‘ବାହୁବଲୀ’ଙ୍କ ସହ ଫିଲ୍ମ କରିବେ ‘ବିଗ୍‌ ବସ୍‌’ର ଏହି ପ୍ରତିଯୋଗୀ

ମୁମ୍ବାଇ: କଲର୍ସ ଚ୍ୟାନେଲରେ ପ୍ରସାରିତ ହେଉଥିବା ରିୟଲିଟି ଶୋ’ ‘ବିଗ୍ ବସ୍’ର ଲୋକପ୍ରିୟତା ଖୁବ୍‌ ଅଧିକ। ଶୋ’ ସରିବା ପରେ ସେଥିରେ ଅଂଶଗ୍ରହଣ କରୁଥିବା ପ୍ରତିଯୋଗୀମାନଙ୍କ ମଧ୍ୟରୁ କିଏ ଖୁବ୍‌ ଆଗକୁ ବଢ଼ିଯାଆନ୍ତି ତ କିଏ ସେମିତି ରହିଯାଆନ୍ତି। ନିକଟରେ ସରିଥିବା ବିଗ୍‌ ବସ୍‌ ସିଜିନ୍‌-୧୧ର ଅନେକ ପ୍ରତିଯୋଗୀଙ୍କ ଭାଗ୍ୟ ଖୋଲି ଯାଇଛି। ସେହି ପ୍ରତିଯୋଗୀଙ୍କ ମଧ୍ୟରୁ କିଏ ଫିଲ୍ମ ପାଇଁ ଅଫର ପାଇଛନ୍ତି ତ ଆଉ କିଏ ଅନ୍ୟ କ୍ଷେତ୍ରରେ ପାଇଛନ୍ତି ସୁଯୋଗ।  ତେବେ ସେମାନଙ୍କ […]

pravas2

pravas2

Rakesh Mallick
  • Published: Monday, 22 January 2018
  • Updated: 22 January 2018, 12:36 PM IST

Sports

Latest News

ମୁମ୍ବାଇ: କଲର୍ସ ଚ୍ୟାନେଲରେ ପ୍ରସାରିତ ହେଉଥିବା ରିୟଲିଟି ଶୋ’ ‘ବିଗ୍ ବସ୍’ର ଲୋକପ୍ରିୟତା ଖୁବ୍‌ ଅଧିକ। ଶୋ’ ସରିବା ପରେ ସେଥିରେ ଅଂଶଗ୍ରହଣ କରୁଥିବା ପ୍ରତିଯୋଗୀମାନଙ୍କ ମଧ୍ୟରୁ କିଏ ଖୁବ୍‌ ଆଗକୁ ବଢ଼ିଯାଆନ୍ତି ତ କିଏ ସେମିତି ରହିଯାଆନ୍ତି। ନିକଟରେ ସରିଥିବା ବିଗ୍‌ ବସ୍‌ ସିଜିନ୍‌-୧୧ର ଅନେକ ପ୍ରତିଯୋଗୀଙ୍କ ଭାଗ୍ୟ ଖୋଲି ଯାଇଛି। ସେହି ପ୍ରତିଯୋଗୀଙ୍କ ମଧ୍ୟରୁ କିଏ ଫିଲ୍ମ ପାଇଁ ଅଫର ପାଇଛନ୍ତି ତ ଆଉ କିଏ ଅନ୍ୟ କ୍ଷେତ୍ରରେ ପାଇଛନ୍ତି ସୁଯୋଗ।  ତେବେ ସେମାନଙ୍କ ମଧ୍ୟରୁ ଏମିତି ଜଣେ ପ୍ରତିଯୋଗୀ ଅଛନ୍ତି  ଯିଏ ଏହି ଟାଇଟେଲ ଜିତି ନଥିଲେ ମଧ୍ୟ ତାଙ୍କ ପାଖରେ ଏବେ ଏକାଧିକ ଅଫର। ତାଙ୍କୁ ମିଳିଛି ଏକ ବଡ଼ ବଜେଟ୍‌ ଫିଲ୍ମରେ ଅଭିନୟ କରିବାର ଅଫର। ସେ ହେଉଛନ୍ତି ସମସ୍ତଙ୍କ ପ୍ରିୟ ଅର୍ଶି ଖାନ୍‌। ଅର୍ଶିଙ୍କୁ ବାହୁବଲୀ ବା ପ୍ରଭାସଙ୍କ ସହ ଫିଲ୍ମ କରିବାର ସୁଯୋଗ ମିଳିଛି। ଏ କଥା ସେ ନିଜେ ଟ୍ୱିଟ୍‌ କରି ଜଣାଇଛନ୍ତି। କିନ୍ତୁ ଫିଲ୍ମରେ ଅର୍ଶି କେଉଁ ଚରିତ୍ରରେ ନଜର ଆସିବେ ତାକୁ ନେଇ କିଛି ସ୍ପଷ୍ଟ ହୋଇନି। ଏହା ତାଙ୍କର ଡେବ୍ୟୁ ଫିଲ୍ମ ହେବ।

arshiଏହି ଫିଲ୍ମ ସହ ଅର୍ଶି ଆଉ ଏକ ରିୟଲିଟି ଶୋ ‘ଖତରୋ କି ଖିଲାଡି’ରେ ନଜର ଆସିପାରନ୍ତି। ଏହା ଛଡ଼ା ସେ କଲର୍ସ ଚ୍ୟାନେଲ୍‌ରେ  ‘ଏଣ୍ଟରଟେନ୍‌ମେଣ୍ଟ କି ରାତ୍‌’ ଶୋ’ରେ ବି ନଜର ଆସିବେ। ନିକଟରେ ସେ ‘ବିଗ୍‌ବସ୍‌’ର ଅନ୍ୟ ପ୍ରତିଯୋଗୀ ବିକାଶ, ଶିଳ୍ପା, ଓ ପୁନିସଙ୍କ ସହ ଏହି ଶୋର ସୁଟିଂ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos