ପୂରଣ ହେବ ଆଶାଙ୍କ ଆଶା

ମୁମ୍ବାଇ: ଟେଲିଭିଜନ୍ ଅଭିନେତ୍ରୀ ରାଧିକା ମଦାନ, ମୃଣାଲ ଠାକୁର, ଅଙ୍କିତା ଲୋଖଣ୍ଡେ ଓ ମୌନି ରୟ ପ୍ରମୁଖ ବଲିଉଡ୍‌ରେ ଡେବ୍ୟୁ କରିସାରିଲେଣି। ଏବେ ଏହି ତାଲିକାରେ ସାମିଲ ହେବାକୁ ଯାଉଛି ଲୋକପ୍ରିୟ ଧାରାବାହିକ ‘ପବିତ୍ର ରିସ୍ତା’ର ଅଭିନେତ୍ରୀ ଆଶା ନେଗିଙ୍କ ନାଁ। https://www.instagram.com/p/BoV88jZAcfq/?utm_source=ig_web_copy_link ସୂଚନା ଅନୁଯାୟୀ, ନିର୍ଦ୍ଦେଶକ ଅନୁରାଗ ବାସୁଙ୍କ ଫିଲ୍ମରେ ଆଶା ନେଗି ବଲିଉଡ୍‌ ଡେବ୍ୟୁ କରିବେ। ଏହି ଫିଲ୍ମରେ ସେ ଅଭିଷେକ ବଚ୍ଚନଙ୍କ ସହିତ ରୋମାନ୍ସ କରିବେ। ଏହି ଫିଲ୍ମର ନାଁ ଜଣାପଡ଼ିନି। ଏହା […]

ashaa

ashaa

Chinmayee Roy
  • Published: Monday, 26 August 2019
  • Updated: 26 August 2019, 03:28 PM IST

ମୁମ୍ବାଇ: ଟେଲିଭିଜନ୍ ଅଭିନେତ୍ରୀ ରାଧିକା ମଦାନ, ମୃଣାଲ ଠାକୁର, ଅଙ୍କିତା ଲୋଖଣ୍ଡେ ଓ ମୌନି ରୟ ପ୍ରମୁଖ ବଲିଉଡ୍‌ରେ ଡେବ୍ୟୁ କରିସାରିଲେଣି। ଏବେ ଏହି ତାଲିକାରେ ସାମିଲ ହେବାକୁ ଯାଉଛି ଲୋକପ୍ରିୟ ଧାରାବାହିକ ‘ପବିତ୍ର ରିସ୍ତା’ର ଅଭିନେତ୍ରୀ ଆଶା ନେଗିଙ୍କ ନାଁ।

https://www.instagram.com/p/BoV88jZAcfq/?utm_source=ig_web_copy_link

ସୂଚନା ଅନୁଯାୟୀ, ନିର୍ଦ୍ଦେଶକ ଅନୁରାଗ ବାସୁଙ୍କ ଫିଲ୍ମରେ ଆଶା ନେଗି ବଲିଉଡ୍‌ ଡେବ୍ୟୁ କରିବେ। ଏହି ଫିଲ୍ମରେ ସେ ଅଭିଷେକ ବଚ୍ଚନଙ୍କ ସହିତ ରୋମାନ୍ସ କରିବେ। ଏହି ଫିଲ୍ମର ନାଁ ଜଣାପଡ଼ିନି। ଏହା ଏକ ମଲ୍‌ଟି ଷ୍ଟାରର୍ ଫିଲ୍ମ ହେବ। ଏଥିରେ ୪ଟି ଅଲଗା ଅଲଗା କାହାଣୀ ରହିବ ବୋଲି କୁହାଯାଉଛି।  ଏହି ଫିଲ୍ମଟି ୨୦୦୭ରେ ରିଲିଜ୍ ହୋଇଥିବା ‘ଲାଇଫ୍ ଇନ୍‌ ଏ ମେଟ୍ରୋ’ର ସିକ୍ୱେଲ୍ ହେବ ବୋଲି ପ୍ରଥମେ କୁହାଯାଉଥିଲା। କିନ୍ତୁ ଏହାକୁ ଅନୁରାଗ ଖଣ୍ଡନ କରିଛନ୍ତି।

https://www.instagram.com/p/BnxnzUXj8pw/?utm_source=ig_web_copy_link

ଏହି ଫିଲ୍ମରେ ଅଭିଷେକ ଓ ଆଶାଙ୍କ ବ୍ୟତୀତ ରାଜ କୁମାର ରାଓ, ଆଦିତ୍ୟ ରୟ କପୁର, ଫାତିମା ସନା ଶେଖ ଓ ସାନ୍ୟା ମଲହୋତ୍ରା ମଧ୍ୟ କାମ କରିବେ। ‘ଦଙ୍ଗଲ’ ପରେ ଫତିମା ଓ ସାନ୍ୟା ପୁଣି ଥରେ ଏହି ଫିଲ୍ମରେ ଏକାଠି ଅଭିନୟ କରିବେ।

https://www.instagram.com/p/B1klZl8AaQy/?utm_source=ig_web_copy_link

୨୦୦୯ରେ ‘ମିସ୍‌ ଉତ୍ତରାଖଣ୍ଡ’ ଟାଇଟଲ୍ ଜିତିଥିବା ଆଶା ‘ବଡେ ଅଚ୍ଛେ ଲଗ୍‌ତେ ହେଁ’, ‘ଏକ୍‌ ମୁଠି ଆସ୍‌ମାନ୍‌’ ଭଳି ଧାରାବାହିକରେ ଅଭିନୟ କରିଛନ୍ତି। ୨୦୧୩ରେ ସେ ରିଆଲିଟି ଶୋ’ ‘ନଚ୍ ବଲିୟେ ୬’ରେ ବି ଭାଗ ନେଇଥିଲେ। ସେ ଏଥିରେ ବିଜୟୀ ମଧ୍ୟ ହୋଇଥିଲେ।

https://www.instagram.com/p/BzKp939glD_/?utm_source=ig_web_copy_link

ଆଶା ‘ପବିତ୍ର ରିସ୍ତା’ରେ ତାଙ୍କ କୋ-ଷ୍ଟାର ଥିବା ରିତ୍ୱିକ୍‌ ଧନଜନୀଙ୍କ ସହ ଅନେକ ଦିନରୁ ରିଲେଶନ୍‌ଶିପ୍‌ରେ ଅଛନ୍ତି। ‘ନଚ୍ ବଲିୟେ ୬’ରେ ବି ରିତ୍ୱିକ୍ ତାଙ୍କ ପାର୍ଟନର ଥିଲେ। ଇନ୍‌ଷ୍ଟାଗ୍ରାମ୍‌ରେ ପ୍ରାୟ ସମୟରେ ଏହି ଯୋଡ଼ିଙ୍କ ଫଟୋ ଶେଆର୍ ହୋଇଥାଏ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos