‘ଟାଇଗର ଜିନ୍ଦା ହୈ’ର ଟ୍ରେଲର ରିଲିଜ୍, ଭାଙ୍ଗିଲା ବଡ଼ ବଡ଼ ଫିଲ୍ମର ରେକର୍ଡ

ମୁମ୍ବାଇ: ଖ୍ରୀଷ୍ଟମାସ୍‌ରେ ରିଲିଜ୍‌ ହେବାକୁ ଥିବା ସଲମାନଙ୍କ ଫିଲ୍ମ ‘ଟାଇଗର ଜିନ୍ଦା ହୈ’ର ଟ୍ରେଲର ନିକଟରେ ରିଲିଜ୍ ହୋଇଛି। ଇଣ୍ଟରନେଟରେ ଏହି ଟ୍ରେଲର ଖୁବ୍‌ ଧମାଲ କରୁଛି। ଅଲ୍ଲୀ ଅବାସ ଜାଫରଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମର ଟ୍ରେଲର ରିଲିଜ୍ ହେବା ପରେ ଏକ ବଡ଼ ରେକର୍ଡ ସୃଷ୍ଟି କରିଛି। ଏହାର ଟ୍ରେଲରକୁ ୟୁଟ୍ୟୁବରେ ୨ କୋଟି ଲୋକ ଦେଖିବା ସହ ୭ ଲକ୍ଷ ଲୋକ ଲାଇକ୍‌ କରିଛନ୍ତି। ‘ଟାଇଗର ଜିନ୍ଦା ହୈ’ର ଟ୍ରେଲର ବାହୁବଲୀ୨ ଓ ଅନେକ […]

tiger

tiger

Rakesh Mallick
  • Published: Sunday, 12 November 2017
  • Updated: 12 November 2017, 10:06 AM IST

ମୁମ୍ବାଇ: ଖ୍ରୀଷ୍ଟମାସ୍‌ରେ ରିଲିଜ୍‌ ହେବାକୁ ଥିବା ସଲମାନଙ୍କ ଫିଲ୍ମ ‘ଟାଇଗର ଜିନ୍ଦା ହୈ’ର ଟ୍ରେଲର ନିକଟରେ ରିଲିଜ୍ ହୋଇଛି। ଇଣ୍ଟରନେଟରେ ଏହି ଟ୍ରେଲର ଖୁବ୍‌ ଧମାଲ କରୁଛି। ଅଲ୍ଲୀ ଅବାସ ଜାଫରଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମର ଟ୍ରେଲର ରିଲିଜ୍ ହେବା ପରେ ଏକ ବଡ଼ ରେକର୍ଡ ସୃଷ୍ଟି କରିଛି। ଏହାର ଟ୍ରେଲରକୁ ୟୁଟ୍ୟୁବରେ ୨ କୋଟି ଲୋକ ଦେଖିବା ସହ ୭ ଲକ୍ଷ ଲୋକ ଲାଇକ୍‌ କରିଛନ୍ତି। ‘ଟାଇଗର ଜିନ୍ଦା ହୈ’ର ଟ୍ରେଲର ବାହୁବଲୀ୨ ଓ ଅନେକ ହଲିଉଡ୍‌ ଫିଲ୍ମକୁ ପଛରେ ପକେଇ ଦେଇଛି। ଆସନ୍ତୁ ଜାଣିବା ସଲମାନ ଖାନଙ୍କ ଏହି ଫିଲ୍ମ କେଉଁ କେଉଁ ଫିଲ୍ମର ରେକର୍ଡକୁ ଭାଙ୍ଗିଛି।

ଦୀପିକା ପାଦୁକୋନ, ଶାହିଦ କପୁର ଓ ରଣବୀର ସିଂହଙ୍କ ଫିଲ୍ନ ‘ପଦ୍ମାବତୀ’କୁ ୟୁଟୁବରେ ୫ ଲକ୍ଷ ୪୮ ହଜାର ଲାଇକ୍ ମିଳିଛି।

ପ୍ରଭାସଙ୍କ ‘ବାହୁବଲୀ‘କୁ ୬ ଲକ୍ଷ ୪୮ ହଜାର ଲାଇକ୍ ମିଳିଥିଲା। ହଲିଉଡ୍‌ ଫିଲ୍କ ‘କ୍ୟାପ୍‌ଟେନ୍ ଆମେରିକା- ସିଭିଲ୍ ୱାର’ର ଟ୍ରେଲରକୁ ୬ ଲକ୍ଷ ୪୫ ହଜାର ଲାଇକ୍ ମିଳିଥିବା ବେଳେ ‘ଷ୍ଟାର ୱାରସ’କୁ ୬ ଲକ୍ଷ ୯୫ ହଜାର ଲାଇକ୍ ମିଳିଥିଲା।

‘ଟାଇଗର ଜିନ୍ଦା ହୈ’ର ଫିଲ୍ମର ମୁଖ୍ୟ ଭୂମିକାରେ ସଲମାନଙ୍କ ସହ କ୍ୟାଟରିନା ଅଛନ୍ତି। ଯଦି ଏହାର ଟ୍ରେଲର ଏତେ ସୁପର ହିଟ୍ ହୋଇଛି ତା’ହେଲେ ଦେଖିବାକୁ ବାକି ରହିଲା ଫିଲ୍ମଟି ବକ୍ସ ଅଫିସ୍‌ରେ କ‘ଣ କମାଲ କରୁଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos