ତୋ ଇସ୍କରେ ଜିଏସ୍‌ଟି ଲାଗିବନି ଜମା..ମତେ ଦେଇଦେ ଗୋଟେ ରକେଟ୍‌ ମାର୍କା ଚୁମ୍ମା

ଭୁବନେଶ୍ୱର(ଓଡିଶା ରିପୋର୍ଟର): ଆସୁଛି ତରଙ୍ଗ ସିନେପ୍ରଡକ୍ସନ୍ସ ଦ୍ୱାରା ନିର୍ମାଣ ହେଉଥିବା ଆଗାମୀ ଫିଲ୍ମ ‘ସୁନ୍ଦରଗଡର ସଲମାନ୍‌ ଖାନ୍‌’। ଫିଲ୍ମଟି ରଜରେ ରିଲିଜ୍‌ ହେବ। ପରଦାକୁ ଆସିବା ପୂର୍ବରୁ ଏବେ ଚାରିଆଡୁ ବାହାବା ଲୁଚୁଛି ଏହି ଫିଲ୍ମ। ଏହି ଫିଲ୍ମର ଏକ ଗୀତକୁ ବେଶ୍ ପ୍ରଶଂସା କରୁଛନ୍ତି ସିନେପ୍ରେମୀ। ଗୀତଟି ହେଉଛି ‘ତୋ ଇସ୍କରେ ଜିସ୍‌ଟି ଲାଗିବନି ଜମା, ମତେ ଦେଇଦେ ଗୋଟେ ରକେଟ୍‌ ମାର୍କା ଚୁମ୍ମା’। ଗୀତଟିକୁ ଗାଇଛନ୍ତି ତାରିକ୍‌ ଅଜିଜ୍ ଏବଂ ପାମେଲା ଜୈନ୍‌। ପୂର୍ବରୁ  ଗୀତର ଅଡିଓଟି ଧୁମ୍‌ ମଚାଇଥିବା ବେଳେ ଏବେ ଏହି ଗୀତର ଭିଡିଓ ମାର୍କେଟ ନେଉଛି। ଅର୍ଥାତ୍ ଭିଡିଓଟି ଦର୍ଶକମାନଙ୍କୁ ବେଶ୍ ପସନ୍ଦ ଆସିଛି। ଭିଡିଓଟି ୟୁଟ୍ୟୁବ୍‌ରେ ଅପଲୋଡ୍ ହେବାର ୨୪ଘଣ୍ଡା ମଧ୍ୟରେ ପାଖାପାଖି ୫ଲକ୍ଷ ଲୋକ ଏହାକୁ ଦେଖିସାରିଲେଣି। ଗୀତଟି ଯେତିକି ଦମ୍‌ଦାର ନାଚ ମଧ୍ୟ ସେତିକି ହଟ୍‌କେ ହୋଇଛି। ବାବୁସାନ୍‌ ଏବଂ ନବାଗତା ଅଭିନେତ୍ରୀ ଦିବ୍ୟା ଏହି ଫିଲ୍ମରେ ଅଭିନୟ କରୁଛନ୍ତି। ପ୍ରଥମ ଥର ପାଇଁ ଏହି ଯୋଡ଼ିକୁ ପରଦା ଉପରେ ଦେଖିବାକୁ ପାଇବେ ସିନେପ୍ରେମୀ। ଫିଲ୍ମର ନିର୍ଦ୍ଦେଶନା ଦାୟିତ୍ୱ ନେଇଛନ୍ତି ଅଶୋକ ପତି।