‘ଷ୍ଟୁଡେଣ୍ଟ ଅଫ୍‌ ଦି ଇୟର-୨’ରେ ଟାଇଗର ଶ୍ରଫ

ମୁମ୍ବାଇ:୨୦୧୨ର ହିଟ୍‌ କଲେଜ ଡ୍ରାମା ‘ଷ୍ଟୁଡେଣ୍ଟ ଅଫ୍‌ ଦି ଇୟର’ର ସିକ୍ୟୁଏଲରେ ନଜର ଆସିବେ ‘ବାଗି’  ଷ୍ଟାର ଟାଇଗର ଶ୍ରଫ। ଏନେଇ ସୂଚନା ଦେଇଛନ୍ତି ଫିଲ୍ମ ନିର୍ମାତା କରନ୍‌ ଜୋହର। ସେ ତାଙ୍କ ଟ୍ୱିଟ୍‌ରେ ଲେଖିଛନ୍ତି,‘ଏହା ହେଉଛି ଅଫିସିଆଲ……ନିର୍ଦ୍ଦେଶକ ପୁନୀତ ମାଲହୋତ୍ରାଙ୍କ ସହଭାଗିତାରେ ‘ଷ୍ଟୁଡେଣ୍ଟ ଅଫ୍‌ ଦି ଇୟର ୨’ ଆସିବ। ଏଥିରେ ଟାଇଗର ଶ୍ରଫ ମୁଖ୍ୟ ଭୂମିକାରେ ରହିବେ। ଏହା ଧର୍ମା ପ୍ରଡକ୍ସନ୍‌ସରେ ନିର୍ମାଣ ହେବ।” ଏହାକୁ ନେଇ ନିଜ ଟ୍ୱିଟର ପେଜରେ ଖୁସି ବ୍ୟକ୍ତ […]

tiger-shroff

Rakesh Mallick
  • Published: Monday, 15 August 2016
  • , Updated: 15 August 2016, 06:40 PM IST

ମୁମ୍ବାଇ:୨୦୧୨ର ହିଟ୍‌ କଲେଜ ଡ୍ରାମା ‘ଷ୍ଟୁଡେଣ୍ଟ ଅଫ୍‌ ଦି ଇୟର’ର ସିକ୍ୟୁଏଲରେ ନଜର ଆସିବେ ‘ବାଗି’  ଷ୍ଟାର ଟାଇଗର ଶ୍ରଫ। ଏନେଇ ସୂଚନା ଦେଇଛନ୍ତି ଫିଲ୍ମ ନିର୍ମାତା କରନ୍‌ ଜୋହର।

ସେ ତାଙ୍କ ଟ୍ୱିଟ୍‌ରେ ଲେଖିଛନ୍ତି,‘ଏହା ହେଉଛି ଅଫିସିଆଲ......ନିର୍ଦ୍ଦେଶକ ପୁନୀତ ମାଲହୋତ୍ରାଙ୍କ ସହଭାଗିତାରେ ‘ଷ୍ଟୁଡେଣ୍ଟ ଅଫ୍‌ ଦି ଇୟର ୨’ ଆସିବ। ଏଥିରେ ଟାଇଗର ଶ୍ରଫ ମୁଖ୍ୟ ଭୂମିକାରେ ରହିବେ। ଏହା ଧର୍ମା ପ୍ରଡକ୍ସନ୍‌ସରେ ନିର୍ମାଣ ହେବ।”

ଏହାକୁ ନେଇ ନିଜ ଟ୍ୱିଟର ପେଜରେ ଖୁସି ବ୍ୟକ୍ତ କରିଛନ୍ତି ‘ହିରୋପନ୍ଥୀ’ର ଟାଇଗର ଶ୍ରଫ।

ଖୁବଶୀଘ୍ର ଫିଲ୍ମଟିର ବାକି ଅଭିନେତା ଓ ଅଭିନେତ୍ରୀଙ୍କ ନାମ ଘୋଷଣା କରାଯିବ ବୋଲି କରନ୍ କହିଛନ୍ତି।

‘ଷ୍ଟୁଡେଣ୍ଟ ଅଫ୍‌ ଦି ଇୟର’ରେ ସିଦ୍ଧାର୍ଥ ମଲହୋତ୍ରା, ବରୁଣ ଧୱାନ ଓ ଆଲିଆ ଭଟ୍ଟ ଅଭିନୟ କରିଥିଲେ।

Related story