‘ନଚ୍‌ ବଲିୟେ ଏକ ଡ୍ୟାନ୍ସ ନୁହେଁ, ଡ୍ରାମା କମ୍ପିଟିସନ୍‌’

ମୁମ୍ୱାଇ: ଟେଲିଭିଜନ୍‌ ଅଭିନେତ୍ରୀ ଉର୍ବଶୀ ଢୋଲକିଆ ଓ ତାଙ୍କର ଏକ୍ସ-ବୟଫ୍ରେଣ୍ଡ୍‌ ଅନୁଜ ସଚଦେବା ଚଳିତ ସପ୍ତାହରେ ଡ୍ୟାନ୍ସ ଭିତ୍ତିକ ରିଆଲିଟି ଶୋ’ ‘ନଚ୍‌ ବଲିୟେ’ରୁ ବିଦା ହେବେ। ଆଉ ଏହାକୁ ନେଇ ସେ ଦୁଃଖିତ ଅଛନ୍ତି। ସେ ଅଭିଯୋଗ କରିଛନ୍ତି ଯେ, ଏହି ଶୋ’ର ପୂରା ପ୍ରକ୍ରିୟା ହିଁ ଭୁଲ୍‌। ‘ବମ୍ୱେ ଟାଇମ୍‌ସ’କୁ ଦେଇଥିବା ଏକ ସାକ୍ଷାତକାରରେ ଉର୍ବଶୀ କହିଛନ୍ତି,“ମୋର ଦୃଢ଼ ବିଶ୍ୱାସ ଯେ, ମୁଁ ଏହି ରିଆଲିଟି ଶୋ’ରେ ରହିବାକୁ ହକ୍‌ଦାର। କିନ୍ତୁ ଏହି ଶୋ’ରେ […]

urvashi

urvashi

Puspanjali Panda
  • Published: Friday, 23 August 2019
  • Updated: 23 August 2019, 06:12 PM IST

Sports

Latest News

ମୁମ୍ୱାଇ: ଟେଲିଭିଜନ୍‌ ଅଭିନେତ୍ରୀ ଉର୍ବଶୀ ଢୋଲକିଆ ଓ ତାଙ୍କର ଏକ୍ସ-ବୟଫ୍ରେଣ୍ଡ୍‌ ଅନୁଜ ସଚଦେବା ଚଳିତ ସପ୍ତାହରେ ଡ୍ୟାନ୍ସ ଭିତ୍ତିକ ରିଆଲିଟି ଶୋ’ ‘ନଚ୍‌ ବଲିୟେ’ରୁ ବିଦା ହେବେ। ଆଉ ଏହାକୁ ନେଇ ସେ ଦୁଃଖିତ ଅଛନ୍ତି। ସେ ଅଭିଯୋଗ କରିଛନ୍ତି ଯେ, ଏହି ଶୋ’ର ପୂରା ପ୍ରକ୍ରିୟା ହିଁ ଭୁଲ୍‌।

‘ବମ୍ୱେ ଟାଇମ୍‌ସ’କୁ ଦେଇଥିବା ଏକ ସାକ୍ଷାତକାରରେ ଉର୍ବଶୀ କହିଛନ୍ତି,“ମୋର ଦୃଢ଼ ବିଶ୍ୱାସ ଯେ, ମୁଁ ଏହି ରିଆଲିଟି ଶୋ’ରେ ରହିବାକୁ ହକ୍‌ଦାର। କିନ୍ତୁ ଏହି ଶୋ’ରେ ଡ୍ରାମା ଚାଲିଛି। ଡ୍ରାମା ବଦଳରେ ପ୍ରତିଭାକୁ ଧ୍ୟାନ ଦିଆଯିବା ଉଚିତ୍‌।”

ସେ କହିଛନ୍ତି,“ପ୍ରତି ସପ୍ତାହରେ ଡ୍ୟାନ୍ସରେ ଆମେ ଭଲ ମାର୍କ ରଖିଥିଲୁ। ପ୍ରତି ସପ୍ତାହରେ ଏହା ବଢୁଥିଲା। ଆମେ ଜାଣିଥିଲୁ ଆମର ଏକ ଭୋଟ୍ ବ୍ୟାଙ୍କ୍ ଅଛି। ତେବେ ହଠାତ୍ କେମିତି ସ୍କୋର୍ କମି ଚାଲିଲା ଓ ତାହା ପୁଣି ଲଗାତାର ୪ ସପ୍ତାହ ଧରି। ଏହା ଏକ ଡ୍ୟାନ୍ସ ପ୍ରତିଯୋଗିତା ନା ଲୋକପ୍ରିୟତା ପ୍ରତିଯୋଗିତା? ଯଦି ଏହି ଶୋ’ରେ ଲୋକପ୍ରିୟତାକୁ ନେଇ ଜଜ୍‌ମେଣ୍ଟ୍‌ ଦିଆଯାଉଛି, ତା’ହେଲେ ମୋର ୩୫ ବର୍ଷ କ୍ୟାରିଅର୍‌ରେ ଫ୍ୟାନ୍‌ଙ୍କ ସଂଖ୍ୟା ଏତେ କମ୍‌ ଅଛି ବୋଲି ମୁଁ ବିଶ୍ୱାସ କରୁ ନାହିଁ।”

ଉର୍ବଶୀ ଆହୁରି କହିଛନ୍ତି, “ଯଦି ଏହି ଶୋ’ ୟଙ୍ଗ୍‌ କପଲ୍‌ଙ୍କ ପାଇଁ ଉଦ୍ଦିଷ୍ଟ, ତା’ହେଲେ ଆମକୁ କାହିଁକି ସୁଯୋଗ ଦିଆଗଲା? ପୁଣି ସୁଯୋଗ ଦେବା ପରେ ଏତେ ପାତରଅନ୍ତର କାହିଁକି କରାଯାଉଛି? ମୁଁ ପ୍ରଥମ ଥର ପାଇଁ କୌଣସି ରିଆଲିଟି ଶୋ’ରେ ଭାଗ ନେଇନାହିଁ। କିନ୍ତୁ ଏ ପ୍ରକାରର ଏକପାଖିଆ ଜଜ୍‌ମେଣ୍ଟ୍‌ ମୁଁ ଏହି ଶୋ’ରେ ପ୍ରଥର ଥର ଦେଖିଲି। ଆମ ନୃତ୍ୟକୁ ଦେଖି ଶୁଟିଂ ସେଟ୍‌ରେ ଉପସ୍ଥିତ ୩୦୦ ଲୋକ ଛିଡ଼ା ହୋଇ କରତାଳି ଦେଇ ଆମକୁ ପ୍ରଶଂସା କରିଥିଲେ। ତଥାପି ଆମକୁ ବାହାର କରାଗଲା।”

ସେ କହିଛନ୍ତି,“ବିଚାରକ ମାନେ ମାର୍କ ଦେବା ପାଇଁ ଏଥର କାହିଁକି ଅଧାଘଣ୍ଟା ସମୟ ନେଲେ? ପୂର୍ବ ପାଞ୍ଚ ସପ୍ତାହରେ ତ ଏମିତି ଦେଖିବାକୁ ମିଳି ନଥିଲା। ଇଣ୍ଡଷ୍ଟ୍ରୀରେ ମୁଁ କଠିନ ପରିଶ୍ରମ କରି ତିଷ୍ଠିଛି। ଏଣୁ ଯେଉଁଠି ବି ପାତରଅନ୍ତର କରାଯିବ, ମୁଁ ମୁହଁ ଖୋଲି କହିବି।”

ଏ ଘଟଣା ଉର୍ବଶୀଙ୍କୁ ଖୁବ୍ ବାଧି ଥିବା ବେଳେ ସେ କହିଛନ୍ତି,’ “ନଚ୍‌ ବଲିୟେ’କୁ ଏକ ଡ୍ୟାନ୍ସ ଶୋ ଭାବି ମୁଁ ଏଥିରେ ସାମିଲ ହୋଇଥିଲି। ମୋ ଏକ୍ସ-ବୟଫ୍ରେଣ୍ଡ୍‌ଙ୍କ ସହିତ ଝଗଡ଼ା ଓ ଡ୍ରାମା କରି ସହାନୁଭୂତି ପାଇବା ପାଇଁ ମୁଁ ଏଠାକୁ ଆସି ନଥିଲି। କିନ୍ତୁ ଏଠାରେ ସ୍ପଷ୍ଟ ହୋଇଗଲା ଯେ ଯେଉଁଠି ଡ୍ରାମା କରିବ ନାହିଁ, ସେଠାରେ ପ୍ରାଇଜ୍‌ ମଧ୍ୟ ମିଳିବ ନାହିଁ। ନଚ୍‌ ବଲିୟେ ଏକ ଡ୍ୟାନ୍ସ କମ୍ପିଟିସନ୍‌ ନୁହେଁ, ଏହା ଏକ ଡ୍ରାମା କମ୍ପିଟିସନ୍‌।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos