ ଫ୍ଲାଟ୍‌ରେ ଏକାଠି ରହୁଥିଲେ। ଲିଭ୍‌-ଇନ୍‌ରେ ରହିବାର ଗୋଟିଏ ବର୍ଷ ପରେ ଦୁହିଁଙ୍କର ବ୍ରେକ୍‌ ଅପ୍‌ ହୋଇଯାଇଥିଲା।

ଲାରା ଦତ୍ତା ଓ କାଲି ଦୋରଜୀ- ଲାରା ଦତ୍ତା ଭୁଟାନ୍‌ର ଅଭିନେତା କାଲି ଦୋରଜୀଙ୍କ ସହ ଲିଭ୍‌-ଇନ୍‌ରେ ରହୁଥିଲେ। ଦୁହେଁ ପରସ୍ପରକୁ ୧୦ ବର୍ଷ ଧରି ଡେଟ୍‌ କରୁଥିଲେ। କିନ୍ତୁ ପରେ କୌଣସି କାରଣରୁ ଦୁହେଁ ଅଲଗା ହୋଇ ଯାଇଥିଲେ।

rajeshରାଜେଶ ଖାନ୍ନା ଓ ଅଞ୍ଜୁ ମହେନ୍ଦ୍ରୁ- ଡିମ୍ପଲ କପାଡିଆଙ୍କୁ ବାହା ହେବା ପୂର୍ବରୁ ସୁପରଷ୍ଟାର ରାଜେଶ୍ ଖାନ୍ନା ଟିଭି ଅଭିନେତ୍ରୀ ଅଞ୍ଜୁଙ୍କୁ ଡେଟ୍‌ କରୁଥିଲେ।  ଦୁହେଁ ୭ ବର୍ଷ ପର୍ଯ୍ୟନ୍ତ ଲିଭ୍‌-ଇନ୍‌ରେ ରହିଥିଲେ। ଖବର ମୁତାବକ୍‌ ରାଜେଶ ଖାନ୍ନା ଅଧିକ ରୋକ୍‌ ଲଗେଇବା କାରଣରୁ ଅଞ୍ଜୁ ତାଙ୍କୁ ଛାଡି ନିଜ ବାପାମା’ଙ୍କ ପାଖକୁ ଚାଲି ଯାଇଥିଲେ। ପରେ ଦୁହିଁଙ୍କର ବ୍ରେକ୍‌ ଅପ୍‌ ହୋଇଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos