‘କାହାଣୀ-୨’ରେ ଭିନ୍ନ ଭୂମିକାରେ ନଜର ଆସିବେ ତୋତା ରାୟ ଚୌଧୁରୀ

ମୁମ୍ବାଇ: ସୁଜୟ ଘୋଷଙ୍କ ସର୍ଟ ଫିଲ୍ମ ‘ଅହଲ୍ୟା’ରେ ନଜର ଆସିଥିବା ତୋତା ରାୟ ଚୌଧୁରୀ ନଜର ଆସିବେ ‘କାହାନୀ-୨’ରେ। ଏହି ଫିଲ୍ମରେ ବିଦ୍ୟା ବାଲାନ୍‌ଙ୍କ ବିପକ୍ଷରେ ସେ ପୁଣି ଥରେ ନଜର ଆସିବେ। ସେ ରହସ୍ୟଧର୍ମୀ ଚରିତ୍ରରେ ନଜର ଆସିବେ। ତୋତା ଐଶ୍ୱର୍ଯ୍ୟ ରାୟ ବଚ୍ଚନଙ୍କ ଅଭିନୀତ ଫିଲ୍ମ ‘ଛୋକର ବାଲି’ରେ ପ୍ରଶଂସା ସାଉଣ୍ଟି ଥିବାବେଳେ ‘କାହାନୀ-୨’ରେ ନିଜ ଅଭିନୟ ଯାଦୁ ଦେଖାଇବାକୁ ନିଜକୁ ପ୍ରସ୍ତୁତ କରୁଛନ୍ତି। ଏହି ଫିଲ୍ମର ସୁଟିଂ କାର୍ଯ୍ୟ ଆସନ୍ତା କିଛି ଦିନ […]

tota-kahaani-2-vidya-balan-759

Rakesh Mallick
  • Published: Wednesday, 17 August 2016
  • , Updated: 17 August 2016, 06:56 PM IST

ମୁମ୍ବାଇ: ସୁଜୟ ଘୋଷଙ୍କ ସର୍ଟ ଫିଲ୍ମ ‘ଅହଲ୍ୟା’ରେ ନଜର ଆସିଥିବା ତୋତା ରାୟ ଚୌଧୁରୀ ନଜର ଆସିବେ ‘କାହାନୀ-୨’ରେ। ଏହି ଫିଲ୍ମରେ ବିଦ୍ୟା ବାଲାନ୍‌ଙ୍କ ବିପକ୍ଷରେ ସେ ପୁଣି ଥରେ ନଜର ଆସିବେ। ସେ ରହସ୍ୟଧର୍ମୀ ଚରିତ୍ରରେ ନଜର ଆସିବେ।

ତୋତା ଐଶ୍ୱର୍ଯ୍ୟ ରାୟ ବଚ୍ଚନଙ୍କ ଅଭିନୀତ ଫିଲ୍ମ ‘ଛୋକର ବାଲି’ରେ ପ୍ରଶଂସା ସାଉଣ୍ଟି ଥିବାବେଳେ ‘କାହାନୀ-୨’ରେ ନିଜ ଅଭିନୟ ଯାଦୁ ଦେଖାଇବାକୁ ନିଜକୁ ପ୍ରସ୍ତୁତ କରୁଛନ୍ତି। ଏହି ଫିଲ୍ମର ସୁଟିଂ କାର୍ଯ୍ୟ ଆସନ୍ତା କିଛି ଦିନ ମଧ୍ୟରେ ଉତ୍ତର ବେଙ୍ଗଲର କିଛି ସ୍ଥାନରେ ଆରମ୍ଭ ହେବ।

ଏନେଇ ସେ କହିଛନ୍ତି,“କାହାନୀର ସିକ୍ୟୁଏଲ୍‌ ‘କାହାନୀ-୨’ରେ ମୋର ଭୂମିକା ରହସ୍ୟଧର୍ମୀ ହେବ। ଭିନ୍ନ ଚରିତ୍ରରେ ମୁଁ ଏଥିରେ ନଜର ଆସିବି।”

ଆସନ୍ତା ବର୍ଷ ଏହି ଫିଲ୍ମ ରିଲିଜ୍‌ ହେବ।

Related story